ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୪୩ ମିନିଟ ପୂର୍ବେFormer clerk arrested for misappropriating Rs 3.81 crore : ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩.୮୧ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ପୂର୍ବତନ କିରାଣୀ ଗିରଫ ୫୯ ମିନିଟ ପୂର୍ବେKeonjhar Polio Drops: କେନ୍ଦୁଝର ଜିଲ୍ଲାରେ ପ୍ରଥମ ଦିନ ୮୫% ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ ୧ ଘଣ୍ଟା ପୂର୍ବେPradhaniguda Industrial Training Institute: ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପ୍ରଧାନୀଗୁଡାର ସମାବର୍ତ୍ତନ ଉତ୍ସବ ୧ ଘଣ୍ଟା ପୂର୍ବେMalkangiri Pulse Polio Programme: ମାଲକାନଗିରି ଜିଲ୍ଲାରେ ସମନ୍ୱିତ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେShaheed Laxman Nayak Jayanti: ଜିଲ୍ଲାସ୍ତରୀୟ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ ୧ ଘଣ୍ଟା ପୂର୍ବେNaveen & Pandian’s foreign visit investigation: ନବୀନ ଓ ପାଣ୍ଡିଆନଙ୍କ ବିଦେଶ ଗସ୍ତ, ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ୨ ଘଣ୍ଟା ପୂର୍ବେPottangi Block Horrific accident: ପଟ୍ଟାଙ୍ଗି ବ୍ଲକ-ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ୨ ଘଣ୍ଟା ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୩ ଘଣ୍ଟା ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୩ ଘଣ୍ଟା ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା କେନ୍ଦୁଝର ମାଲକାନଗିରି ବରଗଡ଼

ମା’ ମନସା ମନ୍ଦିରରେ ନାଗମାତା ମନସା ଦେବୀପୂଜା ମହାସମାରୋହରେ ସମ୍ପନ୍ନ

ମା’ ମନସା ମନ୍ଦିରରେ ନାଗମାତା ମନସା ଦେବୀପୂଜା ମହାସମାରୋହରେ ସମ୍ପନ୍ନ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୨୨/୧୦/୨୬ -ଵହଳଦା ବ୍ଳକ ଅନ୍ତର୍ଗତ ଵାସିଙ୍ଗୀ ପଞ୍ଚାୟତର ଵାସିଙ୍ଗୀ ଗ୍ରାମର ଅଞ୍ଚଳ ପ୍ରସିଦ୍ଧ ନାଗ ମାତା ମନ୍ଦିରରେ ମା’ ମନସା ଦେଵୀ ପୂଜା ଆନନ୍ଦ ଉଲ୍ଲାସର ସହ ସମ୍ପନ୍ନ ହୋଇଯାଇଛି । ମା’ ମାନସାଙ୍କ ପୂଜାବିଧି ରୀତିନୀତି ଅନୁସାରେ କରାଯାଇଥିଲା । ଗ୍ରାମ୍ୟ ପୋଖରୀରୁ ଶ୍ରଦ୍ଧାଳୁଙ୍କ ଦ୍ଵାରା ଘଟ ଉତ୍ତୋଳନ କରାଯାଇ ମନ୍ଦିରରେ ସ୍ଥାପନା କରାଯାଇଥିଲା । ତିନିଦିନ ଧରି ପାଳିତ ପୂଜାର୍ଚ୍ଚନାରେ ଆଖପାଖ ଗ୍ରାମରୁ ବହୁସଂଖ୍ୟକ ଶ୍ରଦ୍ଧାଳୁ ଓ ମାନସିକଧାରୀ ମନ୍ଦିରକୁ ଆସି ନାଗମାତାଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ । ପୂଜକଙ୍କ ଦ୍ଵାରା ପୂଜନ, ଆରତୀ, ଵଡପୂଜା, ଘଟ ବିସର୍ଜନ, ଆଳତୀ କରାଯାଇଥିଲା । ଅଞ୍ଚଳବାସୀଙ୍କ ଵିଶ୍ବାସରେ ଏହି ମା’ମନସାଙ୍କ ମାନସିକ ଧାରୀମାନେ କେବେ ବି ନିଷ୍ଫଳା ହୋଇ ନଥାନ୍ତି । ମା’ମନସା ଦେବୀ ସମସ୍ତଙ୍କ ମନବାଞ୍ଛା ପୂରଣ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ମନ୍ଦିର କମିଟି ତରଫରୁ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ବଣ୍ଟନ କରାଯିବା ସହ ମନ୍ଦିର କମିଟିର ମୁଖ୍ୟ ସୁରେନ୍ଦ୍ରନାଥ ମହାନ୍ତ ଏବଂ ଗ୍ରାମର ମନ୍ଦିର କମିଟିର ସଦସ୍ୟମାନେ ଶାନ୍ତିଶୃଙ୍ଖଳା ସହ ପୂଜା ପରିଚାଳନାରେ ସହଯୋଗ କରିଥିଲେ ।

ମା’ ମନସା ମନ୍ଦିରରେ ନାଗମାତା ମନସା ଦେବୀପୂଜା ମହାସମାରୋହରେ ସମ୍ପନ୍ନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବାମନଘାଟି, ରାଇରଙ୍ଗପୁର ଆଥଲେଟିକ୍ ଆସୋସିଏସନ୍‌ର ପୁନର୍ଗଠନ ଦାବି