ମରାମତି ନାଁରେ ଗାତ ଖୋଳି ଭୁଲିଗଲା ବିଭାଗ: ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ମନମୁଖୀ କାର୍ଯ୍ୟ, ବିପଦରେ ଗ୍ରାମବାସୀ
ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା ୧୪/୧୦/୨୬ ପାଇପ୍ ମରାମତି ନାଁରେ ଗାତ ଖୋଳି ଅଧାପନ୍ତରିଆ ଭାବେ ଛାଡ଼ି ଚାଲିଗଲେ ବିଭାଗୀୟ କର୍ମଚାରୀ ଓ ଠିକାଦାର। ମରାମତି କରିବାକୁ ଆସି ଗ୍ରାମବାସୀଙ୍କ ସମସ୍ୟା ଦୂର କରିବା ବଦଳରେ ନୂଆ ବିପଦ ସୃଷ୍ଟି କରିଛି ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଏଭଳି କାର୍ଯ୍ୟ। ଏପରି ଅବହେଳାକୁ ନେଇ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତର ବୁଢ଼ୀପଦର ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…