ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୨୨/୧୦/୨୬ –
ପବିତ୍ର ବିଜୟା ଦଶମୀ ଅବସରରେ ବାରିପଦା ସହରର ମଧୁବନ ମିନି ଷ୍ଟାଡିୟମ ପଡ଼ିଆରେ ରାବଣପୋଡ଼ି ମହୋତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ ବାରିପଦା ବିଧାୟକ ପ୍ରକାଶ ସୋରେନ ଓ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଅତିଥି ଭାବେ ଯୋଗଦେଇ ରାବଣ ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ କରିଥିଲେ । ବାରିପଦା ସହରର ମଧୁବନଠାରେ ଏକମାତ୍ର ରାବଣପୋଡ଼ି ଅନୁଷ୍ଠିତ ହୋଇଥିବାରୁ ଏହି ମହୋତ୍ସବକୁ ଦେଖିବା ପାଇଁ ସନ୍ଧ୍ୟାରୁ ମଧୁବନ ପଡ଼ିଆରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ରାତି ପ୍ରାୟ ସାଢ଼େ ୮ଟାରେ ଅତିଥିଙ୍କ ଗହଣରେ ରାବଣ ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ ହେବା ପରେ ବିଶାଳକାୟ ରାବଣ ପ୍ରତିମୂର୍ତ୍ତି ଜଳିଉଠିବା ସହିତ ଆଲୋକ ମାଳା ସହ ବାଣ ରୋଶଣି ଶବ୍ଦରେ ସମଗ୍ର ଅଞ୍ଚଳ ଆଲୋକ ଓ ଶବ୍ଦମୟ ହୋଇ ଉଠିଥିଲା । ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ଆୟୋଜକ କମିଟି, ବାରିପଦା ପୌରପରିଷଦ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କମିଟିର ଉପଦେଷ୍ଟା କଳିଙ୍ଗ କେଶରୀ ଜେନା, ସଭାପତି ରବିନ୍ଦ୍ର ଜେନା, ସାଧାରଣ ସମ୍ପାଦକ ପିଣ୍ଟୁ ମାଇତି, ଉପ ସଭାପତି ପ୍ରଶାନ୍ତ ବେହେରା, କୋଷାଧ୍ୟଖ୍ୟ ମନୋଜ ସାମଲ, ସମ୍ପାଦକ ଜଗତଜୀବନ ରାମ, ଚିନ୍ମୟ ସିନ୍ହା, ଦେବେନ୍ଦ୍ର ଦାସ, ଯୁଗ୍ମ ସମ୍ପାଦକ କମଲ ତୋସ୍ନିୱାଲ, ପରିଚାଳନା କମିଟି ସଦସ୍ୟ ସଞ୍ଜୟ ମାହାର୍ଣ୍ଣା, ସୋନୁ ରାମ, ଜନ୍ମେଜୟ ବେହେରା, ଶରତ ସ୍ବାଇଁ, ପ୍ରିୟବ୍ରତ ଦଳେଇ, କାନ୍ହା ଦାସ, ସଞ୍ଜୟ ମହାନ୍ତ, ଅମିତ କୁମାର, ଅମିତ ରାମ, ସନ୍ତୋଷ ରଣା ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଏହି ଉତ୍ସବ ପରିଚାଳନା କରିଥିଲେ ।






