ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
୪ ମିନିଟ ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୧୩ ମିନିଟ ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୨୨ ମିନିଟ ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା ୩୯ ମିନିଟ ପୂର୍ବେRoad construction India ranks second world: ରାସ୍ତା ନିର୍ମାଣରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଭାରତ ୪୯ ମିନିଟ ପୂର୍ବେBollywood actress Nora Fatehi ₹200 crore fraud case: ଅଡୁଆରେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହି! ₹୨୦୦ କୋଟି ଠକେଇ ମାମଲାରେ କୋର୍ଟରେ ହାଜର ୫୫ ମିନିଟ ପୂର୍ବେGaisima Health Awareness Camp: ଗାଇସୀମାରେ ଆୟୁଷ ସ୍ବାସ୍ଥ୍ୟ ସଚେତନତା ଶିବିର ୧ ଘଣ୍ଟା ପୂର୍ବେPanchapidha Women’s College Sexual Harassment Program: ପାଞ୍ଚପିଢ଼ ମହିଳା ମହାବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ନିରୋଧ ସଚେତନତା କାର୍ଯ୍ୟକ୍ରମ ୧ ଘଣ୍ଟା ପୂର୍ବେZero Casualties evacuation process intensified: ଜିରୋ କାଜୁଆଲିଟିକୁ ପ୍ରଶାସନ ଗୁରୁତ୍ୱ, ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର ୧ ଘଣ୍ଟା ପୂର୍ବେCyclone Akvan Weather department issues: ବାତ୍ୟା ଅକଭାନ କୁ ନେଇ ପାଣିପାଗ ବିଭାଗର ସତର୍କ ସୂଚ଼ନା ୧ ଘଣ୍ଟା ପୂର୍ବେAkvan Breaks the farmers back: ଅକଭାନ ଭାଙ୍ଗିଦେଲା ଚାଷୀଙ୍କ ଅଣ୍ଟା! ପାଣିରେ ଭାସୁଛି ଶହ ଶହ ଏକର ଧାନ ଫସଲ
ଚର୍ଚ୍ଚାରେ ମୟୂରଭଞ୍ଜ ଖୋର୍ଦ୍ଧା ଜଗତସିଂହପୁର ମାଲକାନଗିରି କେନ୍ଦୁଝର ବରଗଡ଼ ନବରଙ୍ଗପୁର

Social worker Golak Nayak rescued child who had fallen into a well: କୂଅରେ ଖସିପଡ଼ିଥିବା ୨ ବର୍ଷର ଶିଶୁକୁ ଉଦ୍ଧାର କଲେ ଯୁବ ସମାଜସେବୀ ଗୋଲକ ନାୟକ

Social worker Golak Nayak rescued child who had fallen into a well: କୂଅରେ ଖସିପଡ଼ିଥିବା ୨ ବର୍ଷର ଶିଶୁକୁ ଉଦ୍ଧାର କଲେ ଯୁବ ସମାଜସେବୀ ଗୋଲକ ନାୟକ – ସମୀକ୍ଷା ଖବର

ଜିତେନ୍ଦ୍ର ରାଜ/କରଞ୍ଜିଆ ସାମ୍ବାଦିକ /ସମୀକ୍ଷା ନ୍ୟୁଜ:

ମାନବିକତା ଓ ସାହସିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଯୁବ ସମାଜସେବୀ ତଥା ଯଶିପୁର ବିଧାନସଭା ଆସନର ପୂର୍ବତନ ପ୍ରାର୍ଥୀ ଗୋଲକ ନାୟକ। ଖେଳୁଥିବା ସମୟରେ ଅସାବଧାନତାବଶତଃ ଏକ କୂଅରେ ଖସିପଡ଼ିଥିବା ମାତ୍ର ଅଢ଼େଇ ବର୍ଷର ଶିଶୁକୁ ନିଜ ଜୀବନକୁ ବାଜି ଲଗାଇ କୂଅ ମଧ୍ୟକୁ ଡେଇଁ ଉଦ୍ଧାର କରିଛନ୍ତି ସେ। ସୂଚନା ଅନୁଯାୟୀ, ଶୁକୃଳି ବ୍ଲକ ଯାମୁନ୍ତି ଗ୍ରାମର ଘୁଣ୍ଟି ବଣି ସାହିର କାର୍ତ୍ତିକ ସି ଓ ରୁନୁ ନାୟକଙ୍କ ଅଢ଼େଇ ବର୍ଷର ପୁଅ ରିଶଭ ସି ନିଜ ଗ୍ରାମ ନିକଟରେ ଖେଳୁଥିବା ସମୟରେ ଅସାବଧାନତାବଶତଃ ନିକଟସ୍ଥ ଏକ କୂଅ ମଧ୍ୟକୁ ଖସି ପଡ଼ିଥିଲା। ଏହି ସମୟରେ କୌଣସି କାମରେ ସେହି ଅଞ୍ଚଳରେ ଉପସ୍ଥିତ ଥିବା ଗୋଲକ ନାୟକ ଓ ତାଙ୍କ ସହଯୋଗୀ ରଣଜିତ ନାୟକ ଏବଂ ଶୁଭମ ନାୟକ କୂଅ ଭିତରୁ କୌଣସି ଭାରି ଜିନିଷ ପଡ଼ିବା ଭଳି ଶବ୍ଦ ଶୁଣିଥିଲେ। ସନ୍ଦେହ ହେବାରୁ ସେମାନେ କୂଅ ନିକଟକୁ ଯାଇ ଦେଖିବାରୁ ଭିତରେ ଏକ ଶିଶୁ ଖସିପଡ଼ିଥିବା ଜାଣିବାକୁ ପାଇଥିଲେ। ମୁହୂର୍ତ୍ତକ ମଧ୍ୟରେ ପରିସ୍ଥିତିର ଗମ୍ଭୀରତା ବୁଝି ଗୋଲକ ନାୟକ ଆଦୌ ବିଳମ୍ବ ନକରି କୂଅ ମଧ୍ୟକୁ ଡେଇଁ ପଡ଼ିଥିଲେ। ପରେ ଶିଶୁଟିକୁ ଉପରକୁ ଉଠାଇ ନିଜ ହାତରେ ଧରି ରଖିଥିଲେ। ଏପଟେ ତାଙ୍କ ସହଯୋଗୀମାନେ ତୁରନ୍ତ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ଦଉଡ଼ି ମାଧ୍ୟମରେ ଉଭୟଙ୍କୁ ସୁରକ୍ଷିତ ଭାବେ କୂଅରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ଶିଶୁଟି ସୁରକ୍ଷିତ ଥିବାବେଳେ ଶିଶୁକୁ ଉଦ୍ଧାର କରିବା ସମୟରେ ଗୋଲକ ନାୟକଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଓ କ୍ଷତ ସୃଷ୍ଟି ହୋଇଛି। ତେବେ ନିଜ ସୁରକ୍ଷା କଥା ଚିନ୍ତା ନକରି ଏକ ନିରୀହ ଶିଶୁର ଜୀବନ ରକ୍ଷା କରିବାକୁ ଗୋଲକ ନାୟକ ଦେଖାଇଥିବା ସାହସ ଓ ମାନବିକତାକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି।

Social worker Golak Nayak rescued child who had fallen into a well: କୂଅରେ ଖସିପଡ଼ିଥିବା ୨ ବର୍ଷର ଶିଶୁକୁ ଉଦ୍ଧାର କଲେ ଯୁବ ସମାଜସେବୀ ଗୋଲକ ନାୟକ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Malkangiri Debate competition: ଜାତୀୟ ପ୍ରେସ୍ ଦିବସ ଉପଲକ୍ଷେ ମାଲକାନଗିରିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ ପ୍ରତିଯୋଗିତା ଅନୁଷ୍ଠିତ