ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ଘେଁସ,୨୮। ୧୦ ବରଗଡ଼ ଜିଲ୍ଲାର ଘେଁସ ବଡ଼ଯୋର-ପେଟୁପାଲି ମଧ୍ୟସ୍ଥ ବରଗଛ ଛକ ନିକଟରେ ଅବସ୍ଥିତ ‘ଶ୍ରୀକୃଷ୍ଣ ଆଞ୍ଚଳିକ ଭାଗବତ ଟୁଙ୍ଗିର ୨୦ତମ ବାର୍ଷିକ ମହୋତ୍ସବ ଅତ୍ୟନ୍ତ ଭକ୍ତିପୂର୍ଣ୍ଣ ପରିବେଶରେ ଆରମ୍ଭ ହୋଇଯାଇଛି । ଏହି ଆଧ୍ୟାତ୍ମକ କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ପ୍ରଚୁର ଭକ୍ତଙ୍କ ସମାବେଶ ହୋଇଛି । ମହୋତ୍ସବର ପ୍ରଥମ ଦିବସରେ ପଣ୍ଡିତ ବାଚସ୍ପତି ତ୍ରିପାଠୀଙ୍କ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ଯରେ ବିଧିପୂର୍ବକ ଭବ୍ୟ ପବିତ୍ର କଳଶଯାତ୍ରା ଓ ସାଧୁସେବା କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ପ୍ରବକ୍ତା ସୁରେଶ ଦାଶ ଓ ମଞ୍ଜୁ ଦେବୀ ଙ୍କ ପ୍ରବଚନ କାର୍ଯ୍ଯକ୍ରମ ଏବଂ ଦ୍ରୌପଦୀ ଭୋଇଙ୍କ ଦ୍ୱାରା କରାଯାଉଥିବା ଭାଗବତ ପାରାୟଣ ଉପସ୍ଥିତ ଶ୍ରୋତା ଓ ଭକ୍ତମାନଙ୍କ ମଧ୍ୟରେ ଭକ୍ତିରସ ସଞ୍ଚାର କରୁଛି । ଆସନ୍ତା ୨୮ ତାରିଖ ବୁଧବାର ଓ ୨୯ ତାରିଖ ଗୁରୁବାର ଦିନ ବିଶିଷ୍ଟ ପ୍ରବଚକ କେଶବ ଦାସ ଦ୍ବିତିକୃଷ୍ଣ ଯୋଗଦେଇ ପ୍ରବଚନ କାର୍ଯ୍ଯକ୍ରମ କରିବେ । ଏହି ପବିତ୍ର ଉତ୍ସବରେ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ସହିତ ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି । କମିଟି ର ସଭାପତି କମଳାକାନ୍ତ ଜାଲ ଙ୍କ ସମେତ ବୀରେନ୍ଦ୍ର ପଧାନ, ସୁଷମା ପଧାନ, ଧରିତ୍ରୀ ମେହେର, ଯାମିନୀ ମେହେର, ସଂଗୀତା ମହାପାତ୍ର, ଦିଲୀପ ଭୋଇ ଓ କର୍ମକର୍ତ୍ତାମାନଙ୍କ କର୍ତ୍ତୃବ୍ୟନିଷ୍ଠ ପ୍ରୟାସରେ ଏହି ବାର୍ଷିକ ମହୋତ୍ସବଟି ଆକର୍ଷକ ଓ ସୁରୁଖୁରୁରେ ପାଳନ ହେଉଛି ।






