ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୬ ମିନିଟ ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୧୫ ମିନିଟ ପୂର୍ବେKashipur llegal sale of foreign liquor: କାଶୀପୁର-ବିଏର ପାର୍ଲର ନାଁରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ! ୩୯ ମିନିଟ ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୫୬ ମିନିଟ ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୧ ଘଣ୍ଟା ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୧ ଘଣ୍ଟା ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୧ ଘଣ୍ଟା ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୧ ଘଣ୍ଟା ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ୧ ଘଣ୍ଟା ପୂର୍ବେPatana Launch of Firefighting Vehicle: ପାଟଣା ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେPatna MLA reaches disabled elderly couple: ଅସହାୟ ଭିନ୍ନକ୍ଷମ ବୃଦ୍ଧ ଦମ୍ପତିଙ୍କ ନିକଟରେ ପହଞ୍ଚିଲେ ପାଟଣା ବିଧାୟକ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା ବରଗଡ଼ କେନ୍ଦୁଝର ନୂଆପଡ଼ା

Off-road motor sports competition in Baripada: ବାରିପଦାରେ ଅଫରୋଡ ମୋଟର ସ୍ପୋର୍ଟସ ପ୍ରତିଯୋଗିତା ବିଭିନ୍ନ ରାଜ୍ୟରୁ ସାମିଲ ହେଲେ ପ୍ରତିଯୋଗୀ

Off-road motor sports competition in Baripada: ବାରିପଦାରେ ଅଫରୋଡ ମୋଟର ସ୍ପୋର୍ଟସ ପ୍ରତିଯୋଗିତା ବିଭିନ୍ନ ରାଜ୍ୟରୁ ସାମିଲ ହେଲେ ପ୍ରତିଯୋଗୀ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବାରିପଦା, ୧୪/୧୧/୨୬ – ବାରିପଦାର ରାଜାବସା ଏୟାରଫିଲ୍ଡ ଠାରେ କଳିଙ୍ଗ ମୋଟର ସ୍ପୋର୍ଟସ କ୍ଲବ, ଭୁବନେଶ୍ୱର ଏବଂ ଏଫଏମଏସସିଆଇ ସହଯୋଗରେ ତିନିଦିନିଆ ଅଫରୋଡ ମୋଟର ସ୍ପୋର୍ଟସ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି. ନଭେମ୍ବର ୧୩ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ନଭେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ । ଏହି ରୋମାଞ୍ଚକର ରେସରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଆସାମ, ବିହାର ଆଦି ବିଭିନ୍ନ ରାଜ୍ୟରୁ ପ୍ରତିଯୋଗୀ ମାନେ ସାମିଲ ହୋଇଛନ୍ତି । ଦୁଇ ଚକିଆ ଓ ଚାରି ଚକିଆ ଯାନରେ ନିଜର ଦକ୍ଷତା, ସାହସ ଓ ଗାଡ଼ି ଚାଳନାର କୌଶଳ ପ୍ରଦର୍ଶନ କରୁଛନ୍ତି ରେସର ମାନେ ।

Off-road motor sports competition in Baripada: ବାରିପଦାରେ ଅଫରୋଡ ମୋଟର ସ୍ପୋର୍ଟସ ପ୍ରତିଯୋଗିତା ବିଭିନ୍ନ ରାଜ୍ୟରୁ ସାମିଲ ହେଲେ ପ୍ରତିଯୋଗୀ – ସମୀକ୍ଷା

ନିର୍ଦ୍ଧାରିତ ସୁରକ୍ଷିତ କର୍ଡନ ଏରିଆ ମଧ୍ୟରେ ଆୟୋଜିତ ଏହି ରେସକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ସହ ଯୁବପିଢ଼ିଙ୍କ ମଧ୍ୟରେ ମଧ୍ୟ ବେଶ ଉତ୍ସାହ ଦେଖିବାକୁ ମିଳିଛି । ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କ ଦ୍ଵାରା ଆୟୋଜିତ ଏହି ରେସିଂ ଇଭେଣ୍ଟ ଚଳିତ ବର୍ଷ ଦ୍ବିତୀୟ ବର୍ଷରେ ପହଞ୍ଚିଛି । ତାଙ୍କ ସୂଚନା ଅନୁଯାୟୀ, ଏହା ଏକ ନିୟମିତ ବାର୍ଷିକ ମୋଟର ସ୍ପୋର୍ଟସ ଇଭେଣ୍ଟର ଅଂଶ। ଚଳିତ ବର୍ଷ ମଧ୍ୟ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରତିଯୋଗୀ ମାନେ ନିଜ ନିଜ ଯାନ ସହ ଏଠାରେ ପହଞ୍ଚିଛନ୍ତି । ଏହି ପ୍ରତିଯୋଗିତାକୁ ଆଗାମୀ ଦିନରେ ଜାତୀୟସ୍ତରର ଏକ ବଡ଼ ଇଭେଣ୍ଟରେ ପରିଣତ କରିବାର ଲକ୍ଷ୍ୟ ରହିଛି । ଏହାଦ୍ୱାରା ଦିଲ୍ଲୀ, ମୁମ୍ବାଇ ଭଳି ବଡ଼ ସହରରୁ ମଧ୍ୟ ଅଧିକ ପ୍ରତିଯୋଗୀ ଆକୃଷ୍ଟ ହେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ସେହିପରି ଅଂଶଗ୍ରହଣ ପାଇଁ ଆସିଥିବା ପ୍ରତିଯୋଗୀ ମାନେ ବାରିପଦାର ରେସ ଟ୍ରାକକୁ ନେଇ ବେଶ ଉତ୍ସାହିତ। ଏଠାକାର ଟ୍ରାକ, ସ୍ପ୍ରିଣ୍ଟ ଓ ଷ୍ଟେଜ ଗୁଡ଼ିକ ଅତ୍ୟନ୍ତ ରୋମାଞ୍ଚକର ଏବଂ ଏଭଳି ପ୍ରତିଯୋଗିତାରେ ଗାଡ଼ି ଚଳାଇବାର ଅନୁଭୂତି ସମ୍ପୂର୍ଣ୍ଣ ନିଆରା ବୋଲି କହିବା ସହ ଅଧିକରୁ ଅଧିକ ମୋଟର ସ୍ପୋର୍ଟସ ପ୍ରେମୀଙ୍କୁ ଏଭଳି ଇଭେଣ୍ଟରେ ଭାଗନେବାକୁ ଆହ୍ୱାନ ଦେଇଛନ୍ତି । ତିନିଦିନିଆ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟାୟକ୍ରମେ ଦୁଇ ଚକିଆ ଓ ଚାରି ଚକିଆ ଯାନର ରେସ ଆୟୋଜନ କରାଯାଉଛି । ବିଜେତାଙ୍କ ପାଇଁ ରହିଛି ଆକର୍ଷଣୀୟ ଟ୍ରଫି ସହ ନଗଦ ପୁରସ୍କାର । ମୋଟର ସ୍ପୋର୍ଟସ ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବଢ଼ାଇବା ସହ ବାରିପଦାକୁ ଏକ ପ୍ରମୁଖ ମୋଟର ସ୍ପୋର୍ଟସ ହବ ଭାବେ ପରିଚିତ କରାଇବା ଦିଗରେ ଏହି ଆୟୋଜନ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି ବୋଲି ଆୟୋଜକ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ କହିଛନ୍ତି ।

Off-road motor sports competition in Baripada: ବାରିପଦାରେ ଅଫରୋଡ ମୋଟର ସ୍ପୋର୍ଟସ ପ୍ରତିଯୋଗିତା ବିଭିନ୍ନ ରାଜ୍ୟରୁ ସାମିଲ ହେଲେ ପ୍ରତିଯୋଗୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର MPC Autonomous College: ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଭାରତୀୟ ଜ୍ଞାନ ଦିବସ ଆୟୋଜିତ