ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୩୦/୧୦/୨୬ – ପୁଣି ଥରେ ଦ୍ୱିତୀୟ ଥର ପାଇଁ ବାତିଲ୍ ହୋଇଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗମନ । ଆସନ୍ତା ନଭେମ୍ବର ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଜନ୍ମମାଟି ରାଇରଙ୍ଗପୁର ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିବାବେଳେ ଏହାକୁ ବାତିଲ୍ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ନଭେମ୍ବର ୩ ତାରିଖରୁ ରାଷ୍ଟ୍ରପତିଙ୍କର ତିନିଦିନିଆ ଜନ୍ମମାଟି ଆଗମନ ଓ ଅନ୍ୟାନ୍ୟ ନେଇ ଖବର ପ୍ରକାଶ ହୋଇଥିଲା । ଏହି ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର ଯୋଜନା ମଧ୍ୟ ଥିଲା । ସୂଚନା ଥାଉକି ଏହା ପୂର୍ବରୁ ଅକ୍ଟୋବର ୨୮ ତାରିଖରେ ମଧ୍ୟ ରାଷ୍ଟ୍ରପତିଙ୍କର ଦୁଇଦିନିଆ ଜନ୍ମମାଟି ରାଇରଙ୍ଗପୁର ଆଗମନ କାର୍ଯ୍ୟକ୍ରମ ରହିଥିଲା । ତେବେ ଦୁଇ ଦୁଇଥର ପାଣିପାଗରେ ଅଚାନକ ପରିବର୍ତ୍ତନକୁ ଲକ୍ଷ୍ୟ ରଖି ଦ୍ଵିତୀୟ ଥର ନଭେମ୍ବର ୩ ରୁ ୫ ତାରିଖରେ ଥିବା ତିନି ଦିନିଆ ଆଗମନକୁ ମଧ୍ୟ ବାତିଲ୍ କରାଯାଇଛି ।






