ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୮ ମିନିଟ ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୧୪ ମିନିଟ ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୨୦ ମିନିଟ ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୨୪ ମିନିଟ ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୨୯ ମିନିଟ ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ ୩୭ ମିନିଟ ପୂର୍ବେBargarh Anganwadi workers outrage over the CDPO’s arbitrary: ସିଡିପିଓଙ୍କ ମନମୁଖୀ କାର୍ଯ୍ୟ ଓ ନିମ୍ନମାନର ପୋଷାକ ଯୋଗାଣକୁ ନେଇ ତାତିଲେ ବରଗଡ଼ ଅଙ୍ଗନୱାଡି କର୍ମୀ ଓ ସହାୟିକା ୪୧ ମିନିଟ ପୂର୍ବେChief Minister’s visit to Paradip: ମୁଖ୍ୟମନ୍ତ୍ରୀଙ୍କ ପାରାଦୀପ ଗ୍ରସ୍ତକୁ ନେଇ ପୁରା ସଜାଗ ପୋଲିସ୍ ପ୍ରଶାସନ ୪୪ ମିନିଟ ପୂର୍ବେRairangpur Postal Division: ରାଇରଙ୍ଗପୁର ଡାକମଣ୍ଡଳ ପକ୍ଷରୁ ସ୍ପର୍ଶ ଛାତ୍ରବୃତ୍ତି ଓ କର୍ମଚାରୀ ପୁରସ୍କାର ଘୋଷଣା ୪୮ ମିନିଟ ପୂର୍ବେCo-education system is failing: ବିଫଳ ହେଉଛି ସହଶିକ୍ଷା ବ୍ୟବସ୍ଥା, ସାଇଁକୁଳାରେ ରହିଛି ପୁଅ, ଝିଅଙ୍କ ପାଇଁ ପୃଥକ ପ୍ରାଥମିକ ବିଦ୍ୟାଳୟ ୫୨ ମିନିଟ ପୂର୍ବେObservance Annual Mines Safety : ଗୋରୁମହିଷାଣି ଲୌହଖଣିର ୪୪ତମ ବାର୍ଷିକ ଖଣି ସୁରକ୍ଷା ପକ୍ଷ ପାଳନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

ଓୟୁଏଟି ତରଫରୁ ପାକଶାଳା ବଗିଚା ସମ୍ବନ୍ଧୀୟ ତାଲିମ ଶିବିର

ଓୟୁଏଟି ତରଫରୁ ପାକଶାଳା ବଗିଚା ସମ୍ବନ୍ଧୀୟ ତାଲିମ ଶିବିର – ସମୀକ୍ଷା ଖବର

ଭଗବାନ ମହାନ୍ତି / ଜିଲା ପ୍ରତିନିଧି / ଜଗତସିଂହପୁର /ସମୀକ୍ଷା ନ୍ୟୁଜ :

ଜଗତସିଂହପୁର ତା:-୨୭ .୧୦ .୨୦୨୬ ରିଖରେ ସର୍ବଭାରତୀୟ ସମନ୍ଵିତ ପନିପରିବା ଫସଲ ଗବେଷଣା ପ୍ରକଳ୍ପ ଓ କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁରର ମିଳିତ ପ୍ରୟାସରେ ସଂପ୍ରତି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଏରସମା ବ୍ଲକର ଅଚ୍ୟୁତଦାସପୁର ଗ୍ରାମରେ ଅନୁସୂଚିତ ଜାତି ଉପଯୋଜନା ଆନୁକୁଲ୍ୟରେ ଏକ କୃଷକ ପାକଶାଳା ତାଲିମ ଶିବିର ଓ କୃଷି ସାମଗ୍ରୀ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଚ୍ୟୁତଦାସପୁର ଗ୍ରାମ ଓ ଆଖପାଖ ଗ୍ରାମର ୬୦ ରୁ ଅଧିକ ଅନୁସୂଚିତ ଜାତିର କୃଷକ ଓ କୃଷି ମହିଳା ସକ୍ରିୟ ଭାବରେ ଅଂଶ ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡ଼ଃ. ଜୀବନଜିତ୍ ସେନ୍ ପରିଚାଳନା କରିଥିଲେ।ଏହି ଅବସରରେ ଅଖିଳ ଭାରତୀୟ ପନିପରିବା ଫସଲ ଗବେଷଣା ପ୍ରକଳ୍ପ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ମୁଖ୍ୟ ବୈଜ୍ଞାନିକ ଡ଼ଃ ଅନିତା ମହାନ୍ତି ଯୋଗଦେଇ କିପରି ବୈଜ୍ଞାନିକ ପ୍ରଣାଳୀରେ ପାକଶାଳା ବଗିଚାର ପରିଚାଳନା ହୋଇପାରିବ ଚାଷୀ ମାନଙ୍କୁ ବୁଝାଇଥିଲେ l

ଓୟୁଏଟି ତରଫରୁ ପାକଶାଳା ବଗିଚା ସମ୍ବନ୍ଧୀୟ ତାଲିମ ଶିବିର – ସମୀକ୍ଷା

ଏହି ପ୍ରକଳ୍ପର ଅନ୍ୟତମ ବୈଜ୍ଞାନିକ ଡ଼ଃ ସୂଜନୀ ବେହେରା, ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପନିପରିବାରେ ରୋଗ ପୋକ ପରିଚାଳନା ଉପରେ ଗୁରୁତ୍ବ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ଼ଃ ଦେବାଶିଷ ପଣ୍ଡା ଏବଂ ଡ଼ଃ ପ୍ରଦୀପ୍ତ ମାଝୀ ଶୀତ ଦିନିଆ ପନିପରିବା ର ରୋଗ ପୋକ ପରିଚାଳନା ଏବଂ ମୃତ୍ତିକା ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇଥିଲେ। l ଏଥିରେ ଏରସମା ବ୍ଲକ ର ସହକାରୀ କୃଷି ଅଧିକାରୀ ଲିପ୍ସାରାଣୀ ବେହେରା ଯୋଗଦେଇ ପାକଶାଳା ବଗିଚା ବିଷୟରେ ଆଲୋଚନା କରିଥିଲେ l ପ୍ରକଳ୍ପ ତରଫରୁ ଓୟୁଏଟି ର ଉନ୍ନତ ମାନର ମଞ୍ଜି, ପୋଟ୍ରେ,ସ୍ପ୍ରେୟର,ଜାଲ ଇତ୍ୟାଦି ପ୍ରଦାନ କରାଯାଇଥିଲା I ଏହା ସହିତ କୃଷି ବିଜ୍ଞାନ କେନ୍ଦ୍ରର ତରଫରୁ ଖେତ ବଞ୍ଚାଅ ଅଭିଯାନ ସମ୍ବନ୍ଧୀୟ ପରାମର୍ଶ ଦିଆଯାଇଥିଲା I ଏହି କାର୍ଯ୍ୟକ୍ରମ ଦ୍ଵାରା ଗ୍ରାମବାସୀ ଅନୁସୂଚିତ ଜାତି କୃଷକ ମାନଙ୍କର ଆର୍ଥିକ ସ୍ଥିତି ସୃଦୃଢ଼ ହେବ ବୋଲି ଆଶା ପ୍ରକାଶ କରିଥିଲେ। ପରିଶେଷରେ ଉକ୍ତ ଗ୍ରାମର କୈଳାସ ଜୟସିଂ ଧନ୍ୟବାଦ ଅର୍ପଣ କରିଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜଗତସିଂହପୁର: ଆକାଶ ମେଘାଛନ