ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ବରଗଡ଼,୩୦୧।୧୦ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶକ୍ତିନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନମିତା ସାହୁ ଙ୍କ ପରଲୋକ ଘଟିଛି। ଅନୁଗୁଳ ନିକଟରେ ଏହି ଦୁଃଖଦ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସେ ନିଜ ସ୍ୱାମୀଙ୍କ ଚିକିତ୍ସା ନିମନ୍ତେ ତାଙ୍କୁ ସାଙ୍ଗରେ ନେଇ ଭୁବନେଶ୍ୱର ଯାଉଥିବା ସମୟରେ ଏହି ଅଘଟଣ ଘଟିଥିଲା।ତାଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ଶକ୍ତିନଗର ଅଞ୍ଚଳ ସମେତ ଶିକ୍ଷକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି। ଜଣେ ଦାୟିତ୍ୱବାନ ଶିକ୍ଷୟିତ୍ରୀ ଭାବେ ତାଙ୍କର ଅବଦାନ ଓ କର୍ତ୍ତବ୍ୟନିଷ୍ଠା ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ଶିକ୍ଷକ ସମାଜ ପକ୍ଷରୁ ମତ ପ୍ରକାଶ ପାଇଛି। ଏହି ଦୁଃଖଦ ଘଟଣାରେ ବିଦ୍ୟାଳୟ ପରିବାର, ସହକର୍ମୀ ଶିକ୍ଷକ ଓ ଶୁଭେଚ୍ଛୁମାନେ ଗଭୀର ମର୍ମାହତ ହୋଇଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅପୂରଣୀୟ କ୍ଷତି ସହ୍ୟ କରିବା ପାଇଁ ଧୈର୍ଯ୍ୟ ଓ ସାହସ ମିଳୁ ବୋଲି ସମସ୍ତେ କାମନା କରିଛନ୍ତି। ଏଥିସହ ଦିବଙ୍ଗତ ନମିତା ସାହୁଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ତାଙ୍କ ପଛ ରେ ତାଙ୍କ ସ୍ୱାମୀ ପ୍ରେମରାଜ ସାହୁ , ଗୋଟିଏ ପୁଅ ଓ ଝିଅ ଛାଡ଼ି କି ଯାଇଛନ୍ତି।






