ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୧ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୧ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୧ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୧ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୨ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୨ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୨ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୨ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୨ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୨ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

A lock hangs forest guards: ବନରକ୍ଷୀଙ୍କ ବାସଗୃହ ଓ କାର୍ଯ୍ୟାଳୟରେ ଝୁଲୁଛି ତାଲା

A lock hangs forest guards: ବନରକ୍ଷୀଙ୍କ ବାସଗୃହ ଓ କାର୍ଯ୍ୟାଳୟରେ ଝୁଲୁଛି ତାଲା – ସମୀକ୍ଷା ଖବର

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:

ବରଗଡ,୫।୧୧ ଜଙ୍ଗଲ ସୁରକ୍ଷା ଓ ବିଭାଗୀୟ କାର୍ଯ୍ୟର ସୁଗମ ପରିଚାଳନା ପାଇଁ ନିର୍ମାଣ ହୋଇଛି ସରକାରୀ କାର୍ଯ୍ୟାଳୟ ଓ ବାସଗୃହ। ହେଲେ ଏବେ ଏହାର ଅବସ୍ଥା ଭିନ୍ନ। କାର୍ଯ୍ୟାଳୟ ଓ ବାସଗୃହରେ ଝୁଲୁଛି ତାଲା। ଚାରିପାଖରେ ଘାସବୁଦା ମାଡ଼ିଯାଇଥିବା ବେଳେ ଦୀର୍ଘଦିନ ଧରି ଏହା ଅବହେଳିତ ଅବସ୍ଥାରେ ପଡ଼ିରହିଥିବା ଦେଖିବାକୁ ମିଳିଛି।
ବରଗଡ଼ ବନଖଣ୍ଡ ଅଧୀନ ପାଇକମାଳ ବନାଞ୍ଚଳର ଝାରବନ୍ଧ ବନପାଳ କାର୍ଯ୍ୟାଳୟ ଅଧୀନରେ ଥିବା ବନବାସୁ ବନରକ୍ଷୀଙ୍କ ବାସଗୃହ ଓ କାର୍ଯ୍ୟାଳୟ ଭୈଷାଦରହା ଗ୍ରାମପଞ୍ଚାୟତର ଦେୱାନପାଳି ଗ୍ରାମରେ ଅବସ୍ଥିତ। ବନରକ୍ଷୀ ପଦବୀ ଦୀର୍ଘ ବର୍ଷ ହେବ ଖାଲି ପଡିଛି l ଜଙ୍ଗଲ ସୁରକ୍ଷା, ବନ୍ୟଜନ୍ତୁଙ୍କ ସୁରକ୍ଷା ଏବଂ ସ୍ଥାନୀୟ ଲୋକଙ୍କ ବିଭିନ୍ନ ବନ ବିଭାଗୀୟ କାର୍ଯ୍ୟର ସୁବିଧା ପାଇଁ ଏହି କାର୍ଯ୍ୟାଳୟ ନିର୍ମାଣ କରାଯାଇଛି। ମାତ୍ର କର୍ମଚାରୀ ଅଭାବରୁ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ସହ ସମ୍ମୁଖ ଭାଗରେ ଘାସ ଓ ବୁଦା ମାଡ଼ିଯାଇଛି। ଏହାର ରକ୍ଷଣାବେକ୍ଷଣ ଓ ନିୟମିତ ବ୍ୟବହାର ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଛତିଶଗଡ ସୀମାନ୍ତ ବନରକ୍ଷୀ କାର୍ଯ୍ୟାଳୟ ହୋଇଥିବାରୁ ଜଙ୍ଗଲ ସମ୍ପଦର ସୁରକ୍ଷା ଦୃଷ୍ଟିରୁ ବନ କର୍ମଚାରୀଙ୍କ ଉପସ୍ଥିତି ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନର ଗୁରୁତ୍ୱ ରହିଛି। ଏଭଳି ସ୍ଥିତିରେ ସରକାରୀ କାର୍ଯ୍ୟାଳୟ ତାଲାବନ୍ଦ ହୋଇ ରହିବା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। କାର୍ଯ୍ୟାଳୟଟି ନିୟମିତ ଖୋଲା ରହୁନାହିଁ ଏବଂ ବନରକ୍ଷୀଙ୍କ ରହଣି ହେଉନାହିଁ l କେବଳ ଜରୁରୀ କାମ ପଡିଲେ କେବେକେବେ ଅଧିକାରୀ ଏଠାକୁ ଆସନ୍ତି ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି l ଝାରବନ୍ଧ ବ୍ଲକ ରେ କାଠ ଚୋରା ଚାଲାଣ ର ଖବର କିଛି ଦିନ ତଳେ ବେହେରା ଡ଼ୁବୁରୀ ରେ ଘଟି ଥିବା ବେଳେ ଦେୱାନପାଳି ର ଏହି କାର୍ଯାଳୟ କୁ କାହିଁକି ଅଚଳ ଅବସ୍ଥାରେ ରଖା ଯାଇଛି ତାହା ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି କରିଛି l ସମ୍ପୃକ୍ତ ବନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏହାର ସ୍ଥିତି ଅନୁଧ୍ୟାନ କରି କାର୍ଯ୍ୟାଳୟର ନିୟମିତ ପରିଚାଳନା, ପରିମଳ ଓ ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ମହଲରେ ଦାବି ହେଉଛି।

A lock hangs forest guards: ବନରକ୍ଷୀଙ୍କ ବାସଗୃହ ଓ କାର୍ଯ୍ୟାଳୟରେ ଝୁଲୁଛି ତାଲା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Kuchipali Fisheries & Animal Resources: କୁଚିପାଲିରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ