ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି/ବରଗଡ/ସମୀକ୍ଷା ନ୍ୟୁଜ:
ପଦ୍ମପୁର – ପାଇକମାଲ ବିଜୁ ଏକ୍ସପ୍ରେସୱେ ରାସ୍ତାର ଗୌରଜୁରି ନିକଟରେ ଏକ ଗାତ ସୃଷ୍ଟି ହୋଇଥିବାରୁ ଯାତୟତରେ ବିପଦ ସୃଷ୍ଟି ହୋଇଛି ରାସ୍ତାର ମଝି ଭାଗରେ ଥିବା ଏହି ଗାତ ଦିନକୁ ଦିନ ବଡ଼ ହେଉଥିବାବେଳେ ସମ୍ପୁକ୍ତ ବିଭାଗ ଏହାର ମରାମତି ପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି ଏହି ରାସ୍ତାଦେଇ ପ୍ରତିଦିନ ଶତାଧିକ ଯାନ ବାହନ ଚଳାଚଳ କରୁଥିବା ବେଳେ ଦୁଇଚକିଆ ଓ ଚାରିଚକିଆ ଯାନ ଚାଳକ ମାନେ ଅସୁବିଧାର ସମ୍ମୁଖୀନ ହେବେ ବିଶେଷକରି ରାତ୍ରୀ ସମୟରେ ଗାତଟି ସ୍ପଷ୍ଟ ଭାବେ ଦେଖା ଯାଉନ ଥିବାରୁ ଦୁର୍ଘଟଣା ର ଆଶଙ୍କା ବଢ଼ିଯାଇଛି | ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ ଯଦି ଶୀଘ୍ର ମରାମତି କାର୍ଯ୍ୟ କରାନଯାଏ ତେବେ ଯେ ସମୟରେ ବଡଧରଣର ସଡକ ଦୁର୍ଘଟଣା ଘଟିପାରେ ତେଣୁ ସେମାନେ ସଡକ ଓ ଗୃହ ନିର୍ମାଣ ବିଭାଗକୁ ତୁରନ୍ତ ଏହି ଗାତର ମରାମତି କରିବା ସହ ସତର୍କତା ସୂଚନା ଫଳକ ଲଗାଇବାକୁ ଦାବି କରିଛନ୍ତି ସାଧାରଣ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଏହି ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି |






