ବିଷ୍ଣୁ ମହାନ୍ତି /ଖଣ୍ଡପଡ଼ା ସାମ୍ବାଦିକ /ସମୀକ୍ଷା ନ୍ୟୁଜ :
ଖଣ୍ଡପଡା ୧୯|୧୧ ଖଣ୍ଡପଡ଼ା ବ୍ଲକର ଗଡିଆସାହି ପଞ୍ଚାୟତ ଅଧୀନ ନଟବରପୁରଶାସନ ଗ୍ରାମସ୍ଥିତ ସର୍ବ ପୁରାତନ ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବାକୁ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଦାବି କରିଛନ୍ତି। ଗଡିଆସାହି ପଞ୍ଚାୟତବାସୀଙ୍କ ପକ୍ଷରୁ ଏ ସଂର୍ପକିତ ଦାବିପତ୍ର ରାଜ୍ଯ ସରକାରଙ୍କ ଉଦ୍ଦେଶ୍ଯରେ ନୟାଗଡ ଉପ ଜିଲ୍ଲାପାଳଙ୍କୁ ଗୁରୁବାର ପ୍ରଦାନ କରାଯାଇଥିବା ଜଣାପଡିଛି।ସେହିପରି ଗଡିଆସାହି ପଞ୍ଚାୟତବାସୀ ଏ ସଂର୍ପକରେ ପୁନଶ୍ଚ ନୟାଗଡ ଜିଲ୍ଲା ଶିକ୍ଷାଧିକାରୀଙ୍କ ଠାରୁ ଆରମ୍ଭ କରି ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି। ଖଣ୍ଡପଡ଼ା ବିଧାୟକ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।






