ବିଭୂତି ଭୂଷଣ ଜେନା/ ହାଟଡିହି/ କେନ୍ଦୁଝର/ସମୀକ୍ଷା ନ୍ୟୁଜ :
ହାଟଡିହି ବ୍ଲକ ରେ ଏବେ ଅନେକ କାର୍ଯ୍ୟ ପାଇଁ ପ୍ରତ୍ୟେକ ଦିନ ଅନେକ ଲୋକ ଆସୁଛନ୍ତି। ଏହି କାର୍ଯ୍ୟଳୟ ରେ ଏବେ ଅନେକ ସରକାରୀ ଯୋଜନା ଲାଭ ପାଇବା ଆଶା ରେ ବହୁ ଦୂର ଦୂରାନ୍ତ ରୁ ଆସୁଥିବା ଲୋକଙ୍କ ଅପେକ୍ଷା ସ୍ଥଳ ପାଲଟିଛି ଗଛ ମୂଳ। ଲୋକଙ୍କ ସରକାର ରେ ଲୋକଙ୍କୁ ସବୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସରକାର ସବୁ ବେଳେ ଚେଷ୍ଟା କରୁଥିବା ବେଳେ ଦୂର ଦୁଷ୍ଟି ଅଭାବ ରୁ ଏବେ ସୁଦ୍ଧା ହୋଇ ପାରିନି ଅପେକ୍ଷା ସ୍ଥଳ। ଯାହାକୁ ନେଇ ସାଧାରଣ ଖାଉଟି କଲ୍ୟାଣ ବିଭାଗ ଆସୁଥିବା ଲୋକେ ସାଇକେଲ ଷ୍ଟାଣ୍ଡ ରେ ନହେଲେ ବେଲ ଗଛ ମୂଳରେ ଅପେକ୍ଷା କରିବାକୁ ପଡୁଛି। ସେଥିପାଇଁ ସାଧାରଣ ଲୋକେ କହୁଛନ୍ତି ବାବୁ ମାନେ ଏସି ରେ ସାଧାରଣ ଭୋଟରଙ୍କ ଆଶ୍ରୟ ସ୍ଥଳ ଗଛ ମୂଳରେ। ଏହାକୁ ନେଇ ହାଟଡିହି ବିଡ଼ିଓ, ଓ ଆଞ୍ଚଳିକ ଶାସକ ଦଳର ପ୍ରତିନିଧି ଙ୍କ ସହ ବିଧାୟକ ଙ୍କ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସାଧାରଣ ରେ ଦାବୀ ହେଉଛି |






