ତେଜୁରାମ ନାଏକ / ସ୍ୱତନ୍ତ୍ର ପ୍ରତିନିଧି / ନୂଆପଡା/ସମୀକ୍ଷା ନ୍ୟୁଜ:
ନୂଆପଡା ତାରିଖ-21-11-2026 ନୂଆପଡା ଜିଲ୍ଲା କୋମନା ବ୍ଲକ ଟିକ୍ରାପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଯେଠୁପାଲି ଗ୍ରାମର ମହିଳା ସିନ୍ଧୁସୁତା ରାଉତ। ସେ ଜଣେ ଗରିବ, ଦୀନହୀନ, ଖଟିଖିଆ ଶ୍ରେଣୀ ମହିଳା ର ଅଟନ୍ତି। ତାଙ୍କ ପରିବାରରେ ଆଠ ଜଣ ରହନ୍ତି। ପାଖାପାଖି ଏକ ବର୍ଷ ପୂର୍ବେ ତାଙ୍କ ସ୍ୱାମୀ ସ୍ବର୍ଗତ ଜୟ ରାଉତଙ୍କ ପରଲୋକ ଘଟିଯାଇଥିଲା। ତେଣୁ କରି ପରିବାର ର ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ରହିଛି। ପ୍ରାୟ ପାଖାପାଖି ଅଢ଼େଇ ଏକର ଜମିରେ ଋଣ, ସୁନା ବନ୍ଧକ ଓ ଧାର ଉଧାର କରି ଧାନ ଚାଷ କରିଥିଲେ। କିନ୍ତୁ ଦୈବ ଦୁର୍ବିପାକ ବାତ୍ୟା ପ୍ରଭାବ ରେ ଧାନ ଜମିରେ ପାଣି ମାଡି ଯାଇ ଧାନ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।ଯେଉଁ ଆଶା ନେଇ ଚାଷ କରିଥିଲେ ତାହା ଧୂଳିସାତ ହୋଇଯାଇଛି।ଏ ବିଷୟରେ ଆଜି ନୂଆପଡା ଜିଲ୍ଲାପାଳ ଅନ୍ୟା ଦାଶ, ସୁବାଷ ଚନ୍ଦ୍ର ରଇତ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଆର୍ଥିକ ସାହାଯ୍ୟ ନିମନ୍ତେ ଗୁହାରି କରିଛନ୍ତି ସିନ୍ଧୁସୁତା ରାଉତ। ତାଙ୍କ ସହିତ ଟିକ୍ରା ପଡା ଗ୍ରାମପଞ୍ଚାୟତ ର ସରପଞ୍ଚ ଯମୁନା ହରିଜନ, ସମାଜସେବୀ ପ୍ରସନ୍ନ କୁମାର ତାଣ୍ଡି, ଗାଁର ବୁଦ୍ଧିଜୀବି ଶତୀଚ ରାଉତ, ଲଳିତ ପ୍ରଧାନୀ, ବସନ୍ତ ରାଉତ ସାକ୍ଷାତ କରିଛନ୍ତି। ବାତ୍ୟା ଅର୍ଣ୍ଣବ ଓ ଆକଭନର ପ୍ରଭାଵ ଯୋଗୁଁ ଆହୁରି ମଧ୍ୟ ଗାଁ ର ଅନେକ ଚାଷୀମାନଙ୍କ ଧାନ ନଷ୍ଟ ହୋଇଯାଇଛି। ଆଉ ମଧ୍ୟ ସେ ଛେଳି ଋଣ କରିଛନ୍ତି। ତାହା ଶୁଝିବା ତାଙ୍କ ପକ୍ଷେ କଷ୍ଟ କର। କାରଣ ତାଙ୍କର ରୋଜଗାର ଶୂନ। ତେଣୁକରି ଛେଳିଋଣ ଛାଡ ସହ ଆର୍ଥିକ ସହାୟତା ଜରୁରୀ ହୋଇପଡିଛି। ତେଣୁକରି ଉଚିତ ଯାଞ୍ଚ କରି ସରକାରୀ ସହାୟତା ଦେବା ପାଇଁ ଚାଷୀମାନେ ଜିଲ୍ଲାପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି।






