ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର:26/10/2026- ଅର୍ଣ୍ଣବ ବୁଧବାର ପୂର୍ବାହ୍ନ ସୁଦ୍ଧା ବାପାଟଲା ଏବଂ ବିଶାଖପାଟଣା ମଧ୍ୟରେ ୟାନମ୍ ନିକଟବର୍ତ୍ତୀ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ଓ ୟାନାମ୍ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୧୨୫ କିଲୋମିଟର ଏବଂ ଝଟ୍କା ପବନର ବେଗ ୧୪୦ କିଲୋମିଟର ରହିପାରେ। ବାତ୍ୟା ପ୍ରଭାବରେ ପାହାଡିଆ ଅଞ୍ଚଳଗୁଡିକରେ ଭୁସ୍ଖଳନର ଆଶଙ୍କା ରହିଛି। ଏଥିସହ ଦୁର୍ବଳ କିମ୍ବା ବିପଦସଙ୍କୁଳ ଅବସ୍ଥାରେ ଥିବା ଗୃହ/କୋଠାବାଡି, କଚ୍ଚା, ଛପର ଘର ଆଦି ଭାଙ୍ଗିବା, କେତେକ ଅଞ୍ଚଳରେ ଫସଲର କ୍ଷୟକ୍ଷତି, ନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଭଳି ସ୍ଥିତି ଦେଖାଦେବା ନେଇ ଅନୁମାନ କରଯାଇଛି।






