ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୨ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୨ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୨ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୨ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୨ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୨ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୨ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୩ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୩ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୩ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

ସରକାରୀ ମାନ୍ୟତା ସହ ମାସିକ ୩୫ ହଜାର ଟଙ୍କା ଦରମା ଦାବି

ସରକାରୀ ମାନ୍ୟତା ସହ ମାସିକ ୩୫ ହଜାର ଟଙ୍କା ଦରମା ଦାବି – ସମୀକ୍ଷା ଖବର

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:

ବରଗଡ଼, ୨୬।୧୦ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, ସମାନ କାମକୁ ସମାନ ଦରମା, ମାସିକ ସର୍ବନିମ୍ନ ୩୫ ହଜାର ଟଙ୍କା ପାରିଶ୍ରମିକ ଏବଂ ଅବସରକାଳୀନ ସୁରକ୍ଷା ପ୍ରଦାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ପଶ୍ଚିମ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘ। ଦାବିଗୁଡ଼ିକ ପୂରଣ ନହେଲେ ପ୍ରଥମେ ଜିଲ୍ଲାସ୍ତରରେ ବ୍ୟାପକ ଆନ୍ଦୋଳନ ଓ ଧାରଣା କରାଯିବ। ଏହା ସତ୍ତ୍ୱେ ସମାଧାନ ନହେଲେ ଆଗାମୀ ବିଧାନସଭା ଅଧିବେଶନ ସମୟରେ ବିଧାନସଭା ଘେରାଉ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସଂଘ ପକ୍ଷରୁ ଜାରି ପ୍ରେସ୍‌ ବିଜ୍ଞପ୍ତି ଅନୁଯାୟୀ, ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଦୀର୍ଘବର୍ଷ ଧରି ଶିଶୁଙ୍କ ପୋଷଣ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ଯତ୍ନ, ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସଚେତନତା ସହ ବିଭିନ୍ନ ସରକାରୀ ଯୋଜନାର ରୂପାୟଣରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସୁଛନ୍ତି। ମାତ୍ର ଏତେ ଗୁରୁତ୍ୱପୂର୍ଣ୍ଣ କାମ କରୁଥିଲେ ମଧ୍ୟ ସେମାନେ ଉପଯୁକ୍ତ ପାରିଶ୍ରମିକ, ସରକାରୀ ମାନ୍ୟତା ଓ ଅବସରକାଳୀନ ସୁବିଧାରୁ ବଞ୍ଚିତ ହେଉଥିବା ସଂଘ ଅଭିଯୋଗ କରିଛି। ଏନେଇ ପୂର୍ବରୁ ବିଭିନ୍ନ ବ୍ଲକର ସିଡିପିଓଙ୍କ ମାଧ୍ୟମରେ ସରକାରଙ୍କୁ ସ୍ମାରକପତ୍ର ଦିଆଯାଇଥିଲେ ମଧ୍ୟ ଦାବି ପୂରଣ ଦିଗରେ ଠୋସ୍‌ ପଦକ୍ଷେପ ନିଆଯାଇନଥିବାରୁ କର୍ମୀ ଓ ସହାୟିକାଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବା ସଂଘ କହିଛି। ସଂଘର ପ୍ରମୁଖ ଦାବି ମଧ୍ୟରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ସହ ଉପଯୁକ୍ତ ସେବା ସର୍ତ୍ତାବଳୀ ଓ ସାମାଜିକ ସୁରକ୍ଷା ପ୍ରଦାନ, କର୍ମୀଙ୍କୁ ମାସିକ ସର୍ବନିମ୍ନ ୩୫ ହଜାର ଟଙ୍କା ପାରିଶ୍ରମିକ ଏବଂ ସହାୟିକାଙ୍କ ପାଇଁ ଉପଯୁକ୍ତ ଦରମା ନିର୍ଦ୍ଧାରଣ ଅନ୍ୟତମ।

ସରକାରୀ ମାନ୍ୟତା ସହ ମାସିକ ୩୫ ହଜାର ଟଙ୍କା ଦରମା ଦାବି – ସମୀକ୍ଷା

ଏଥିସହ ଯୋଗ୍ୟତା ଓ ଅଭିଜ୍ଞତା ଆଧାରରେ ଅଙ୍ଗନବାଡ଼ି କର୍ମୀଙ୍କୁ ସୁପରଭାଇଜର ପଦବୀରେ ୧୦୦ ପ୍ରତିଶତ ପଦୋନ୍ନତି ସୁଯୋଗ ଦେବାକୁ ଦାବି କରାଯାଇଛି। ସେହିପରି କାର୍ଯ୍ୟଦକ୍ଷତା ସମୀକ୍ଷା ସମ୍ପର୍କିତ ସର୍କୁଲାର ପ୍ରତ୍ୟାହାର, ନିର୍ଦ୍ଧାରିତ ବୟସ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ସେବା ସୁନିଶ୍ଚିତ କରିବା, ପେନ୍‌ସନ୍‌, ଗ୍ରାଚ୍ୟୁଇଟି ଓ ସମ୍ମାନଜନକ ଅବସରକାଳୀନ ସୁବିଧା ପ୍ରଦାନ ପାଇଁ ସଂଘ ଦାବି ଜଣାଇଛି। ପୋଷଣ ଟ୍ରାକରରେ ମୋବାଇଲ୍‌ ନେଟୱର୍କ ଓ ଇଣ୍ଟରନେଟ୍‌ ସମସ୍ୟା ଯୋଗୁଁ ତଥ୍ୟ ଅପଲୋଡ୍‌ ହୋଇପାରୁନଥିବା ସ୍ଥଳେ ଏଥିପାଇଁ କର୍ମୀଙ୍କ ପାରିଶ୍ରମିକ କାଟିବା ବନ୍ଦ କରିବା ସହ କଟାଯାଇଥିବା ଅର୍ଥର ପୁନର୍ବିଚାର କରିବାକୁ ଦାବି ହୋଇଛି। ଏହାବ୍ୟତୀତ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ପାଇଁ ଏସ୍‌ଏନ୍‌ପି (ସପ୍ଲିମେଣ୍ଟାରି ନ୍ୟୁଟ୍ରିସନ୍‌ ପ୍ରୋଗ୍ରାମ୍‌) ଦର ବୃଦ୍ଧି ଏବଂ ପୁନଃନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଓ ଅର୍ଥ ଆଦାୟ ସମ୍ପର୍କିତ ଅଭିଯୋଗର ନିରପେକ୍ଷ ତଦନ୍ତ କରିବାକୁ ସଂଘ ଦାବି କରିଛି। ସରକାର ଦାବିଗୁଡ଼ିକୁ ଅଣଦେଖା କଲେ ସଂଘ ପର୍ଯ୍ୟାୟକ୍ରମେ ଆନ୍ଦୋଳନକୁ ତୀବ୍ର କରିବ ବୋଲି ଚେତାବନୀ ଦେଇଛି। ଏହା କେବଳ ଦରମା ବୃଦ୍ଧିର ଲଢ଼େଇ ନୁହେଁ, ବରଂ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ସମ୍ମାନ, ଅଧିକାର, ଆର୍ଥିକ ସୁରକ୍ଷା ଓ ଭବିଷ୍ୟତ ସହ ଜଡ଼ିତ ବୋଲି ସଂଘ ପ୍ରକାଶ କରିଛି। ଏହି ଦାବି ପ୍ରତି ସମର୍ଥନ ଜଣାଇବାକୁ ସଂଘ ଗଣମାଧ୍ୟମ, ବୁଦ୍ଧିଜୀବୀ, ଜନପ୍ରତିନିଧି ଓ ସଚେତନ ନାଗରିକଙ୍କୁ ଆହ୍ୱାନ ଦେଇଛି। ଦାବିପତ୍ର ସମୟରେ ପଶ୍ଚିମ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘ କନଭେନର୍ ପ୍ରଶାନ୍ତ କୁମାର ପାଢ଼ୀ, ସଭାପତି ରୁକମିନି ଜୁଆଡି, ମଞ୍ଜୁଲତା ମାଝୀ, ସରସ୍ୱତୀ,ହିମାଦ୍ରୀ ପ୍ରଧାନ,ନିବେଦିତା ପଣ୍ଡା, ରଶ୍ମି ପଟ୍ଟନାୟକ,ମିନା ମିଶ୍ର,ସୈରେନ୍ଦ୍ରୀ ମହାନନ୍ଦ,ଝୁମି ସେଠ ପ୍ରମୁଖ ଉପସ୍ଥିତ ଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବରଗଡ଼: ରାସ୍ତାକଡ଼ରେ ବେଆଇନ ରାଖାଦ, ମାଟି ବଢୁଛି ଦୁର୍ଘଟଣା ଆଶଙ୍କା