ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
ଏବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୯ ମିନିଟ ପୂର୍ବେKashipur llegal sale of foreign liquor: କାଶୀପୁର-ବିଏର ପାର୍ଲର ନାଁରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ! ୩୩ ମିନିଟ ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୫୦ ମିନିଟ ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୧ ଘଣ୍ଟା ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୧ ଘଣ୍ଟା ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୧ ଘଣ୍ଟା ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୧ ଘଣ୍ଟା ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ୧ ଘଣ୍ଟା ପୂର୍ବେPatana Launch of Firefighting Vehicle: ପାଟଣା ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେPatna MLA reaches disabled elderly couple: ଅସହାୟ ଭିନ୍ନକ୍ଷମ ବୃଦ୍ଧ ଦମ୍ପତିଙ୍କ ନିକଟରେ ପହଞ୍ଚିଲେ ପାଟଣା ବିଧାୟକ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା ବରଗଡ଼ କେନ୍ଦୁଝର ନୂଆପଡ଼ା

Rayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌

Rayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ – ସମୀକ୍ଷା ଖବର

ଅଭିଳାଷ ମହାନନ୍ଦିଆ/ସାମ୍ବାଦିକ/କଲ୍ୟାଣସିଂପୁର/ସମୀକ୍ଷା ନ୍ୟୁଜ :

ରାୟଗଡ଼ା , ୨୩/୧୧/୨୦୨୬: ଆସନ୍ତା ନଭେମ୍ବର ୨୬ ତାରିଖରେ ୭୭ତମ ସମ୍ବିଧାନ ଦିବସ ପାଳନ ଅବସରରେ ରାୟଗଡ଼ାସ୍ଥିତ ଜି.ସି.ଡି. ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଚତୁର୍ଥ ବାର୍ଷିକ ‘ଦିଆଲ ପରବ ଭେଟଘାଟ୍‌–୨୦୨୬’ ଆୟୋଜିତ ହେବ। ଏହି ସମାବେଶର ଉଦ୍ଦେଶ୍ୟ, ପ୍ରସ୍ତୁତି ଓ ସମାଜର ବିଭିନ୍ନ ଦାବି ସମ୍ପର୍କରେ ରାୟଗଡ଼ା ଜିଲ୍ଲା ଡମ୍ ସମାଜ ପକ୍ଷରୁ ରବିବାର ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଡମ୍ ସମାଜର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ, ସାମାଜିକ ଏକତା, ସାମ୍ବିଧାନିକ ଅଧିକାର, ସମାନତା ଓ ନ୍ୟାୟ ପ୍ରତିଷ୍ଠା ଏହି ସମାବେଶର ମୁଖ୍ୟ ଲକ୍ଷ୍ୟ ବୋଲି ସମାଜର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି। ଅବିଭକ୍ତ କୋରାପୁଟ ଅଞ୍ଚଳର ଡମ୍ ସମାଜର ଏହି ପାରମ୍ପରିକ ପର୍ବ ପରିବାର, ସାମାଜିକ ସମ୍ପର୍କ ଓ ସାମୂହିକ ଏକତାର ପ୍ରତୀକ ଭାବେ ପରିଚିତ। ଡମ୍ ବାଜା, ଦେଶିଆ ଗୀତ, ଲୋକନୃତ୍ୟ ଓ ପାରମ୍ପରିକ ରୀତିନୀତି ସମାଜର ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟକୁ ପ୍ରତିଫଳିତ କରିଥାଏ। ଏହି ଅମୂଲ୍ୟ ଐତିହ୍ୟର ସଂରକ୍ଷଣ ସହ ଆଗାମୀ ପିଢ଼ି ନିକଟରେ ଏହାକୁ ପହଞ୍ଚାଇବା ଉପରେ ସମାବେଶରେ ବିଶେଷ ଗୁରୁତ୍ୱ ଦିଆଯିବ। ସାମ୍ବାଦିକ ସମ୍ମିଳନୀରେ ଡମ୍ ସମାଜର ବିଭିନ୍ନ ସାମାଜିକ ଓ ଆର୍ଥିକ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଶିକ୍ଷା, ନିଯୁକ୍ତି, ଆବାସ, ଜୀବିକା ଓ ରାଜନୈତିକ ପ୍ରତିନିଧିତ୍ୱ କ୍ଷେତ୍ରରେ ସମାଜକୁ ଅଧିକ ସୁଯୋଗ ପ୍ରଦାନ କରିବା ସହ ଭୂମିହୀନ ପରିବାରଙ୍କୁ ଘରଡିହ ଯୋଗାଇବା ଏବଂ ମୌଳିକ ସୁବିଧା ସୁନିଶ୍ଚିତ କରିବା ନିମନ୍ତେ ଦାବି ଉଠାଯାଇଛି।

Rayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ – ସମୀକ୍ଷା

ଏଥିସହ ଦିଆଲ ପରବ ଅବସରରେ ସ୍ୱତନ୍ତ୍ର ସରକାରୀ ଛୁଟି ଘୋଷଣା, ଡମ୍ ସାଂସ୍କୃତିକ ବିକାଶ ପରିଷଦ ଗଠନ, ସମାଜର ସାଂସ୍କୃତିକ ଐତିହ୍ୟକୁ ସରକାରୀ ସ୍ୱୀକୃତି, ଶିକ୍ଷା କ୍ଷେତ୍ରରେ ସୁବିଧା ବୃଦ୍ଧି, ରାଜନୈତିକ ପ୍ରତିନିଧିତ୍ୱ ଏବଂ ସାମଗ୍ରିକ ବିକାଶ ପାଇଁ ସ୍ୱତନ୍ତ୍ର ବଜେଟ୍ ବ୍ୟବସ୍ଥା କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି କୁହାଯାଇଛି। “ଡମ୍ ସମାଜ ଦୟା କିମ୍ବା ଅନୁକମ୍ପା ନୁହେଁ, ବରଂ ସମ୍ମାନ, ସମାନ ଅଧିକାର ଓ ବିକାଶରେ ନ୍ୟାୟସଙ୍ଗତ ଭାଗୀଦାରି ଚାହୁଁଛି” ବୋଲି ସମାଜ ପକ୍ଷରୁ ମତ ପ୍ରକାଶ କରାଯାଇଛି। ଏହି ପରିପ୍ରେକ୍ଷୀରେ ନଭେମ୍ବର ୨୬ରେ ହେବାକୁ ଥିବା ସମାବେଶରେ ଜିଲ୍ଲାର ସମସ୍ତ ଡମ୍ ସମାଜର ଭାଇଭଉଣୀ, ଯୁବକଯୁବତୀ, ଛାତ୍ରଛାତ୍ରୀ, ମହିଳା ଓ ବୁଦ୍ଧିଜୀବୀମାନେ ଯୋଗଦେଇ ସାମାଜିକ ଏକତା ଓ ସାଂସ୍କୃତିକ ପରିଚୟକୁ ସୁଦୃଢ଼ କରିବାକୁ ଜିଲ୍ଲା ସମାଜ ପକ୍ଷରୁ ଆହ୍ୱାନ କରାଯାଇଛି। ରାୟଗଡ଼ା ଜିଲ୍ଲାର ୧୧ଟି ବ୍ଲକରେ ବସବାସ କରୁଥିବା ପ୍ରାୟ ୬୦ରୁ ୮୦ ହଜାର ଡମ୍ ସମାଜର ଲୋକ ଏହି ସମାବେଶରେ ଯୋଗଦେବେ ବୋଲି ଆକଳନ କରାଯାଇଛି। ଏହା ସାଂସ୍କୃତିକ ଅଭିବ୍ୟକ୍ତି, ସାମାଜିକ ଏକତା ଓ ସମାଜର ନ୍ୟାୟସଙ୍ଗତ ଦାବି ଉପସ୍ଥାପନ ପାଇଁ ଏକ ବୃହତ୍ ମଞ୍ଚ ହେବ ବୋଲି ରାୟଗଡ଼ା ଜିଲ୍ଲା ଡମ୍ ସମାଜ ପକ୍ଷରୁ ସୂଚନା ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଡମ୍ ସମାଜର ସଭାପତି ଧନୀରାମ ନାୟକ, ସାଧାରଣ ସମ୍ପାଦକ ଜନାର୍ଦ୍ଦନ ଗରଡ଼ା, କୋଷାଧ୍ୟକ୍ଷ ପୁରନ୍ଦର ପାଣି, ଉପଦେଷ୍ଟା ଅଭିମନ୍ୟୁ କନ୍ଧପାଣି ଓ ରାମ ଗରଡ଼ିଆ, ଉପସଭାପତି ନରେନ୍ଦ୍ର ନାୟକ, ରାମଦାସ ନାୟକ, ବୃନ୍ଦାବନ ନାୟକ, ଭୂଷଣ ବିଡିକା, ସମ୍ପାଦକ କର୍ଣ୍ଣ ବିଡିକା, ବିସୁ ଖୋସଲା, ସରୋଜ ଗରଡ଼ା, ଯୁଧିଷ୍ଟିର ନାୟକଙ୍କ ସମେତ ସମାଜର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

Rayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Kashipur llegal sale of foreign liquor: କାଶୀପୁର-ବିଏର ପାର୍ଲର ନାଁରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା !