ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୩୦ ମିନିଟ ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୩୫ ମିନିଟ ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୪୨ ମିନିଟ ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୫୧ ମିନିଟ ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୫୬ ମିନିଟ ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୧ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୧ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୧ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୧ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୧ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

MINISTER SURJYABANSHI: ଗଣତନ୍ତ୍ର ପାଇଁ ସମ୍ବିଧାନ ବଞ୍ଚିଛି- ମନ୍ତ୍ରୀ ସୂର୍ଯ୍ୟବଂଶୀ

MINISTER SURJYABANSHI: ଗଣତନ୍ତ୍ର ପାଇଁ ସମ୍ବିଧାନ ବଞ୍ଚିଛି- ମନ୍ତ୍ରୀ ସୂର୍ଯ୍ୟବଂଶୀ – ସମୀକ୍ଷା ଖବର

ସିଦ୍ଧାର୍ଥ ଶଙ୍କର ମିଶ୍ର /ଧାମନଗର ପ୍ରତିନିଧି /ସମୀକ୍ଷା ନ୍ୟୁଜ :

ଧାମନଗର ,07/11-ଧାମନଗର ବିଜେପି ପକ୍ଷରୁ ଆନନ୍ଦ ବଜାରସ୍ଥିତ ଓଁ ଶାନ୍ତି କଲ୍ୟାଣ ମଣ୍ଡପରେ “ଅରାଜକତା ହଠାଓ ଗଣତନ୍ତ୍ର ବଞ୍ଚାଓ”ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା କ୍ରୀଡ଼ା ଓ ଯୁବବ୍ୟାପାର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମ୍ମିଳନୀକୁ ସମ୍ବୋଧିତ କରି ସ୍ୱାଧୀନତା ପରବର୍ତ୍ତୀ ଭାରତର ଗଣତନ୍ତ୍ର ସମ୍ବିଧାନ ଏବଂ ରାଜନୈତିକ ଘଟଣା ଉପରେ ଆଲୋକପାତ କରିଥିଲେ।ମନ୍ତ୍ରୀ ଶ୍ରୀ ସୂରଜ କହିଲେ,ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାର ଆସିବ ଏବଂ ଯିବ।ଏହା ଏକ ସୁସ୍ଥ ସାମ୍ବିଧାନିକ ପ୍ରକ୍ରିୟା।ଆଜିର ସମୟରେ କିଛି ରାଜନୈତିକ ଦଳ କ୍ଷମତା ଲିପ୍ସୁ ମନୋଭାବ ଏବଂ ବିଦେଶୀ ଶକ୍ତିର ସହାୟତାରେ ଦେଶରେ ଅରାଜକତା ସୃଷ୍ଟି ଭଳି ହୀନ ଉଦ୍ୟମ କରୁଛନ୍ତି।ଯାହା ଗ୍ରହଣୀୟ ନୁହେଁ।ସେମାନେ ଭୂଲି ଯିବା ଉଚିତ ନୁହେଁ କି ଭିଡ଼ତନ୍ତ୍ରରେ ସରକାର ବଦଳି ଯିବ ନାହିଁ।ସାମ୍ବିଧାନିକ ବ୍ୟବସ୍ଥା ଓ ବିଶ୍ୱାସ ହିଁ ସରକାର ଗଠନ କରାଏ।ଦେଶକୁ ଲମ୍ବା ସମୟ ଶାସନ କରିଥିବା କଂଗ୍ରେସ କ୍ଷମତା ପାଇଁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲା।

MINISTER SURJYABANSHI: ଗଣତନ୍ତ୍ର ପାଇଁ ସମ୍ବିଧାନ ବଞ୍ଚିଛି- ମନ୍ତ୍ରୀ ସୂର୍ଯ୍ୟବଂଶୀ – ସମୀକ୍ଷା

ଏହି ସମୟର କଳା ଇତିହାସକୁ ଲୋକମାନେ ମନେ ରଖିଛନ୍ତି।ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦଳି ମକଚି ଦେବାକୁ ଯେଉଁ କଂଗ୍ରେସ ଉଦ୍ୟମ କରିଥିଲା ଆଜି ସେହି ଦଳ ଗଣତନ୍ତ୍ର ସମ୍ବିଧାନକୁ ନେଇ ନାଟକବାଜି କରିବା ହାସ୍ୟାସ୍ପଦ।ଭୋଟ ଚୋରି ପ୍ରସଙ୍ଗରେ ମତ ରଖି ସେ କହିଲେ ଯେ ଯେଉଁଠି ବିଜେପି ଜିତୁଛି ସେଠି ଭୋଟ ଚୋରି ହେଉଛି କିନ୍ତୁ କଂଗ୍ରେସ ଜିତିଲେ ଚୋରି ହେଉନାହିଁ।ସମାନ ଇଭିଏମ୍ ରେ ଏହା କିପରି ସମ୍ଭବ ପ୍ରଶ୍ନ କରି ଏସଆଇଆର କିଏ ଆରମ୍ଭ କରିଥିଲା ଏବଂ ପଶ୍ଚିମବଙ୍ଗରେ ଏହି ପ୍ରକ୍ରିୟାରେ ବାଦ ପଡିଥିବା ଭୋଟରଙ୍କ ମଧ୍ୟରୁ ୬୩ ପ୍ରତିଶତ ହିନ୍ଦୁ ବୋଲି ମତଦେଇ ସେ ବିରୋଧୀଙ୍କ ଅଭିଯୋଗ ଆଧାର ହୀନ କହିଥିଲେ।ଗତ ୧୩ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିକାଶର ଶୀର୍ଷକୁ ଉଠୁଥିବା ବେଳେ ଆମ ଦେଶ ଏବେ ଆର୍ଥିକ ସାମାଜିକ ପ୍ରତିରକ୍ଷା ସୂଚନା ପ୍ରଯୁକ୍ତି ବିଦ୍ୟା ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ବିଶ୍ୱର ଚତୁର୍ଥ ବୃହତ୍ତ ଅର୍ଥନୀତି ହେବା ଏକ ବଡ଼ ଉପଲବ୍ଧି ବୋଲି ମତଦେଇ ବୁଦ୍ଧିଜୀବୀ ସମାଜ କାଲିର ଓ ଆଜିର ଭାରତକୁ ସମୀକ୍ଷା କରିବାକୁ ଅନୁରୋଧ କରିଥିଲେ।ଭଦ୍ରକ ଜିଲ୍ଲା ବିଜେପି ମିଡ଼ିଆ ସେଲ ଅଧ୍ୟକ୍ଷ ବୈକୁଣ୍ଠ ନାଥ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ମିଳନୀରେ ଧାମନଗର ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ନାରାୟଣ ସାହୁ,ବରିଷ୍ଠ ନେତା ଅଶୋକ ପୁହାଣ,କୈଳାସ ମହାପାତ୍ର,ରଘୁନାଥ ଲେଙ୍କା,ଜିଲ୍ଲା ଉପସଭାପତି ଚତୃଭୂଜ ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ।ପ୍ରାରମ୍ଭରେ ଅଧ୍ୟାପକ ମିଳନ ପଣ୍ଡା ବେଦ ପାଠ କରିଥିଲେ ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ଅରବିନ୍ଦ ପତି ଧନ୍ୟବାଦ ଦେଇଥିଲେ।ଏଥିରେ ୪ ଶହରୁ ଅଧିକ ବରିଷ୍ଠ ନାଗରିକ ଶିକ୍ଷାବିତ କବି କଳାକାର ସାହିତ୍ୟିକ ଯୋଗ ଦେଇଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର NSS Camp at Shanti Stupa: ଶାନ୍ତିସ୍ତୂପଠାରେ ଏନ୍ ଏସ ଏସ ଶିବିର: ଦୀପାବଳୀ ଅବସରରେ ନିଶାମୁକ୍ତ ଭାରତ ପାଇଁ ସଂକଳ୍ପ ଅଭିଯାନ