ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
୪ ମିନିଟ ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୧୩ ମିନିଟ ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୨୨ ମିନିଟ ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା ୩୯ ମିନିଟ ପୂର୍ବେRoad construction India ranks second world: ରାସ୍ତା ନିର୍ମାଣରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଭାରତ ୪୯ ମିନିଟ ପୂର୍ବେBollywood actress Nora Fatehi ₹200 crore fraud case: ଅଡୁଆରେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହି! ₹୨୦୦ କୋଟି ଠକେଇ ମାମଲାରେ କୋର୍ଟରେ ହାଜର ୫୫ ମିନିଟ ପୂର୍ବେGaisima Health Awareness Camp: ଗାଇସୀମାରେ ଆୟୁଷ ସ୍ବାସ୍ଥ୍ୟ ସଚେତନତା ଶିବିର ୧ ଘଣ୍ଟା ପୂର୍ବେPanchapidha Women’s College Sexual Harassment Program: ପାଞ୍ଚପିଢ଼ ମହିଳା ମହାବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ନିରୋଧ ସଚେତନତା କାର୍ଯ୍ୟକ୍ରମ ୧ ଘଣ୍ଟା ପୂର୍ବେZero Casualties evacuation process intensified: ଜିରୋ କାଜୁଆଲିଟିକୁ ପ୍ରଶାସନ ଗୁରୁତ୍ୱ, ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର ୧ ଘଣ୍ଟା ପୂର୍ବେCyclone Akvan Weather department issues: ବାତ୍ୟା ଅକଭାନ କୁ ନେଇ ପାଣିପାଗ ବିଭାଗର ସତର୍କ ସୂଚ଼ନା ୧ ଘଣ୍ଟା ପୂର୍ବେAkvan Breaks the farmers back: ଅକଭାନ ଭାଙ୍ଗିଦେଲା ଚାଷୀଙ୍କ ଅଣ୍ଟା! ପାଣିରେ ଭାସୁଛି ଶହ ଶହ ଏକର ଧାନ ଫସଲ
ଚର୍ଚ୍ଚାରେ ମୟୂରଭଞ୍ଜ ଖୋର୍ଦ୍ଧା ଜଗତସିଂହପୁର ମାଲକାନଗିରି କେନ୍ଦୁଝର ବରଗଡ଼ ନବରଙ୍ଗପୁର

Mayurbhanj District Collector Hemakanta Say felicitated by the President: ରାଷ୍ଟ୍ରପତିଙ୍କ ଦ୍ୱାରା ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ସମ୍ବର୍ଦ୍ଧିତ

Mayurbhanj District Collector Hemakanta Say felicitated by the President: ରାଷ୍ଟ୍ରପତିଙ୍କ ଦ୍ୱାରା ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ସମ୍ବର୍ଦ୍ଧିତ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବାରିପଦା, ୧୩/୧୧/୨୬ –
ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଜାତୀୟ ସ୍ତରରେ ଶ୍ରେଷ୍ଠ ପାଞ୍ଚଟି ବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି । ଏହି ସଫଳତାର ସ୍ୱୀକୃତି ସ୍ୱରୂପ ମୟୂରଭଞ୍ଜ ଜିଲ୍ଲାପାଳ ତଥା ଜିଲ୍ଲାସ୍ତରୀୟ କମିଟିର ଅଧ୍ୟକ୍ଷ ହେମକାନ୍ତ ସୟଙ୍କୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନଭେମ୍ବର ୧୨ ତାରିଖରେ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନଠାରେ ସମ୍ବର୍ଦ୍ଧିତ କରିଛନ୍ତି । ଜନଜାତି ଗୌରବ ପକ୍ଷ ପାଳନ ଅବସରରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
୨୦୨୫-୨୬ ଶିକ୍ଷାବର୍ଷର କାର୍ଯ୍ୟଦକ୍ଷତା ଆଧାରରେ ରାଷ୍ଟ୍ରୀୟ ଆଦିବାସୀ ଛାତ୍ର ଶିକ୍ଷା ସମିତି ପକ୍ଷରୁ ପ୍ରସ୍ତୁତ କାର୍ଯ୍ୟଦକ୍ଷତା ସୂଚକାଙ୍କ ଅନୁଯାୟୀ କରଞ୍ଜିଆ ଇଏମଆରଏସକୁ ଦେଶର ପାଞ୍ଚଟି ଶ୍ରେଷ୍ଠ ପ୍ରଦର୍ଶନକାରୀ ବିଦ୍ୟାଳୟ ମଧ୍ୟରେ ଚୟନ କରାଯାଇଛି ।

Mayurbhanj District Collector Hemakanta Say felicitated by the President: ରାଷ୍ଟ୍ରପତିଙ୍କ ଦ୍ୱାରା ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ସମ୍ବର୍ଦ୍ଧିତ – ସମୀକ୍ଷା


ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ନେଷ୍ଟସ ଦ୍ୱାରା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ ହେଉଛି । ଏହି ଯୋଜନାରେ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଆବାସିକ ଶିକ୍ଷା ପ୍ରଦାନ କରାଯାଉଛି । ବିଦ୍ୟାଳୟଗୁଡ଼ିକର ଶିକ୍ଷାଗତ ଓ ପରିଚାଳନାଗତ ପ୍ରଦର୍ଶନର ମୂଲ୍ୟାୟନ ପାଇଁ ପ୍ରଣୀତ କାର୍ଯ୍ୟଦକ୍ଷତା ସୂଚକାଙ୍କ ଆଧାରରେ ଶ୍ରେଷ୍ଠ ବିଦ୍ୟାଳୟଗୁଡ଼ିକୁ ଚୟନ କରାଯାଉଛି । କରଞ୍ଜିଆ ବିଦ୍ୟାଳୟର ଏହି ସ୍ୱୀକୃତି ଜିଲ୍ଲାରେ ଜନଜାତି ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଆବାସିକ ଶିକ୍ଷା କ୍ଷେତ୍ରରେ ହୋଇଥିବା ଅଗ୍ରଗତିକୁ ପ୍ରତିଫଳିତ କରୁଛି । ଏହାକୁ ନେଇ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ସମେତ ସମଗ୍ର ଜିଲ୍ଲାର ଶିକ୍ଷା ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ପ୍ରକାଶ ଥାଉକି ରାଜ୍ୟର ଅନ୍ୟାନ୍ୟ କେତେକ ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ନିଜ ଉଲ୍ଲେଖନୀୟ କୃତିତ୍ବ ପାଇଁ ରାଷ୍ଟ୍ରପତିଙ୍କ ନିକଟରୁ ଏଭଳି ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡିଛି ।

Mayurbhanj District Collector Hemakanta Say felicitated by the President: ରାଷ୍ଟ୍ରପତିଙ୍କ ଦ୍ୱାରା ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ସମ୍ବର୍ଦ୍ଧିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର CM Mohan C. Majhi Joined National Bandna Festival: କୁଡୁମୀ ସମାଜର ଜାତୀୟ ବାନ୍ଦନା ପରବ-୨୦୨୬: କୁଡୁମୀ ସମାଜର ପ୍ରାଚୀନ ପରମ୍ପରା ଓ ପ୍ରକୃତି ପ୍ରେମକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ