ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୨୯/୧୦/୨୬ – କପ୍ତିପଦା ବ୍ଲକର ଜେ.ଏସ୍.ଜାମଡ଼ିହା ପଂଚାୟତ ଅନ୍ତର୍ଗତ ହିଲ ବ୍ଲକ-୪ରେ ବସବାସ କରୁଥିବା ମନୋହର ମାଙ୍କିଡ଼ିଆଙ୍କ ୧୫ବର୍ଷ ବୟସର ପୁତ୍ର ପୂର୍ଣ୍ଣ ମାଙ୍କିଡ଼ିଆ ପିଲାଟି ଦିନରୁ ଆକାଶମାରି ବାତରେ ପୀଡ଼ିତ ଥିବା କଥା ପରିବାରର ଲୋକଙ୍କ ନିକଟରୁ ଜଣାପଡିଛି । ଏଥିପାଇଁ ବହୁପ୍ରକାର ଚିକିତ୍ସା କ୍ରମେ ସେ ଔଷଧ ସେବନ କରୁଥିଲେ ମଧ୍ୟ ସମ୍ପୁର୍ଣ୍ଣ ସୁସ୍ଥ ହୋଇପାରୁ ନାହାନ୍ତି । ଏନେଇ ଡ଼ାକ୍ତର ପୁର୍ଣ୍ଣଙ୍କୁ ୪୦ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଛନ୍ତି । କିନ୍ତୁ ସାମାଜିକ ସୁରକ୍ଷା ଯୋଜନାରେ ସେ ଏପର୍ଯ୍ୟନ୍ତ ଭତ୍ତା ପାଇପାରୁନଥିବା ନେଇ ଦୁଃଖ ପ୍ରକାଶ କରିଛନ୍ତି । ପୂର୍ଣ୍ଣ ମାଙ୍କିଡ଼ିଆଙ୍କର ଆଧାର କାର୍ଡ଼ଟିଏ ମଧ୍ୟ ନାହିଁ । ଆଧାର ପାଇଁ ବାରମ୍ବାର ଫଟୋ ଉଠାଇଥିଲେ ମଧ୍ୟ କାର୍ଡ଼ ନଆସିବା କାରଣ ମଧ୍ୟ ସେ ଜାଣିପାରୁନାହାନ୍ତି ବୋଲି କହିଛନ୍ତି । ନିକଟରେ ଥିବା ସର୍ବଣାଘାଟି ଗ୍ରାମସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୂର୍ଣ୍ଣ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି । ମାତ୍ର ବାରମ୍ବାର ଦେହ ଅସୁସ୍ଥ ହେବାରୁ ସେ ପାଠପଢ଼ାରେ ଡ଼ୋରି ବାନ୍ଧି ଦେବାକୁ ବାଧ୍ୟ ହୋଇଛନ୍ତି । ପୂର୍ଣ୍ଣ ମାଙ୍କିଡ଼ିଆଙ୍କ ଦୁଃଖ ବୁଝି ସମାଧାନ ପୂର୍ବକ ତୁରନ୍ତ ସହଯୋଗର ହାତ ବଢ଼ାଇବାକୁ ସରକାରଙ୍କ ଦୃଷ୍ଟି କେବେ ପଡୁଛି ସେନେଇ ପରିବାର ଓ ଜନଜାଗୃତି ମଂଚର ସ୍ବେଚ୍ଛାସେବୀ ସମୂହ ଅପେକ୍ଷାରତ ।






