ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୭ ମିନିଟ ପୂର୍ବେChild Marriage Awareness : ଶୁଲ୍ଲିମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଲ୍ୟବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ୧୪ ମିନିଟ ପୂର୍ବେNuapada Road Safety Committee : ନୂଆପଡ଼ାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ୧୪ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୧୫ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୧୫ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୧୫ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୧୫ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୧୫ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୧୫ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୧୫ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା
ଚର୍ଚ୍ଚାରେ ମୟୂରଭଞ୍ଜ ନୂଆପଡ଼ା ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼

ଭତ୍ତା ବଣ୍ଟନରେ ଅବ୍ୟବସ୍ଥା ଓ ବିଭିନ୍ନ ଅନିୟମିତତାକୁ ପ୍ରତିବାଦ ସଭା

ଭତ୍ତା ବଣ୍ଟନରେ ଅବ୍ୟବସ୍ଥା ଓ ବିଭିନ୍ନ ଅନିୟମିତତାକୁ ପ୍ରତିବାଦ ସଭା – ସମୀକ୍ଷା ଖବର

ସିଦ୍ଧାର୍ଥ ଶଙ୍କର ମିଶ୍ର /ଧାମନଗର ପ୍ରତିନିଧି /ସମୀକ୍ଷା ନ୍ୟୁଜ :

ଧାମନଗର 26/10 () ଭତ୍ତା ବଣ୍ଟନରେ ଅବ୍ୟବସ୍ଥା, ରିଲିଫ୍ ସାମଗ୍ରୀ ବଣ୍ଟନ ଓ ବନ୍ୟା କ୍ଷୟକ୍ଷତି ସହାୟତା ପ୍ରଦାନରେ ଅନିୟମିତତା, ଚାଷ କ୍ଷୟକ୍ଷତି ଆକଳନରେ ପକ୍ଷପାତିତା ଏବଂ କାଣିନଦୀ ମୁହାଣ ପୋତି ହେବା ଭଳି ବିଭିନ୍ନ ଜନସମସ୍ୟାକୁ ନେଇ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ପାଳସାହି ଗ୍ରାମ ପଞ୍ଚାୟତର ବେତାଳିଗାଁ ହାଟଠାରେ ସୋମବାର ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ପାଳସାହି ଓ ରଇପୁର ପଞ୍ଚାୟତର ବିଜେଡି, କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳର ନେତା ଓ କର୍ମୀମାନେ ଏକାଠି ହୋଇ ସରକାରଙ୍କ ବିଭିନ୍ନ ନୀତି ଓ କାର୍ଯ୍ୟପଦ୍ଧତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।ବିଶେଷକରି ବ୍ୟାଙ୍କ ଖାତା ମାଧ୍ୟମରେ ଭତ୍ତା ପାଉଥିବା ଅନେକ ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀ ଦୀର୍ଘ ମାସ ଧରି ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ସଭାରେ ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା। ଏହି ପ୍ରତିବାଦ ସଭାରେ ଦୁଇ ପଞ୍ଚାୟତର ବହୁ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ସମେତ ଶହ ଶହ ସଂଖ୍ୟାରେ ଜନସାଧାରଣ ଯୋଗଦେଇଥିଲେ। ଦୀର୍ଘଦିନ ଧରି ଭତ୍ତା ନମିଳିବା ଫଳରେ ଦୈନନ୍ଦିନ ଜୀବନଯାପନରେ ଘୋର ଅସୁବିଧା ଭୋଗୁଥିବା ହିତାଧିକାରୀମାନେ ସଭାରେ ନିଜ ଦୁଃଖ ଓ ଅସନ୍ତୋଷ ବ୍ୟକ୍ତ କରିଥିଲେ।ଏଥିସହିତ ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ ଓ କ୍ଷୟକ୍ଷତି ସହାୟତା ପ୍ରଦାନରେ ଅନିୟମିତତା ହୋଇଥିବା ବିରୋଧୀ ଦଳର ନେତାମାନେ ଅଭିଯୋଗ କରିଥିଲେ।

ଭତ୍ତା ବଣ୍ଟନରେ ଅବ୍ୟବସ୍ଥା ଓ ବିଭିନ୍ନ ଅନିୟମିତତାକୁ ପ୍ରତିବାଦ ସଭା – ସମୀକ୍ଷା

ଚାଷୀଙ୍କ କ୍ଷୟକ୍ଷତି ଆକଳନରେ ମଧ୍ୟ ତ୍ରୁଟି ରହିଥିବା ଅଭିଯୋଗ ଉଠାଇ ସେମାନେ ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ଓ ଉପଯୁକ୍ତ ସହାୟତା ପ୍ରଦାନ ପାଇଁ ଦାବି କରିଥିଲେ।ଅନ୍ୟପକ୍ଷରେ କାଣିନଦୀ ମୁହାଣ ପୋତି ହେବା ସମସ୍ୟାକୁ ନେଇ ମଧ୍ୟ ସଭାରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ମୁହାଣ ସମସ୍ୟାର ସମାଧାନ ନହେଲେ ଧାମନଗର ଅଞ୍ଚଳର ଭବିଷ୍ୟତ ଗୁରୁତର ସଙ୍କଟରେ ପଡ଼ିବ ବୋଲି ବିରୋଧୀ ନେତାମାନେ ମତବ୍ୟକ୍ତ କରିଥିଲେ। ସରକାରଙ୍କ ଅବହେଳା ଯୋଗୁଁ ।ଭତ୍ତା ପାଇବାରୁ ବଞ୍ଚିତ ବୃଦ୍ଧବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀଙ୍କ ସମସ୍ୟାର ସମାଧାନ ପାଇଁ ବିରୋଧୀ ଦଳର ନେତାମାନେ ସରକାରଙ୍କୁ ୧୫ ଦିନର ମହଲତ ଦେଇଛନ୍ତି। ଏହି ସମୟସୀମା ମଧ୍ୟରେ ଭତ୍ତା ସମସ୍ୟାର ସମାଧାନ ନହେଲେ ଆମରଣ ଅନଶନ କରାଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ। ସରକାରଙ୍କ ବିଭିନ୍ନ କାର୍ଯ୍ୟପଦ୍ଧତିକୁ ସମାଲୋଚନା କରି ସେମାନେ ଏହାକୁ ଏକ ବିଫଳ ସରକାର ବୋଲି ଅଭିହିତ କରିଥିଲେ।ଏହି ପ୍ରତିବାଦ ସଭାରେ ରାଜ୍ୟ କୃଷକ ସଭା ରାଜ୍ୟ ଯୁଗ୍ମ ସମ୍ପାଦକ ବିକାଶ ନାଥ, ସିପିଏମ ନେତା ସତ୍ୟବ୍ରତ ବେହେରା,ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ବେହେରା, ବିଜେଡି ପଞ୍ଚାୟତ ସଭାପତି ବ୍ରଜେନ୍ଦ୍ର କୁମାର ମହାନ୍ତି, ପୂର୍ବତନ ସରପଞ୍ଚ ଅନିଲ କୁମାର ଦାସ, କୃଷକ ନେତା ପିତବାସ ମହାନ୍ତି ଓ ସିପିଏମ୍ ନେତା ମାର୍କଣ୍ଡ ଜେନା ପ୍ରମୁଖ ଉପସ୍ଥିତ ରହି ଉଦ୍‌ବୋଧନ ଦେଇଥିଲେ। ସଭାରେ ଉପସ୍ଥିତ ଜନସାଧାରଣ ମଧ୍ୟ ବିଭିନ୍ନ ଜନସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି ଜଣାଇଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ନୂଆଗାଁରେ ମାଇଁ ଭାରତ ପକ୍ଷରୁ ଯୁବ ସଂସଦ ଅନୁଷ୍ଠିତ