ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ପୋଲିସ ଅଧିକାରୀଙ୍କ ବ୍ୟବହାରକୁ ସାମ୍ବାଦିକ ମହଲରେ ନିନ୍ଦା – ସମୀକ୍ଷା ଖବର

ପୋଲିସ ଅଧିକାରୀଙ୍କ ବ୍ୟବହାରକୁ ସାମ୍ବାଦିକ ମହଲରେ ନିନ୍ଦା

ରତିକାନ୍ତ ନାୟକ /ଧାମନଗର /ସମୀକ୍ଷା ନିୟୁଜ:ଭଦ୍ରକ ଜିଲ୍ଲାର ଧୂଷୁରୀ ଥାନାରେ ଜଣେ ପୋଲିସ ଅଧିକାରୀଙ୍କ ସାମ୍ବାଦିକଙ୍କ ପ୍ରତି ଅଶାଳୀନ ମନ୍ତବ୍ୟକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ଓ ନିନ୍ଦା ପ୍ରକାଶ ପାଇଛି।ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ନିଜର ଏକ ସମସ୍ୟା ସମ୍ପର୍କରେ ଅଭିଯୋଗ ଜଣାଇବା ପାଇଁ ଧୂଷୁରୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ତେବେ ଦୁଇ ଦିନ ଧରି ଥାନାକୁ ଦୌଡ଼ିବା ପରେ ମଧ୍ୟ ତାଙ୍କୁ ନ୍ୟାୟ ମିଳି ନଥିବା ଅଭିଯୋଗ ହୋଇଛି। ଏଥିରେ ନିରାଶ ହୋଇ…

Read More
ଧାମନଗରରେ ଅଘଟଣ: ବନ୍ୟା ପାଣିର ପ୍ରଖର ସୁଅରେ ଭାସିଗଲେ ୯ ବର୍ଷର ଶିଶୁ, ଖୋଜାଖୋଜି ଜାରି – ସମୀକ୍ଷା ଖବର

ଧାମନଗରରେ ଅଘଟଣ: ବନ୍ୟା ପାଣିର ପ୍ରଖର ସୁଅରେ ଭାସିଗଲେ ୯ ବର୍ଷର ଶିଶୁ, ଖୋଜାଖୋଜି ଜାରି

ରତିକାନ୍ତ ନାୟକ /ଧାମନଗର /ସମୀକ୍ଷା ନିୟୁଜ: ଧାମନଗର ବ୍ଲକ କଟସାହି ପଞ୍ଚାୟତ ଜଗନ୍ନାଥପୁର ମହାଦେବ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବନ୍ୟା ପାଣିର ପ୍ରଖର ସୁଅରେ ଭାସିଯାଇ ଜଣେ ୯ ବର୍ଷର ଶିଶୁ ନିଖୋଜ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ମହାଦେବ ସାହି ପୋଲ ନିକଟରେ ବନ୍ୟା ଜଳର ପ୍ରଖର ସ୍ରୋତ ପ୍ରବାହିତ ହେଉଥିଲା। ଏହି ସମୟରେ ସ୍ଥାନୀୟ ଗ୍ରାମର ଶୁଭ୍ରାଂଶୁ ପଣ୍ଡା (୯) ନାମକ ଜଣେ ଛାତ୍ରଙ୍କ ଗୋଡ଼ ଅକସ୍ମାତ୍ ଖସିଯିବାରୁ ସେ…

Read More
ଧାମନଗରରେ ୨ ମାସରେ ୯ନବମ ବନ୍ୟା – ସମୀକ୍ଷା ଖବର

ଧାମନଗରରେ ୨ ମାସରେ ୯ନବମ ବନ୍ୟା

ଭଦ୍ରକ/ ସମୀକ୍ଷା ନିଉଜ:ଅସୁରାଳି ତା 26/9/26: ଦୁଇ ମାସ ମଧ୍ୟରେ ନବମ ଥର ପାଇଁ ବନ୍ୟାର ସାମ୍ନା କରୁଛି ଧାମନଗର ବ୍ଲକ। 30 ଗୋଟି ପଂଚାୟତ ଓ ଦୁଇ ଏନ ଏ ସି ରେ ବୈତରଣୀ କୋଚିଳା ରେବ, କପାଳୀ, ଗେଙ୍ଗୁଟି ଓ ନାଳିଆ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବାରମ୍ବାର ବନ୍ୟା ଓ ଲଗାଣ ବର୍ଷା ଯୋଗୁଁ ସାଧାରଣ ଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆରଡି ଛକରୁ…

Read More
ଉଚ୍ଛୁଳିଲା ରେବ କପାଳି ନାଳିଆ ବୁଡ଼ିଲା ଭଦ୍ରକ ଆଖଣ୍ଡଳମଣି ସଡ଼କ – ସମୀକ୍ଷା ଖବର

ଉଚ୍ଛୁଳିଲା ରେବ କପାଳି ନାଳିଆ ବୁଡ଼ିଲା ଭଦ୍ରକ ଆଖଣ୍ଡଳମଣି ସଡ଼କ

ଭଦ୍ରକ/ ଅସୁରାଳି / ସମୀକ୍ଷା ନିଉଜ: ଅସୁରାଳି 25/9/26(ନି ପ୍ର ) ଅର୍ଣ୍ଣବ ପ୍ରଭାବରେ ଲାଗି ରହିଥିବା ତିନିଦିନର ଅବିଶ୍ରାନ୍ତ ବର୍ଷା ରେବ କପାଳି ସମେତ ସାଳନ୍ଦୀର ଶାଖା ନାଳିଆ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି।ଏହାର ସିଧାସଳଖ ପ୍ରଭାବ ଧାମନଗର ଏବଂ ଭଦ୍ରକ ବ୍ଲକର ୧୦ ପଞ୍ଚାୟତରେ ଦେଖିବାକୁ ମିଳିଛି।ରେବ ନଦୀର ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଭଦ୍ରକ ଆଖଣ୍ଡଳମଣି ରାଜ୍ୟ ରାଜପଥ ଅସୁରାଳି ଏବଂ ଡ଼ିଲୋ ବୁଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଛି।ଲଘୁଚାପ ଜନିତ ପ୍ରବଳ…

Read More
ଶହୀଦ ଦିବସ ରେ ଶହୀଦ ନବରତ୍ନଙ୍କୁ ସମୂହ ଶ୍ରଦ୍ଧାଞ୍ଜଳି – ସମୀକ୍ଷା ଖବର

ଶହୀଦ ଦିବସ ରେ ଶହୀଦ ନବରତ୍ନଙ୍କୁ ସମୂହ ଶ୍ରଦ୍ଧାଞ୍ଜଳି

ଭଦ୍ରକ/ ଅସୁରାଳି / ସମୀକ୍ଷା ନିଉଜ:୧୯୪୨ ମସିହା ଭାରତଛାଡ଼ ଆନ୍ଦୋଳନ ସମୟରେ ସଂଘଟିତ ଐତିହାସିକ ଲୁଣିଆ ଗୁଳିକାଣ୍ଡର ୮୪ ବର୍ଷ ପୂର୍ତ୍ତି ଅବସରରେ ମଙ୍ଗଳବାର ଧାମନଗର ବ୍ଲକର ସହିଦନଗରଠାରେ ଶହୀଦ ସ୍ମୃତି ଦିବସ ଶ୍ରଦ୍ଧା ଓ ଗମ୍ଭୀର ପରିବେଶରେ ପାଳିତ ହୋଇଛି। ଏହି ଅବସରରେ ଲୁଣିଆର ରକ୍ତରଞ୍ଜିତ ମାଟିରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ନବରତ୍ନ ଶହୀଦଙ୍କୁ ସମୂହ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା।ଶହୀଦ ସ୍ମୃତିରକ୍ଷା ସମିତି ପକ୍ଷରୁ ସକାଳେ ପ୍ରଭାତଫେରି ଆୟୋଜିତ ହୋଇଥିଲା। ପରେ ଭଦ୍ରକ ଜିଲ୍ଲାପାଳ ସୋମେଶ…

Read More
ଧାମନଗରରେ ଅବକାରୀ ବିଭାଗର ବଡ଼ ସଫଳତା୪୬ ଗ୍ରାମ ହେରୋଇନ୍‌ ଜବତ, ଜଣେ ଅଭିଯୁକ୍ତ ଗିରଫ – ସମୀକ୍ଷା ଖବର

ଧାମନଗରରେ ଅବକାରୀ ବିଭାଗର ବଡ଼ ସଫଳତା୪୬ ଗ୍ରାମ ହେରୋଇନ୍‌ ଜବତ, ଜଣେ ଅଭିଯୁକ୍ତ ଗିରଫ

ଭଦ୍ରକ/ ଅସୁରାଳି / ସମୀକ୍ଷା ନିଉଜ/ଅସୁରାଳି ତା 19/9/26(ନି ପ୍ର )ଧାମନଗର ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଧାମନଗର ବିଜୁ ପଟ୍ଟନାୟକ ଛକ ନିକଟରେ ଚଢ଼ଉ କରି ଏକ ବାଇକ୍‌ ସହ ୪୬ ଗ୍ରାମ ହେରୋଇନ୍‌ ଜବତ କରାଯାଇଛି। ଏହି ଘଟଣାରେ ଏସ୍‌.କେ. ସାଦମ ହୋସେନ୍‌ଙ୍କୁ ଅବକାରୀ ବିଭାଗ ଗିରଫ କରିଛି।ସୂଚନାନୁସାରେ, ଶନିବାର ସକାଳ ପ୍ରାୟ ୯ଟା ୩୦ରେ ଧାମନଗର ବିଜୁ ପଟ୍ଟନାୟକ ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚ ଓ ଚଢ଼ଉ କରାଯାଇଥିଲା।…

Read More
ଡିକିରୁ ୧୪୫ ଗ୍ରାମ ହେରୋଇନ୍ ଜବତ ଆନୁମାନିକ ମୂଲ୍ୟ 14ଲକ୍ଷ 50ହଜାର – ସମୀକ୍ଷା ଖବର

ଡିକିରୁ ୧୪୫ ଗ୍ରାମ ହେରୋଇନ୍ ଜବତ ଆନୁମାନିକ ମୂଲ୍ୟ 14ଲକ୍ଷ 50ହଜାର

ଭଦ୍ରକ/ ଅସୁରାଳି / ସମୀକ୍ଷା ନିଉଜ/ ତା 16/9/26(ନି ପ୍ର )ଭଦ୍ରକ ଜିଲ୍ଲା ଅସୁରାଳି ପଞ୍ଚାୟତ ଉଚ୍ଚପଡ଼ା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୧୪୫ ଗ୍ରାମ ହେରୋଇନ୍‌ ଜବତ କରାଯାଇଛି। ଜବତ ହେରୋଇନ୍‌ର ଅନୁମାନିକ ମୂଲ୍ୟ ପ୍ରାୟ ୧୪ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି।ଗୁପ୍ତ ସୂଚନା ଆଧାରରେ ଭଦ୍ରକ ଅବକାରୀ ମୋବାଇଲ୍‌ ଟିମ୍‌ ଉଚ୍ଚପଡ଼ା ଅଞ୍ଚଳରେ ଚଢ଼ଉ କରିଥିଲା। ଏହି ସମୟରେ OD-22-Y-4119 ନମ୍ବର ବିଶିଷ୍ଟ…

Read More
ପ୍ରତିଷ୍ଠିତ ବ୍ୟବସାୟୀ ମୃତ୍ୟୁଞ୍ଜୟ ସାହୁଙ୍କ ଅକାଳ ବିୟୋଗଶୋଭାଯାତ୍ରାରେ ଶେଷ ବିଦାୟ, ବିଭିନ୍ନ ମହଲରେ ଶୋକ – ସମୀକ୍ଷା ଖବର

ପ୍ରତିଷ୍ଠିତ ବ୍ୟବସାୟୀ ମୃତ୍ୟୁଞ୍ଜୟ ସାହୁଙ୍କ ଅକାଳ ବିୟୋଗଶୋଭାଯାତ୍ରାରେ ଶେଷ ବିଦାୟ, ବିଭିନ୍ନ ମହଲରେ ଶୋକ

ସିଦ୍ଧାର୍ଥ ଶଙ୍କର ମିଶ୍ର / ଧୂଷୁରୀ ଧାମନଗର/ ଭଦ୍ରକ /ସମୀକ୍ଷା ନ୍ୟୁଜ ବେତାଳିଗାଁ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ପାଳସାହି ଗ୍ରାମ ପଞ୍ଚାୟତ ଅଧୀନ ବେତାଳିଗାଁ ହାଟର ପ୍ରତିଷ୍ଠିତ ବ୍ୟବସାୟୀ ତଥା ସମାଜସେବୀ ମୃତ୍ୟୁଞ୍ଜୟ ସାହୁ (୪୭)ଙ୍କର ଗତକାଲି ବିଳମ୍ବିତ ରାତିରେ ଅକାଳ ବିୟୋଗ ଘଟିଛି। ସେ ଜଣେ ପରୋପକାରୀ, ସଙ୍ଗଠନପ୍ରେମୀ ଓ ମେଳାପୀ ବ୍ୟକ୍ତି ଭାବେ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଶେଷ ଦର୍ଶନ ପାଇଁ ପାଳସାହି, ରଇପୁର…

Read More
ମା’ ସାରଦା ଦେବୀ +୩ ମହାବିଦ୍ୟାଳୟରେ ଅଶାନ୍ତି: ୭ ମାସର ଦରମା ବକେୟାvକୁ ନେଇ ଅଧ୍ୟାପକଙ୍କ ଭିତରେ ବିବାଦ – ସମୀକ୍ଷା ଖବର

ମା’ ସାରଦା ଦେବୀ +୩ ମହାବିଦ୍ୟାଳୟରେ ଅଶାନ୍ତି: ୭ ମାସର ଦରମା ବକେୟାvକୁ ନେଇ ଅଧ୍ୟାପକଙ୍କ ଭିତରେ ବିବାଦ

ରତିକାନ୍ତ ନାୟକ /(ସମୀକ୍ଷା ନିୟୁଜ)​ଧାମନଗର ,୪/୯ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ କୋଠାର ସ୍ଥିତ ମା’ ସାରଦା ଦେବୀ +୩ ମହାବିଦ୍ୟାଳୟରେ ଦୀର୍ଘଦିନ ହେବ ଆର୍ଥିକ ଅଚଳାବସ୍ଥା ଏବଂ ପ୍ରଶାସନିକ ଅନିଶ୍ଚିତତା ଯୋଗୁଁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଘନେଇବାରେ ଲାଗିଛି। ଏପରିକି ଏହି ବିବାଦ ଥାନା ପର୍ଯ୍ୟନ୍ତ ଯାଇ ଥିବା ଜଣାପଡ଼ିଛି।ପ୍ରକାଶ ଥାଉକି ପ୍ରାୟ ୮ ମାସ ପୂର୍ବରୁ ଉକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟବ୍ରତ ଭାରତୀ ନିଜ ପଦବୀରୁ ଓହରିଯିବା ପରେ ଭଦ୍ରକ…

Read More
ବୃଦ୍ଧାବସ୍ଥାରେ ନାହିଁ ନଥିବା ଦୁର୍ଦ୍ଦଶା: ୭ ମାସ ହେଲା ବ୍ୟାଙ୍କ ଖାତାକୁ ଆସୁନି ଭତ୍ତା ଟଙ୍କା – ସମୀକ୍ଷା ଖବର

ବୃଦ୍ଧାବସ୍ଥାରେ ନାହିଁ ନଥିବା ଦୁର୍ଦ୍ଦଶା: ୭ ମାସ ହେଲା ବ୍ୟାଙ୍କ ଖାତାକୁ ଆସୁନି ଭତ୍ତା ଟଙ୍କା

ରତିକାନ୍ତ ନାୟକ/(ସମୀକ୍ଷା ନିୟୁଜ ): ​ଧାମନଗର ତା 4/9: ଧାମନଗର ବ୍ଲକ ସରେଇ ଚୁଡ଼ାକୁଟି ପଞ୍ଚାୟତ ତାମ୍ପଳା ଗ୍ରାମର ୮୧ ବର୍ଷୀୟ ସୁରେଶ ଘୋଷ। ବୟସର ସାୟାହ୍ନରେ ପହଞ୍ଚିଥିବା ଏହି ଦୀନଦରିଦ୍ର ବୃଦ୍ଧ ଜଣକ ଏବେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ଚାଲିବୁଲି କରିବାକୁ ଅସମର୍ଥ। ଶରୀର ଅକ୍ଷମ ହୋଇପଡ଼ିଥିବା ବେଳେ ସରକାରୀ ସାହାଯ୍ୟ ହିଁ ତାଙ୍କର ଶେଷ ସମ୍ବଳ। ମାତ୍ର ବିଡ଼ମ୍ବନାର ବିଷୟ, ବିଗତ ୭ ମାସ ହେଲା ତାଙ୍କ ବ୍ୟାଙ୍କ ଖାତାକୁ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା…

Read More