ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବାରିପଦା, ୯/୧୧/୨୬ – ମାନସିକ ସୁସ୍ଥତାର ବିକାଶ, ସମସ୍ୟା, ସମାଧାନ ଓ ନିରାକରଣ ସଂପର୍କୀତ ଏକ କର୍ମଶାଳା ସରକାରୀ ମହିଳା ମହାବିଦ୍ୟାଳୟ, ବାରିପଦାର ଶକ୍ତିଶ୍ରୀ ଶାଖା ତରଫରୁ ଆୟୋଜିତ ହୋଇଯାଇଛି । କର୍ମଶାଳାରେ ଅତିଥି ଭାବରେ ନିଶା ନିବାରଣ କେନ୍ଦ୍ରର ମାନସୀକ ରୋଗ ବିଭାଗର ସମାଜସେବୀ ସଞ୍ଜୟ କୁମାର ସାହୁ ଯୋଗଦେଇ ମାନସିକ ରୋଗ କିପରି ବ୍ୟକ୍ତିର ସାମାଜିକ ସ୍ଥିତିକୁ ଦୋହଲାଇ ଦେଇଥାଏ, ସେ ସଂପର୍କରେ ଆଲୋକପାତ କରିଥିଲେ । ସେହିପରି ଜିଲ୍ଲା ନିଶା ମୁକ୍ତ କେନ୍ଦ୍ରର ମନୋବିଜ୍ଞାନୀ ଗୀତା ବେଶ୍ରା ଅତିଥି ଭାବରେ ଯୋଗଦେଇ ଯୁବକ ଯୁବତୀ ମାନଙ୍କ ମଧ୍ୟରେ ବଢୁଥିବା ମାନସିକ ଚାପର ନିୟନ୍ତ୍ରଣ ସମ୍ପର୍କରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଚନ୍ଦ୍ରକାନ୍ତ ଦାସ ସାମାଜିକ ଜୀବନରେ ମାନସିକ ଚାପର ନିୟନ୍ତ୍ରଣ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ସହକାରୀ ପ୍ରଫେସର ଡକ୍ଟର ସୁନୀତା ପ୍ରଧାନ ଅତିଥିଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ଶକ୍ତିଶ୍ରୀର ସଂଯୋଜିକା ସୁଶ୍ରୀ ସଙ୍ଗୀତା ପତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଶକ୍ତିଶ୍ରୀ ସଦସ୍ୟ ଡକ୍ଟର ସ୍ମରଣିକା ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଶକ୍ତିଶ୍ରୀ ସାଥୀ ଶ୍ରଦ୍ଧା ସୁମନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।






