ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୨୯/୧୦/୨୬ – ମୟୂରଭଞ୍ଜ ଜିଲ୍ଲା, ପାଞ୍ଚପୀଢ଼ ଉପଖଣ୍ଡରେ ଚାଲିଥିବା “ଓଡ଼ିଶା ମିଲେଟ ମିଶନ” (ମାଣ୍ଡିଆ ଚାଷ) ଯୋଜନାରେ ବ୍ୟାପକ ଦୁର୍ନୀତି ଓ କୋଟି କୋଟି ଟଙ୍କାର ସରକାରୀ ଅର୍ଥ ହରିଲୁଟ୍ ହୋଇଥିବାର ଅଭିଯୋଗ ହୋଇଥିବା ଜଣାପଡିଛି । ଏହା ବିରୋଧରେ ଆଜି ଏକ ଦାବିପତ୍ର ପାଞ୍ଚପୀଢ଼ ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡାଙ୍କ ଜରିଆରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବାର ଜଣାଯାଇଛି । କ୍ଷେତ୍ରସ୍ତରରେ କୌଣସି ପ୍ରକୃତ ମାଣ୍ଡିଆ ଚାଷ ନକରି, କିଛି ଅସାଧୁ ଏନ ଜି ଓ ବାହାର ବଜାରରୁ ଶସ୍ତାରେ ମାଣ୍ଡିଆ କିଣି ସରକାରଙ୍କୁ ମିଥ୍ୟା ଉତ୍ପାଦନ ଦେଖାଉଛନ୍ତି । ଗରିବ ଚାଷୀଙ୍କ ଆଧାର ଓ ବ୍ୟାଙ୍କ ଖାତା ବ୍ୟବହାର କରି କୋଟି କୋଟି ଟଙ୍କାର ସବସିଡି ଆତ୍ମସାତ କରାଯାଉଥିବା ନେଇ ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ଏହି ମହାଘୋଟାଲାର ତୁରନ୍ତ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ କରାଯିବା ପାଇଁ ଏବଂ ସମ୍ପୃକ୍ତ ଦୋଷୀ ଏନ ଜି ଓ ଏବଂ ଅସାଧୁ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଉକ୍ତ ଅଭିଯୋଗ ପତ୍ରରେ ଦାବି କରାଯିବା ସହିତ ଚାଷୀ ମାନଙ୍କ ହକ ସେମାନଙ୍କୁ ମିଳିବା ନେଇ ମଧ୍ୟ ଉଲ୍ଲେଖ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ମନରେଗା ଓ ଅଣସଂଗଠିତ ଶ୍ରମିକ ସଂଗଠନର କର୍ମକର୍ତା ଚନ୍ଦ୍ରକୁମାର ଶ୍ୟାମଳେନ୍ଦୁ (ମାଧ ) ଦାସ ଙ୍କ ନେତୃତ୍ୱ ରେ ସଂଗଠନର ପ୍ରଦୀପ କୁମାର ପତି, ଅଙ୍କିତ ନାଏକ, ଚନ୍ଦ୍ର ମୋହନ ସୟ, ସଦସ୍ୟ ପୁର୍ଣଚନ୍ଦ୍ର ଚାତାର, ଶ୍ରୀକାନ୍ତ ପାତ୍ର, ସମରା ନାଏକ, ଶରତ ଚନ୍ଦ୍ର ନାଏକ ପ୍ରମୁଖ ସାମିଲ ଥିଲେ ।






