ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
୬ ମିନିଟ ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୧୫ ମିନିଟ ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୨୪ ମିନିଟ ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା ୪୧ ମିନିଟ ପୂର୍ବେRoad construction India ranks second world: ରାସ୍ତା ନିର୍ମାଣରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଭାରତ ୫୧ ମିନିଟ ପୂର୍ବେBollywood actress Nora Fatehi ₹200 crore fraud case: ଅଡୁଆରେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହି! ₹୨୦୦ କୋଟି ଠକେଇ ମାମଲାରେ କୋର୍ଟରେ ହାଜର ୫୭ ମିନିଟ ପୂର୍ବେGaisima Health Awareness Camp: ଗାଇସୀମାରେ ଆୟୁଷ ସ୍ବାସ୍ଥ୍ୟ ସଚେତନତା ଶିବିର ୧ ଘଣ୍ଟା ପୂର୍ବେPanchapidha Women’s College Sexual Harassment Program: ପାଞ୍ଚପିଢ଼ ମହିଳା ମହାବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ନିରୋଧ ସଚେତନତା କାର୍ଯ୍ୟକ୍ରମ ୧ ଘଣ୍ଟା ପୂର୍ବେZero Casualties evacuation process intensified: ଜିରୋ କାଜୁଆଲିଟିକୁ ପ୍ରଶାସନ ଗୁରୁତ୍ୱ, ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର ୧ ଘଣ୍ଟା ପୂର୍ବେCyclone Akvan Weather department issues: ବାତ୍ୟା ଅକଭାନ କୁ ନେଇ ପାଣିପାଗ ବିଭାଗର ସତର୍କ ସୂଚ଼ନା ୧ ଘଣ୍ଟା ପୂର୍ବେAkvan Breaks the farmers back: ଅକଭାନ ଭାଙ୍ଗିଦେଲା ଚାଷୀଙ୍କ ଅଣ୍ଟା! ପାଣିରେ ଭାସୁଛି ଶହ ଶହ ଏକର ଧାନ ଫସଲ
ଚର୍ଚ୍ଚାରେ ମୟୂରଭଞ୍ଜ ଖୋର୍ଦ୍ଧା ଜଗତସିଂହପୁର ମାଲକାନଗିରି କେନ୍ଦୁଝର ବରଗଡ଼ ନବରଙ୍ଗପୁର

Badachana MLA distributed new pensions: ବଡ଼ଚଣାର ଦୁଇ ଗୋଟି ଜୋନରେ ନୂତନ ଭତ୍ତା ବାଣ୍ଟିଲେ ବିଧାୟକ

Badachana MLA distributed new pensions: ବଡ଼ଚଣାର ଦୁଇ ଗୋଟି ଜୋନରେ ନୂତନ ଭତ୍ତା ବାଣ୍ଟିଲେ ବିଧାୟକ – ସମୀକ୍ଷା ଖବର

ଅଜୟ କୁମାର ଦାଶ/ ବଡ଼ଚଣା ସାମ୍ବାଦିକ/ସମୀକ୍ଷା ନ୍ୟୁଜ:

ବଡଚଣା ୧୭/୧୧ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ରେ ମଙ୍ଗଳବାର ଦିତୀୟ ପର୍ଯ୍ୟାୟରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ପ୍ରଥମ ପର୍ଯ୍ୟାୟରେ ତିନୋଟି ଜୋନ୍ କୁ ନେଇ ଭତ୍ତା ବଣ୍ଟନ କରାଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ବାଲିଚନ୍ଦ୍ରପୁର ମଣ୍ଡଳ ଓ ଓଳାଶୁଣୀ ମଣ୍ଡଳ ଅନ୍ତର୍ଗତ ଅଠର ଗୋଟି ପଞ୍ଚାୟତ ର ନୂତନ କରି ବାର୍ଦ୍ଧକ୍ୟ /ବିଧବା /ଶାରୀରିକ ଭିନ୍ନକ୍ଷମ /ସ୍ଵାମୀ ପରିତ୍ୟକ୍ତା/ଅବିବାହିତା ମହିଳା ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଛି। ଏହି ଅବସରରେ ବାଲିଚନ୍ଦ୍ରପୁର ପଞ୍ଚାୟତ ସ୍ଥିତ ଜଗନ୍ନାଥ କଲ୍ଯାଣ ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବଡଚଣା ବି ଡି ଓ ରବିନ୍ଦ୍ର କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଅଜୟ କୁମାର ସାହୁ ସଞ୍ଚାଳନ କରିଥିଲେ ।ଉତ୍ସବ ରେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଦୁଇଟି ଜୋନ୍ ରେ ୧୭୬୯ ଜଣ ଯୋଗ୍ୟ ହିତାଧିକାରୀ ଙ୍କୁ ନୂତନ ଭତ୍ତା ପ୍ରଦାନ କରିଥିଲେ। ବ୍ଲକ ରେ ମୋଟ୍ ୪୩୦୭ ଜଣ ନୂତନ ଭତ୍ତା ମଞ୍ଜୁର ହୋଇଥିବା ବି ଡି ଓ ଶ୍ରି ପ୍ରଧାନ ସୂଚନା ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗଣେଶ୍ଵର ବରାଳ,ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ନିରଞ୍ଜନ ସେନାପତି ବ୍ଲକ ଉପାଧ୍ୟକ୍ଷ ବିଭାଷ ଚନ୍ଦ୍ର ନନ୍ଦ, ଜିଲାପରିଷଦ ସଦସ୍ଯ ଅରବିନ୍ଦ ସାମଲ, ଜିତେନ୍ଦ୍ର ପ୍ରସାଦ ନାୟକ, ଆତ୍ମା ଅଧ୍ୟକ୍ଷ ଜଗନ୍ନାଥ ଖଣ୍ଡେଇ, ସଂସାଦ ଙ୍କ ବ୍ଲକ ପ୍ରତିନିଧି ରବିନ୍ଦ୍ର କୁମାର ରାଉତ ଓଳାଶୁଣୀ ମଣ୍ଡଳ ସଭାପତି ମନୋଜ କୁମାର ପ୍ରଧାନ, ବାଲିଚନ୍ଦ୍ରପୁର ମଣ୍ଡଳ ସଭାପତି ଅଶୋକ କୁମାର ସିଂ, ଅମୀୟ କୁମାର ସାହାଣୀ ପ୍ରମୂଖ ଯୋଗ ଦେଇଥିବାବେଳେ ବାଲିଚନ୍ଦ୍ରପୁର ସରପଞ୍ଚ ଅନୁପମା ବଳ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ କୁ ପଞ୍ଚାୟତ ସମିତି ବଡ଼ଚଣା ର ଅଧିକାରୀ ଓ କର୍ମଚାରୀ ମାନେ ପରିଚାଳନା କରିଥିଲେ ।

Badachana MLA distributed new pensions: ବଡ଼ଚଣାର ଦୁଇ ଗୋଟି ଜୋନରେ ନୂତନ ଭତ୍ତା ବାଣ୍ଟିଲେ ବିଧାୟକ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Jagatsinghpur Quiz Competition: ଜଗତସିଂହପୁର : ନିର୍ବାଚନ ସାକ୍ଷରତା କ୍ଲବ୍ (ELC) ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କୁଇଜ୍ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ