ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୩ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୩ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୩ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୩ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୩ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୩ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୪ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୪ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୪ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୪ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

ଏସ. ଆଇ. ଆର ଡ୍ୟୁଟିରେ ଥିବା ବି. ଏଲ. ଓ.ଙ୍କୁ ଆକ୍ରମଣ

ଏସ. ଆଇ. ଆର ଡ୍ୟୁଟିରେ ଥିବା ବି. ଏଲ. ଓ.ଙ୍କୁ ଆକ୍ରମଣ – ସମୀକ୍ଷା ଖବର

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:

ଝାରବନ୍ଧ,୨।୧୧ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ଚାଲିଥିବା ଏସ ଆଇ ଆର କାର୍ଯ୍ୟରେ ନିୟୋଜିତ ଜଣେ ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲଓ)ଙ୍କୁ ଆକ୍ରମଣ କରାଯାଇଥିବା ଘଟଣା ଅଞ୍ଚଳରେ ଚିନ୍ତାର ବିଷୟ ପାଲଟିଛି। ଝାରବନ୍ଧ ବ୍ଲଜ ବଡ଼ଅନକୀ ଗ୍ରାମରେ ଏସ. ଆଇ. ଆର. ଡ୍ୟୁଟି କରୁଥିବା ବିଏଲଓ କୃପାସିନ୍ଧୁ ବରିହାଙ୍କୁ ଜୈନେକ ବ୍ୟକ୍ତି ନିଜ ପତ୍ନୀ ର ନାମରେ ଟାଇଟିଲ ପରିବର୍ତନ କୁ ନେଇ ବଚସା ପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ଚିକିତ୍ସା ସମୟରେ ୮ଟି ଷ୍ଟିଚ୍‌ ପଡ଼ିଥିବା ଜଣାପଡ଼ିଛି। ଆହତ ବି ଏଲ ଓ ଙ୍କ ବୟାନ ଅନୁସାରେ ରାଜେଶ ନାମକ ଜଣେ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ। ଜଣେ ମହିଳାଙ୍କ ଭୋଟର ତାଲିକାରେ ସ୍ୱାମୀଙ୍କ ସରନେମ୍‌ ପରିବର୍ତ୍ତନକୁ ନେଇ ଆଲୋଚନା ଚାଲିଥିବାବେଳେ ବଚସା ତୀବ୍ର ରୂପ ନେଇଥିଲା ବୋଲି ସେ କହିଛନ୍ତି। ଆହତ ବିଏଲଓ ଙ୍କୁ ପ୍ରଥମେ ଡଭା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପକ୍ଷରେ, ଘଟଣାକୁ ନେଇ ଏପର୍ଯ୍ୟନ୍ତ ଥାନାରେ ଏତଲା ଦାଖଲ ହୋଇନଥିବାରୁ ପୋଲିସ ପକ୍ଷରୁ କୌଣସି ଔପଚାରିକ ତଦନ୍ତମୂଳକ ପଦକ୍ଷେପ ନିଆଯାଇନଥିବା ଜଣାପଡ଼ିଛି। ତେବେ ନିର୍ବାଚନୀ କାର୍ଯ୍ୟରେ ନିୟୋଜିତ ଜଣେ ସରକାରୀ କର୍ମଚାରୀ ଡ୍ୟୁଟି ସମୟରେ ଆକ୍ରମଣର ଶିକାର ହେବା ଘଟଣାକୁ ନେଇ ଗମ୍ଭୀର ଉଦ୍‌ବେଗ ପ୍ରକାଶ ପାଇଛି। ସରକାରୀ ଦାୟିତ୍ୱ ସମ୍ପାଦନ କରୁଥିବା କର୍ମଚାରୀଙ୍କ ସୁରକ୍ଷା ଯଦି ସୁନିଶ୍ଚିତ ନହୁଏ, ତେବେ ନିର୍ବାଚନୀ କାର୍ଯ୍ୟ କିପରି ନିର୍ବିଘ୍ନରେ ସମ୍ପନ୍ନ ହେବ, ତାହା ଏବେ ବଡ଼ ପ୍ରଶ୍ନ। ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ତ୍ୱରିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ଉଠୁଛି। ଏ ସମ୍ପର୍କ ରେ ଝାରବନ୍ଧ ବିଡ଼ିଓ ପର୍ଶୁରାମ ପଣ୍ଡା ଙ୍କୁ ପଚାରିବାରୁ ବି.ଏଲ. ଓ. ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି,ଆଇନ ଅନୁଯାୟୀ ଥାନାରେ ରିପୋର୍ଟ କରାଯିବ ବୋଲି କହିଛନ୍ତି l

ଏସ. ଆଇ. ଆର ଡ୍ୟୁଟିରେ ଥିବା ବି. ଏଲ. ଓ.ଙ୍କୁ ଆକ୍ରମଣ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଖିଣ୍ଡା ଛକର ସ୍ୱାଦିଷ୍ଟ ଆକର୍ଷଣ : ରାମଲାଲା ମୁଢ଼ି ଷ୍ଟଲ୍