ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୪ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୪ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୪ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୪ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୪ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୫ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୫ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୫ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୫ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୫ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Bargarh Inhumane eviction drive by the administration: ବରଗଡ଼ରେ ପ୍ରଶାସନର ଅମାନବୀୟ ଜବରଦଖଲ ଉଚ୍ଛେଦ

Bargarh Inhumane eviction drive by the administration: ବରଗଡ଼ରେ ପ୍ରଶାସନର ଅମାନବୀୟ ଜବରଦଖଲ ଉଚ୍ଛେଦ – ସମୀକ୍ଷା ଖବର

ଅବିନାଶ ଗଡତିଆ /ବରଗଡ଼ /ସମୀକ୍ଷା ନ୍ୟୁଜ :

ବରଗଡ଼ ସହରର ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଚାଲିଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଏବେ ସାଧାରଣ ଜନତାଙ୍କ ପାଇଁ ଅଭିଶାପ ପାଲଟିଛି । ବିକାଶ ଓ ରାସ୍ତା ପ୍ରଶସ୍ତିକରଣ ନାମରେ ସରକାରଙ୍କ ବୁଲଡୋଜର ନୀତି ଗରିବ ଓ ମଧ୍ୟବିତ୍ତ ପରିବାରର ପେଟକୁ ଲାତ ମାରୁଥିବା ଅଭିଯୋଗ ହୋଇଛି । ସହରର ଗାନ୍ଧୀ ଛକ, ଲେଙ୍ଗୁ ମିଶ୍ର ଛକରୁ ଅମ୍ବାପାଲି ଛକ ଏବଂ ଗଙ୍ଗାଧର ନଗର ବସ୍ତି ଆଦି ଅଞ୍ଚଳରେ ପ୍ରଶାସନ ପକ୍ଷରୁ ବ୍ୟାପକ ଉଚ୍ଛେଦ କରାଯାଇଛି । ଦୀର୍ଘ ବର୍ଷ ଧରି ଛୋଟମୋଟ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀ ଏବଂ ବସ୍ତି ବାସିନ୍ଦାଙ୍କୁ କୌଣସି ବିକଳ୍ପ ଥଇଥାନ ନଦେଇ ହଠାତ୍ ସେମାନଙ୍କ ଘର ଓ ଦୋକାନ ଭାଙ୍ଗି ଦିଆଯାଇଛି । ଉଚ୍ଛେଦ ପୂର୍ବରୁ ସ୍ଥାୟୀ ବାସସ୍ଥାନ କିମ୍ବା ବ୍ୟବସାୟ ପାଇଁ ଜାଗା ଚିହ୍ନଟ କରିବାକୁ ସ୍ଥାନୀୟ ବାସିନ୍ଦା ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ପ୍ରଶାସନ ଏହାକୁ କର୍ଣ୍ଣପାତ କରିନାହିଁ । ଉଚ୍ଛେଦ ସମୟରେ ସ୍ଥାନୀୟ ବାସିନ୍ଦା ଏବଂ ପୋଲିସ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି । ସାଧାରଣ ଲୋକଙ୍କ ଦୁଃଖ ବୁଝିବା ପରିବର୍ତ୍ତେ ସରକାରୀ କଳ ପୋଲିସ ଫୋର୍ସ ମୁତୟନ କରି ଏବଂ ବିଏନଏସ୍ ଧାରା ୧୬୩ ଲାଗୁ କରି ଲୋକଙ୍କ ପ୍ରତିବାଦର ସ୍ୱରକୁ ଚାପି ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି । ଗୋଟିଏ ପଟେ ସରକାର ଗରିବଙ୍କ କଲ୍ୟାଣ ଓ ବାସଗୃହ ଯୋଗାଇ ଦେବାର ବଡ଼ ବଡ଼ ଡିଣ୍ଡିମ ପିଟୁଥିବା ବେଳେ, ଅନ୍ୟପଟେ ଖୋଲା ଆକାଶ ତଳେ ଶହ ଶହ ପରିବାରକୁ ଠେଲି ଦେଉଛନ୍ତି । ବଡ଼ ବଡ଼ ଶିଳ୍ପପତି ଓ ପ୍ରଭାବଶାଳୀ ଲୋକଙ୍କ ଜବରଦଖଲ ପ୍ରତି ଆଖି ବୁଜି ଦେଉଥିବା ପ୍ରଶାସନ କେବଳ ଗରିବ ଖଟିଖିଆଙ୍କ ଉପରେ ନିଜର ଶକ୍ତି ପ୍ରଦର୍ଶନ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ତୀବ୍ର ସମାଲୋଚନା କରାଯାଉଛି । ଯଦି ତୁରନ୍ତ କ୍ଷତିଗ୍ରସ୍ତ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ ନ କରାଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି ।

Bargarh Inhumane eviction drive by the administration: ବରଗଡ଼ରେ ପ୍ରଶାସନର ଅମାନବୀୟ ଜବରଦଖଲ ଉଚ୍ଛେଦ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Panchayat office locked over road issues: ରାସ୍ତା ସମସ୍ୟାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା