ସିଦ୍ଧାର୍ଥ ଶଙ୍କର ମିଶ୍ର /ଧାମନଗର ପ୍ରତିନିଧି /ସମୀକ୍ଷା ନ୍ୟୁଜ :
ଧାମନଗର 30/10( )ମା ସାରଦା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା କୋ ଉଇଙ୍ଗ ଓ ଲାୟନ୍ସ କ୍ଲବ ଭଦ୍ରକାଳୀ ଡିଭାଇନଙ୍କ ମିଳିତ ସହଯୋଗ ରେ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି ଶିବିର କୁ ଉଦଘାଟନ କରିଥିଲେ ଅଧକ୍ଷା ପ୍ରାଧ୍ୟାପିକା ଶ୍ରୀମତୀ ପୁଷ୍ପଞ୍ଜଳି ରାଉତ l ଅଧ୍ୟାପକ ଶ୍ରୀଧର ସାହୁଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଲୟନ୍ସ କ୍ଲବ ଭଦ୍ରକାଳୀ ଡିଭାଇନ ର ସଭାପତି ଇଂ ସନ୍ତୋଷ କୁମାର ପତି, ସମାଜସେବୀ ଦେବାନନ୍ଦ ସାହୁ, ହିମାଦ୍ରୀ ନନ୍ଦନ ଦାଶ ପ୍ରମୁଖ ଯୋଗ ଦେଇ ମାନନୀୟ ପ୍ରଧାନମନ୍ତ୍ରୀ ଙ୍କ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ର ଭୂୟସୀ ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀ ମାନେ କେମିତି ଚକ୍ଷୁ ର ଯତ୍ନ ନେବେ ସେ ବିଷୟରେ ଆଲୋଚନା କରିଥିଲେ l ଶେଷରେ ଜାତୀୟ ସେବା ଯୋଜନା ର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ପ୍ରଭାତ ଧଳ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଶିବିର ରେ ମୋଟ ୫୫ଜଣ ଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହିତ ୧୫ଜଣଙ୍କୁ ନିଃଶୁଳ୍କ ଚଷମା ବଣ୍ଟନ କରା ଯାଇଥିଲା l ସମସ୍ତ କାର୍ଯ୍ୟକ୍ରମ କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ରବୀନ୍ଦ୍ର ପାଣିଗ୍ରାହୀ,କାଳନ୍ଦୀ ଚରଣ ସାହୁ, ପରେଶ ରାଉତ, ଚିତ୍ତ ରଞ୍ଜନ ପରିଡା, ସଂକର୍ଷଣ ଖଟୁଆ, ପ୍ରଶାନ୍ତ ବେହେରା,ଲୟନ୍ସ କ୍ଲବ ର ସଦସ୍ୟ ବିଜୟ ପାଢ଼ୀ, ସତ୍ୟନ୍ଦୁ ରାୟ ମହାପାତ୍ର, କବିତା ପତି ପ୍ରମୁଖ ପରିଚାଳନା କରିଥିଲେ l






