ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
୬ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୬ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୬ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୬ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୬ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୬ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୬ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୬ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୭ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୭ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

ପାଖେଇଲା ମୟୂରଭଞ୍ଜ ମହୋତ୍ସବ -୨୦୨୬

ପାଖେଇଲା ମୟୂରଭଞ୍ଜ ମହୋତ୍ସବ -୨୦୨୬ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୩୧/୧୦/୨୬ – ଜିଲ୍ଲା ଚର୍ଚ୍ଚିତ ମୟୂରଭଞ୍ଜ ମହୋତ୍ସବକୁ ରହିଛି ଆଉ ଅଳ୍ପଦିନ । ବିଭିନ୍ନ ଦିଗକୁ ନୀରିକ୍ଷଣ କରି ଏହି ମହୋତ୍ସବର ଆୟୋଜନ । ଆଉ ଏଇଥିରୁ ବୋଧେ ପ୍ରକୃତ ଓ ପ୍ରକୃତିରୁ ହିଁ ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ପରିଚୟ ସୃଷ୍ଟି ହୁଏ । ତେବେ ବିବାଦ ଓ ଆନ୍ତରିକତାରୁ ସମୟକ୍ରମେ କେତେଟା ଭୌଗଳିକ, ଆର୍ଥିକ ଭଳି ଅନ୍ୟରୂପ ମଧ୍ୟ ବଦଳିଯାଏ । କେତେକ କ୍ଷେତ୍ରରେ ଏହା ସୁବିଧା ସହ ଅସୁବିଧା ସୃଷ୍ଟି କରେ । କୋଉଠି ଗଢିହୁଏ ତ ପୁଣି କୋଉଠି ଭାଙ୍ଗିଯାଏ । ଋତୁ ଭଳି କେତେବେଳେ ଶାନ୍ତ ରୁ ଅଶାନ୍ତ ପୁଣି କେତେବେଳେ ଦୁଃଖ ରୁ ସୁଖ ଭିତରେ ଅତିବାହିତ ହୋଇ ଗତିକରେ ପରିବେଶ ଓ ପରିସ୍ଥିତି । ତେବେ ସବୁରି ମୂଳରେ ଆମେ ମଣିଷ ହିଁ ଏସବୁର ମୁଖ୍ୟ ନାୟକ ବା ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିବାଟା କାହାକୁ ଅଛପା ନୁହେଁ ।

ମୟୂରଭଞ୍ଜ ଓଡ଼ିଶା ରାଜ୍ୟର ସବୁଠୁ ବଡ଼ଜିଲ୍ଲା । ତେବେ ଅନ୍ୟ ଦିଗରେ କେହି ଏ ଜିଲ୍ଲାକୁ ବଡ଼ ମାନନ୍ତୁ କି ନମାନନ୍ତୁ ଶିମିଳିପାଳ ପାଇଁ ରହିଛି ଏହି ଜିଲ୍ଲାର ସ୍ୱତନ୍ତ୍ର ପରିଚୟ । ଦ୍ୱିତୀୟରେ ଏ ଜିଲ୍ଲା ବାସିନ୍ଦା ସବୁଠୁ ସରଳ, ନୀରିହ ଓ ନିଷ୍କପଟ । ଅପମାନ ପୂର୍ବରୁ ସମସ୍ତଙ୍କୁ ମାନ ଦେବା ଏମାନଙ୍କ ସ୍ଵଭାଵ । ବୋଧେ ସେଇଥିପାଇଁ ଏମାନଙ୍କୁ ବହୁ ସମୟରେ ହଠାତ ନ୍ୟାୟ ମିଳିନଥାଏ, ବିକାଶର ଢେର ପଛରେ ଏମାନେ । ଦରଦ ଅଭାବରୁ ତଥା ସରଳତାର ସୁଯୋଗରେ ଏମାନେ କେବଳ ପ୍ରତିଶ୍ରୁତିରେ ସୀମିତ ରହିଥାନ୍ତି, ରହି ଆସୁଛନ୍ତି । ଅନେକ ଉନ୍ନତି କ୍ଷେତ୍ରରେ ଏହା ରାଜ୍ୟ ଓ ଦେଶକୁ ବିଭିନ୍ନ ଉଲ୍ଲେଖନୀୟ ସାହାଯ୍ୟ କରୁଥିଲେ ବି କାହା ଦୟା କି ଶୁଭଦୃଷ୍ଟି ଏ ଜିଲ୍ଲାରେ ନପଡିବା କାରଣ ସମସ୍ତେ ଜାଣିଛନ୍ତି । ତଥାପି ସମସ୍ତଙ୍କୁ ସୁଯୋଗ ଉପରେ ସୁଯୋଗ ଦେବା, ଇର୍ଷା ନହେବା ଜିଲ୍ଲାବାସୀଙ୍କ ଏକ ଅନନ୍ୟ ପରିଚୟ ଭଳି ମନେହୁଏ । ଏଠି ଆବଶ୍ୟକ ଦାବି ପାଇଁ ଚାବି ଫିଟେଇବା ଲୋକ ଦୁର୍ବଳ ବୋଲି ବୁଦ୍ଧିଜୀବୀ ମତ ଦିଅନ୍ତି ।

ପାଖେଇଲା ମୟୂରଭଞ୍ଜ ମହୋତ୍ସବ -୨୦୨୬ – ସମୀକ୍ଷା

ତେବେ ଏ ଜିଲ୍ଲାର କଳା, ସଂସ୍କୃତି ଓ ପରମ୍ପରା ଏକ ଦୃଷ୍ଟାନ୍ତ । ଜିଲ୍ଲାର ପ୍ରତ୍ୟେକ ଅନୁକୋଣରେ ଭରି ରହିଛି ଭଳିକି ଭଳି ପରମ୍ପରା, କଳା ଓ ଲୋକକଳା ଯାହାର ଅବଦାନ କେବଳ ଯେ ଭାରତ ବର୍ଷ ନୁହଁ ଓଡ଼ିଶା ରାଜ୍ୟର ସୁନାମ ଗାଇବାକୁ ମଧ୍ୟ ଯଥେଷ୍ଟ । ଜାତି ବିଶେଷରେ ବିଭିନ୍ନ ପୂଜାପର୍ବ ସହ ଜଡ଼ିତ ପଦ୍ଧତି, ଖାଦ୍ୟପେୟ, ବେଶଭୂଷା, ନାଚଗୀତ ସବୁକିଛି ଅଲଗା ହୋଇଥାଏ ଏଇଠି । କେବଳ ଯେ ଛଉ, ଚଳଚ୍ଚିତ୍ର ନାୟକ ପାଇଁ ଜିଲ୍ଲାର ପ୍ରସିଦ୍ଧି ସୀମିତ ରହିଛି ତା ନୁହେଁ ବରଂ ଏ ମାଟିର ମହିଳା ମଧ୍ୟ ଶୀର୍ଷ ସ୍ଥାନରେ ରହି ଆଜି ଭାରତର ରାଷ୍ଟ୍ରପତି ଦାୟିତ୍ୱ ତୁଲାଉଛନ୍ତି । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପ ଏହା ଯେ ଆଧୁନିକତାର ଛାପରେ ଏବେ ବହୁକିଛି ଲୋପ ପାଇବାକୁ ବସିଲାଣି, ଆଉ ଦେଖିବାକୁ ମିଳୁନି ନୂତନ ଯୁବପୀଢ଼ିଙ୍କ ବିଶେଷ ଆଗ୍ରହ । ତେବେ ଏଥିପାଇଁ ମଧ୍ୟ ବର୍ଷତମାମ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାବାସୀ ଜାରି ରଖିଛନ୍ତି ପ୍ରୟାସ, ପୁରୁଣା କଥାକୁ ସାଉଁଟିବା ପାଇଁ ବିଭିନ୍ନ ସ୍ଥାନରେ ଆରମ୍ଭ କରିଛନ୍ତି ମହୋତ୍ସବ, ବିଭିନ୍ନ ସମୟରେ ବିଭିନ୍ନ ମହୋତ୍ସବ ପାଳିତ ହୋଇଥାଏ ଏଇ ମାଟିରେ ଯାହା ମଧ୍ୟରୁ ମୟୂରଭଞ୍ଜ ମହୋତ୍ସବର ସ୍ୱତନ୍ତ୍ରତା ବାରିହୁଏ । ତେବେ ଏହା ପ୍ରତି ବାସିନ୍ଦା କେତେ ଆକୃଷ୍ଟ ତାହା ଆଗାମୀ ପିଢ଼ି ପାଇଁ ଏକ ଚ୍ୟାଲେଞ୍ଜ ଭଳି ଲାଗିଥାଏ । କାରଣ ସେମାନଙ୍କ ଆନ୍ତରିକତା ଓ ଅନୁକରଣ ହିଁ ଏହାକୁ ଜାବୁଡି ଧରିବ, ଆଗକୁ ଜୀବିତ ରଖିବ । ତେବେ ବର୍ତ୍ତମାନର ଯୁବପୀଢ଼ିଙ୍କ ଏଦିଗରେ କମ ଆଗ୍ରହ ରହୁଥିବା ନେଇ ସମସ୍ତେ ମିଶି ଟିକେ ଏହାକୁ ଚିନ୍ତା କରନ୍ତେନି ??? ଟିକିଏ ସୁଧାର କି ପରିବର୍ତ୍ତନ ଆଣି ପାରନ୍ତେନି ??? ଚାଲନ୍ତୁ କେତେଟି ପ୍ରଶ୍ନ ଆମେ ନିଜକୁ ପଚାରିବା । ଆମ ପିଲା କି ନାତିନାତୁଣୀ ମାନେ ଆମ ସହ ମୟୂରଭଞ୍ଜିଆ ବ୍ୟବହାର କରୁଛନ୍ତି ତ ? ନିଜ ପଡୋଶୀ ପରିବାର ବା ଗାଁ ଛୁଆଙ୍କ ସହ ମିଶୁଛନ୍ତି ତ ? ପାଳିତ ପର୍ବ, ପିଠାପଣା, ପୋଷାକ, ନାଚଗୀତ, ବାଦ୍ୟଯନ୍ତ୍ର, ପୂଜାର୍ଚ୍ଚନା, ମୌଳିକ ବୃତ୍ତି ହଉ କି ସଂସ୍କୃତି ଇତ୍ୟାଦି ବାବଦରେ ସେମାନେ ଅବଗତ ତ ? ପୁରୁଣା ଖାଦ୍ୟ ଯଥା ପତୁଆ, ପୋଡାପିଠା, ପଖାଳ କି ମୁଢି କିମ୍ବା ଆଞ୍ଚଳିକ ଚଳଣି ପ୍ରତି ସେମାନଙ୍କ ଆଗ୍ରହ ରହୁଛି ତ ? ଜଙ୍ଗଲ ବୁଲି ଗଛ, ପକ୍ଷୀ, ପଶୁ ଚିହ୍ନି ପାରୁଛନ୍ତି ତ ? ଏମିତି ଅନେକ କିଛି ଯେଉଁଠି ଆଗ୍ରହ ଓ ଉଦ୍ୟମ ପାଇଁ ଆମେ ଏସବୁ ଦିଗରେ ଏବେଠାରୁ ଯତ୍ନବାନ ରହିବାର ଆବଶ୍ୟକତା ରହିଛି । ପୁରଖା ମାନଙ୍କ ମୁହଁରୁ ଏସବୁ ପ୍ରଶ୍ନ ବାଣରେ ଲାଗେ ସତେ ଯେମିତି ଆମେ ହି ଆମ ପିଲାଙ୍କୁ ଏବେରୁ ଏସବୁରୁ ଦୂରେଇ ରଖୁଛୁ । ତେବେ ଆମ ଅନ୍ତେ ଏସବୁ ଲୋପ ପାଇଯିବ କି ? କେବଳ ତୁମ ଜିଲ୍ଲା ନାଁ ପ୍ରଶ୍ନ କଲେ ମୟୂରଭଞ୍ଜ କହିବା ଛଡା ଜିଲ୍ଲାର ଭୌଗଳିକ ବା ଅନ୍ୟାନ୍ୟ କ୍ଷେତ୍ରରେ କିଛି ଜାଣିନଥିବା ପିଲା କଣ ଏସବୁକୁ ଜାଣିବାର ଆବଶ୍ୟକତା ନାହିଁ ???

ପାଖେଇଲା ମୟୂରଭଞ୍ଜ ମହୋତ୍ସବ -୨୦୨୬ – ସମୀକ୍ଷା

ସେମାନଙ୍କୁ କୋଟି ପ୍ରଣାମ ଯେଉଁମାନେ ଏଥିପ୍ରତି ଉଦ୍ୟମ କରି ତାକୁ ଉପସ୍ଥାପନ କରୁଛନ୍ତି । ଆଉ ଅଳ୍ପଦିନ ବାକି ରହିଛି ଜିଲ୍ଲା କ୍ଷେତ୍ରରେ ଆୟୋଜିତ ହେବାକୁ ଯାଉଛି ଜିଲ୍ଲା ମହୋତ୍ସବ । ଏଥିରେ ମୟୂରଭଞ୍ଜ ସମ୍ପର୍କିତ ସମସ୍ତ ବିଷୟକୁ ଗୁରୁତ୍ୱ ଦିଆଯାଏ । ବିଭିନ୍ନ ଷ୍ଟଲ ମାନଙ୍କରେ ମୟୂରଭଞ୍ଜ ଖାଦ୍ୟକୁ ବହୁ ମୟୂରଭଞ୍ଜିଆ ଆନନ୍ଦରେ ଉପଭୋଗ କରନ୍ତି, ତେବେ ୟା ଭିତରେ ମୟୂରଭଞ୍ଜ ପ୍ରସିଦ୍ଧ ମୁଢିମାଂସର ଚାହିଦା ଅଧିକ ଥାଏ । ଦଶଦିନ ବା ତଦୁର୍ଦ୍ଧ୍ଵ ଧରି ଆୟୋଜିତ ଏହି ଉତ୍ସବ ପାଇଁ ଆୟୋଜକ ଓ କର୍ମକର୍ତ୍ତାଙ୍କୁ ଟିକିଏ ଅବଗତ କରାଇଲେ ସେମାନେ ଆପଣଙ୍କ ଅଞ୍ଚଳକୁ ମଧ୍ୟ ଦୃଷ୍ଟିକୁ ଆଣି ଏକ ପରିଚୟ ସୃଷ୍ଟି କରନ୍ତେ ବୋଲି ଏହି ବିଶାଳ ମହୋତ୍ସବ ଆୟୋଜକଙ୍କ ମୁହଁରୁ ଶୁଣିବାକୁ ମିଳିଥାଏ । ଆପଣ ଆପଣଙ୍କ ଅଞ୍ଚଳର କୌଣସି ଲୁକ୍କାୟିତ ପ୍ରତିଭା, ସ୍ୱତନ୍ତ୍ର ଜୀବନଜୀବିକା, ଖାଦ୍ୟ, ନାଚ କିମ୍ବା ଅନ୍ୟାନ୍ୟ କଳା ପୁଣି ଐତିହାସିକ ସ୍ଥିତି ବାବଦରେ ଆୟୋଜକଙ୍କୁ ଅବଗତ କରାନ୍ତୁ । ସମସ୍ତଙ୍କ ଉତ୍ସାହ ବଢ଼ାନ୍ତୁ, ସିଧା ସୋସିଆଲ ମିଡିଆରେ ମଧ୍ୟ ଲେଖି ବା ଚିତ୍ର ମାଧ୍ୟମରେ ଲୋକାଲୋଚନକୁ ଆଣି ଅଞ୍ଚଳର ଗୌରବ ବଢ଼ାଇ ଏକ ମୟୂରଭଞ୍ଜିଆର ପରିଚୟ ଦିଅନ୍ତୁ । ଲୋପ ପାଇବା ପୂର୍ବରୁ ତାକୁ ଲେପ ଦେବାକୁ ପ୍ରଚେଷ୍ଟା କରନ୍ତୁ । ଜିଲ୍ଲା ପାଇଁ ସହାୟ ହେବା ଚିନ୍ତାରେ ସମସ୍ତେ ଏକଜୁଟ ହେବାର ସିଦ୍ଧାନ୍ତ ଆଜି ହିଁ ନିଅନ୍ତୁ, କିଛି ଲୁଚିଯିବା ପୂର୍ବରୁ ତାକୁ ସାମ୍ନାକୁ ଆଣନ୍ତୁ । ସବୁଦିଗରୁ ପ୍ରଚେଷ୍ଟା ଜାରି ରହୁ, ଆମ ଅବହେଳା ଆମକୁ ପ୍ରଶ୍ନ ନକରୁ । ତେବେ ୯ମ ବର୍ଷରେ ଡିସେମ୍ବର ୬ ରୁ ୧୬ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ଏହି ମହୋତ୍ସବର ବିଶାଳ ଆୟୋଜନ ପାଇଁ ଏବେରୁ ଆୟୋଜକ ସମୂହ ବିଭିନ୍ନ ସ୍ଥାନ ଗସ୍ତ ପୂର୍ବକ ବୈଠକ ମାଧ୍ୟମରେ ପ୍ରସ୍ତୁତି ଆରମ୍ଭ କରିବା ଜଣାପଡିଛି । ଏହି ୧୦ଦିନର ମହୋତ୍ସବକୁ ସୁନ୍ଦର ଓ ସଫଳ କରିବାପାଇଁ ଜିଲ୍ଲାବାସୀଙ୍କୁ ଆୟୋଜକଙ୍କ ତରଫରୁ ସମସ୍ତ ପ୍ରଚେଷ୍ଟା ଜାରି ରହିବା ସହ ସମସ୍ତ ମୟୂରଭଞ୍ଜ ବାସୀଙ୍କୁ ସାମିଲ ହେବାକୁ ଅନୁରୋଧ ରଖାଯାଇଛି ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର କଣାସ ହାଇସ୍କୁଲରେ ରାଷ୍ଟ୍ରୀୟ ଏକତା ଦିବସ ଅନୁଷ୍ଠିତ