ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୧୦ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୧୦ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୧୦ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୧୦ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୧୦ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୧୦ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୧୦ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୧୦ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୧୦ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୧୧ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

ଶ୍ରୀକୃଷ୍ଣ ଆଞ୍ଚଳିକ ଭାଗବତ ଟୁଙ୍ଗିର ୨୦ତମ ବାର୍ଷିକ ମହୋତ୍ସବ

ଶ୍ରୀକୃଷ୍ଣ ଆଞ୍ଚଳିକ ଭାଗବତ ଟୁଙ୍ଗିର ୨୦ତମ ବାର୍ଷିକ ମହୋତ୍ସବ – ସମୀକ୍ଷା ଖବର

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:

ଘେଁସ,୨୮। ୧୦ ବରଗଡ଼ ଜିଲ୍ଲାର ଘେଁସ ବଡ଼ଯୋର-ପେଟୁପାଲି ମଧ୍ୟସ୍ଥ ବରଗଛ ଛକ ନିକଟରେ ଅବସ୍ଥିତ ‘ଶ୍ରୀକୃଷ୍ଣ ଆଞ୍ଚଳିକ ଭାଗବତ ଟୁଙ୍ଗିର ୨୦ତମ ବାର୍ଷିକ ମହୋତ୍ସବ ଅତ୍ୟନ୍ତ ଭକ୍ତିପୂର୍ଣ୍ଣ ପରିବେଶରେ ଆରମ୍ଭ ହୋଇଯାଇଛି । ଏହି ଆଧ୍ୟାତ୍ମକ କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ପ୍ରଚୁର ଭକ୍ତଙ୍କ ସମାବେଶ ହୋଇଛି । ମହୋତ୍ସବର ପ୍ରଥମ ଦିବସରେ ପଣ୍ଡିତ ବାଚସ୍ପତି ତ୍ରିପାଠୀଙ୍କ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ଯରେ ବିଧିପୂର୍ବକ ଭବ୍ୟ ପବିତ୍ର କଳଶଯାତ୍ରା ଓ ସାଧୁସେବା କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ପ୍ରବକ୍ତା ସୁରେଶ ଦାଶ ଓ ମଞ୍ଜୁ ଦେବୀ ଙ୍କ ପ୍ରବଚନ କାର୍ଯ୍ଯକ୍ରମ ଏବଂ ଦ୍ରୌପଦୀ ଭୋଇଙ୍କ ଦ୍ୱାରା କରାଯାଉଥିବା ଭାଗବତ ପାରାୟଣ ଉପସ୍ଥିତ ଶ୍ରୋତା ଓ ଭକ୍ତମାନଙ୍କ ମଧ୍ୟରେ ଭକ୍ତିରସ ସଞ୍ଚାର କରୁଛି । ଆସନ୍ତା ୨୮ ତାରିଖ ବୁଧବାର ଓ ୨୯ ତାରିଖ ଗୁରୁବାର ଦିନ ବିଶିଷ୍ଟ ପ୍ରବଚକ କେଶବ ଦାସ ଦ୍ବିତିକୃଷ୍ଣ ଯୋଗଦେଇ ପ୍ରବଚନ କାର୍ଯ୍ଯକ୍ରମ କରିବେ । ଏହି ପବିତ୍ର ଉତ୍ସବରେ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ସହିତ ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି । କମିଟି ର ସଭାପତି କମଳାକାନ୍ତ ଜାଲ ଙ୍କ ସମେତ ବୀରେନ୍ଦ୍ର ପଧାନ, ସୁଷମା ପଧାନ, ଧରିତ୍ରୀ ମେହେର, ଯାମିନୀ ମେହେର, ସଂଗୀତା ମହାପାତ୍ର, ଦିଲୀପ ଭୋଇ ଓ କର୍ମକର୍ତ୍ତାମାନଙ୍କ କର୍ତ୍ତୃବ୍ୟନିଷ୍ଠ ପ୍ରୟାସରେ ଏହି ବାର୍ଷିକ ମହୋତ୍ସବଟି ଆକର୍ଷକ ଓ ସୁରୁଖୁରୁରେ ପାଳନ ହେଉଛି ।

ଶ୍ରୀକୃଷ୍ଣ ଆଞ୍ଚଳିକ ଭାଗବତ ଟୁଙ୍ଗିର ୨୦ତମ ବାର୍ଷିକ ମହୋତ୍ସବ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଯୋଗଦେବାକୁ କଳାହାଣ୍ଡିରୁ ୪୬ ଜଣିଆ ପ୍ରତିନିଧି ଦଳର ଗୁଜରାଟ ଗସ୍ତ