ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୪ ମିନିଟ ପୂର୍ବେPradhaniguda Industrial Training Institute: ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପ୍ରଧାନୀଗୁଡାର ସମାବର୍ତ୍ତନ ଉତ୍ସବ ୯ ମିନିଟ ପୂର୍ବେMalkangiri Pulse Polio Programme: ମାଲକାନଗିରି ଜିଲ୍ଲାରେ ସମନ୍ୱିତ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ୧୩ ମିନିଟ ପୂର୍ବେShaheed Laxman Nayak Jayanti: ଜିଲ୍ଲାସ୍ତରୀୟ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ ୩୬ ମିନିଟ ପୂର୍ବେNaveen & Pandian’s foreign visit: ନବୀନ ଓ ପାଣ୍ଡିଆନଙ୍କ ବିଦେଶ ଗସ୍ତ, ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ୧ ଘଣ୍ଟା ପୂର୍ବେPottangi Block Horrific accident: ପଟ୍ଟାଙ୍ଗି ବ୍ଲକ-ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ୧ ଘଣ୍ଟା ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୨ ଘଣ୍ଟା ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୨ ଘଣ୍ଟା ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୨ ଘଣ୍ଟା ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୨ ଘଣ୍ଟା ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ!
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା ମାଲକାନଗିରି ବରଗଡ଼ କେନ୍ଦୁଝର

ସୋହେଲା: ଓଡ଼ିଶାର ସବୁଠାରୁ ବଡ଼ ରାବଣ ଦହନ, ଜମିଲା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ସୋହେଲା: ଓଡ଼ିଶାର ସବୁଠାରୁ ବଡ଼ ରାବଣ ଦହନ,  ଜମିଲା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ – ସମୀକ୍ଷା ଖବର

ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନିୟୁଜ :

ସୋହେଲା, 20/10/2026: ବିଜୟା ଦଶମୀ ଅବସରରେ ବରଗଡ଼ ଜିଲ୍ଲାର ସୋହେଲାଠାରେ ଓଡ଼ିଶାର ସବୁଠାରୁ ବଡ଼ ରାବଣ ପୋଡ଼ି ଉତ୍ସବ ଅତ୍ୟନ୍ତ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି। ସୋହେଲା ମିନି ଷ୍ଟାଡିୟମ ପରିସରରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଅଧର୍ମ ଉପରେ ଧର୍ମର ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ସ୍ୱରୂପ ରାବଣର ବିଶାଳ ପୁତ୍ତଳିକାକୁ ଦହନ କରାଯାଇଛି । ଏଥର ସୋହେଲା ରାବଣ ପୋଡ଼ି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା କୋଲକାତା ଓ ରାୟପୁରରୁ ଆସିଥିବା ସ୍ୱତନ୍ତ୍ର ବାଣୁଆଙ୍କ ଦ୍ୱାରା ପ୍ରସ୍ତୁତ ରଙ୍ଗାରଙ୍ଗ ଆତସବାଜି। ରାବଣ ପୁତ୍ତଳିକାରେ ନିଆଁ ଲଗାଯିବା ମାତ୍ରେ ଆକାଶ ମାର୍ଗରେ ରଙ୍ଗବେରଙ୍ଗର ଆଲୋକମାଳା ସୃଷ୍ଟି ହୋଇଥିଲା। “ଢୋ ଢୋ” ଶବ୍ଦରେ ରାବଣର ମୁଣ୍ଡଗୁଡ଼ିକ ଫୁଟିବା ସହ ପୂରା ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା। ସାମ୍ବଲପୁରିଆ ସଂସ୍କୃତି ଓ ପାରମ୍ପରିକ ବାଦ୍ୟର ତାଳେ ତାଳେ ଆୟୋଜିତ ଏହି ବାଣ ପ୍ରଦର୍ଶନୀ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଦେଇଥିଲା। ଏହି ଐତିହାସିକ ପରମ୍ପରାକୁ ଆଖିରେ ଦେଖିବା ପାଇଁ ସୋହେଲା ଏବଂ ଏହାର ଆଖପାଖ ଅଞ୍ଚଳ ସମେତ ସମଗ୍ର ପଶ୍ଚିମ ଓଡ଼ିଶାରୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ପୂଜା କମିଟି ଓ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଅଗ୍ନିକାଣ୍ଡ ଭଳି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସ୍ୱତନ୍ତ୍ର ଅଗ୍ନିଶମ ବାହିନୀ ଏବଂ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା। ଭଗବାନ ଶ୍ରୀରାମଙ୍କ ହାତରୁ ଶର ନିକ୍ଷେପ ହେବା ପରେ ରାବଣର ବିଶାଳକାୟ ଶରୀର ଜଳିପୋଡ଼ି ପାଉଁଶ ହୋଇଯାଇଥିଲା, ଯାହା ସମାଜରୁ ପାପ ଓ ଅହଂକାରର ବିନାଶକୁ ସୂଚାଉଥିଲା। ଏହି ଭବ୍ୟ ରାବଣ ଦହନ ଉତ୍ସବ ସୋହେଲା ଅଞ୍ଚଳରେ ଏକ ଭକ୍ତିପୂତ ଏବଂ ଆନନ୍ଦମୟ ପରିବେଶ ସୃଷ୍ଟି କରିଛି।

ସୋହେଲା: ଓଡ଼ିଶାର ସବୁଠାରୁ ବଡ଼ ରାବଣ ଦହନ,  ଜମିଲା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଖଜୁରୀପଡ଼ାରେ ମହାଆଡ଼ମ୍ବରରେ ପାଳିତ ହେଲା ଦୁର୍ଗାପୂଜା ଓ ବିଜୟା ଦଶମୀ