ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ /କେନ୍ଦୁଝର:
ପାଟଣା ୩୧/୧୦ ପାଟଣା ଥାନା ଆମ ପୁଲିସ ସମିତି ପକ୍ଷରୁ ଆଜି ଏସ ଆଇ ଲକ୍ଷ୍ମଣ କୁମାର ମାଝୀ ଙ୍କ ସଂଯୋଜନା ରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ସହ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପାଟଣାର ବୁଦ୍ଧିଜୀବୀ ,ବଣିକ ସଂଘ ପ୍ରତିନିଧି ଓ ମାନ୍ୟଗଣ୍ୟ ପ୍ରତିନିଧି ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ରେ ଥାନାଧିକାରୀ କିରଣ ପ୍ରସାଦ ସାହୁ,ଏ ଏସ ଆଇ ଜିତେନ୍ଦ୍ର କୁମାର ପଟେଲ ଓ ଧନେଶ୍ୱର ପାତ୍ର ପ୍ରମୁଖ ଅନ୍ୟମାନେ କାର୍ଯ୍ୟକ୍ରମ ରେ ସାମିଲ ଥିଲେ। ଥାନାଧିକାରୀ ଶ୍ରୀ ସାହୁ ଆଜି ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବା କ୍ଷେତ୍ରରେ ମାର୍ଗ ଦର୍ଶନ ଦେବାସହ ଆଜିର ଦିବସ ରେ ଅଞ୍ଚଳ ରେ ନିଶା ମୁକ୍ତି ଅଭିଯାନ କୁ ବଳ ଦେବାକୁ ଅପିଲ କରିଥିଲେ। ଏହା ଛଡା ସାଇବର ଅପରାଧ , ଅନଲାଇନ୍ ଠକେଇ ରୁ ଦୂରେଇ ରହିବା , ପ୍ରଲୋଭନ ସମ୍ବନ୍ଧୀୟ କାର୍ଯ୍ୟ ରୁ ନିଜକୁ ଦୂରେଇ ରଖିବା ଆଦି ବିବିଧ ବିଷୟରେ ଆଲୋଚନା କରିବା ସହ ପରାମର୍ଶ ଦେଇଥିଲେ।






