ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୬ ମିନିଟ ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୨୩ ମିନିଟ ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୩୯ ମିନିଟ ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୫୦ ମିନିଟ ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୫୬ ମିନିଟ ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୧ ଘଣ୍ଟା ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ୧ ଘଣ୍ଟା ପୂର୍ବେPatana Launch of Firefighting Vehicle: ପାଟଣା ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେPatna MLA reaches disabled elderly couple: ଅସହାୟ ଭିନ୍ନକ୍ଷମ ବୃଦ୍ଧ ଦମ୍ପତିଙ୍କ ନିକଟରେ ପହଞ୍ଚିଲେ ପାଟଣା ବିଧାୟକ ୧ ଘଣ୍ଟା ପୂର୍ବେ‘Kanjipani’ tradition returns: ପୁଣି ଫେରିଲା ଶ୍ୟାମବାବାଙ୍କ ‘କାଞ୍ଜିପାଣି’ ପରମ୍ପରା ୧ ଘଣ୍ଟା ପୂର୍ବେNagabali development has not reached the other side: ନାଗାବଳୀ ଆରପାରିରେ ବିକାଶ ନପହଞ୍ଚାଇବା ଦୁଃଖ ଦାୟକ!
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା ନୂଆପଡ଼ା ବରଗଡ଼ କେନ୍ଦୁଝର

ରାଇରଙ୍ଗପୁର: ଉପଖଣ୍ଡ ଚିକିତ୍ସାଳୟରେ ସଶସ୍ତ୍ର ବାହିନୀ ପକ୍ଷରୁ ମେଗା ବହୁବିଭାଗୀୟ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର

ରାଇରଙ୍ଗପୁର: ଉପଖଣ୍ଡ ଚିକିତ୍ସାଳୟରେ ସଶସ୍ତ୍ର ବାହିନୀ ପକ୍ଷରୁ ମେଗା ବହୁବିଭାଗୀୟ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୪/୧୧/୨୬ – ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦୂରଦର୍ଶି ଚିନ୍ତାଧାରାର ପରିକଳ୍ପନା ସ୍ୱରୂପ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଭାରତୀୟ ସଶସ୍ତ୍ର ବାହିନୀର ଚିକିତ୍ସା ସେବା ବିଭାଗ, ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ସମନ୍ୱୟରେ ଆୟୋଜିତ ଦ୍ୱାଦଶ ସଂସ୍କରଣର ମେଗା ବହୁବିଭାଗୀୟ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ତଥା ‘ଅପରେସନ ଦୃଷ୍ଟି’ର ଉଦଯାପନୀ ସମାରୋହ ତା.୦୪-୧୧-୨୦୨୬ ରିଖ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଥିବା ଜଣାପଡିଛି । ଅକ୍ଟୋବର ୩୧ ତାରିଖରୁ ନଭେମ୍ବର ୦୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ଶିବିରରେ ଭାରତୀୟ ସଶସ୍ତ୍ର ବାହିନୀର ଅଭିଜ୍ଞ ତଥା ଉଚ୍ଚକୋଟୀର ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଦ୍ୱାରା ରୋଗୀମାନଙ୍କୁ ବିଭିନ୍ନ ବିଭାଗରେ ଉନ୍ନତମାନର ଚିକିତ୍ସା ଓ ପରାମର୍ଶ ନିଃଶୁଳ୍କ ଭାବେ ପ୍ରଦାନ କରାଯାଇଥିଲା । ତେବେ ଉକ୍ତ ମେଗା ସ୍ୱାସ୍ଥ୍ୟ ଶିବିର ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ସମୟରେ ପ୍ରଥମ ପର୍ଯ୍ୟାୟରେ ୨୦ ସେପ୍ଟେମ୍ବରରୁ ୫ ଅକ୍ଟୋବର ପର୍ଯ୍ୟନ୍ତ ବାମନଘାଟି ଉପଖଣ୍ଡସ୍ଥ ସମସ୍ତ ବ୍ଲକ ଓ ରାଇରଙ୍ଗପୁର ସହରାଞ୍ଚଳରେ ଶିବିର ଆୟୋଜନ କରାଯାଇ ରୋଗୀ ଚିହ୍ନଟ କରାଯାଇ ବିଭାଗୱାରୀ ତାଲିକଭୁକ୍ତ କରାଯାଇଥିଲା, ଦ୍ଵିତୀୟ ପର୍ଯ୍ୟାୟରେ ୬ଅକ୍ଟୋବରରୁ ୨୩ ଅକ୍ଟୋବର ପର୍ଯ୍ୟନ୍ତ ପୂର୍ବରୁ ଚିହ୍ନିତ ଓ ପଞ୍ଜିକୃତ ରୋଗୀମାନଙ୍କର ଭାରତୀୟ ପ୍ରତିରକ୍ଷା ବିଭାଗର ଡାକ୍ତରୀ ଟିମ ଦ୍ୱାରା ବିସ୍ତୃତ ସ୍ୱାସ୍ଥ୍ୟ ପରୀକ୍ଷା, ରୋଗ ନିରୂପଣ ଓ ଆବଶ୍ୟକୀୟ ଚିକିତ୍ସା ପାଇଁ ପ୍ରସ୍ତୁତି କରାଯାଇଥିଲା ଏବଂ ଅନ୍ତିମ ପର୍ଯାୟ ଅକ୍ଟୋବର ୩୧ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଶିବିର ଆୟୋଜନ କରାଯାଇ ଅସ୍ତ୍ରୋପଚାର ସମେତ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପରାମର୍ଶ ଜାରି ରହିଛି ।

ରାଇରଙ୍ଗପୁର: ଉପଖଣ୍ଡ ଚିକିତ୍ସାଳୟରେ ସଶସ୍ତ୍ର ବାହିନୀ ପକ୍ଷରୁ ମେଗା ବହୁବିଭାଗୀୟ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର – ସମୀକ୍ଷା

ଏହି ଆୟୋଜିତ ଶିବିରରେ ହୃଦରୋଗ, ବୃକକ୍ ରୋଗ, ଚର୍ମରୋଗ, ଚକ୍ଷୁରୋଗ, ଦନ୍ତ ଚିକିତ୍ସା ଓ ସ୍ୱାସ୍ଥ୍ୟ ଗତ ଅନ୍ୟାନ୍ୟ ସମସ୍ୟାର ସ୍ୱାସ୍ଥ୍ୟ ପରାମର୍ଶ ସହିତ ରୋଗୀମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା । ବିଶେଷକରି ‘ଅପରେସନ ଦୃଷ୍ଟି’ ଅଧୀନରେ ମାଗଣାରେ ଚକ୍ଷୁ ଅସ୍ତ୍ରୋପଚାର ସହ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଥିଲା । ଶିବିରର ୪ ଦିନରେ ୫ହଜାର ରୁ ଉର୍ଦ୍ଧ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଯାଇଥିବା ବେଳେ ୩୧୨ ଜଣ ରୋଗୀଙ୍କ ଚକ୍ଷୁ ଅସ୍ତ୍ରୋପଚାର ଓ ଅନ୍ୟାନ୍ୟ ଚିକିତ୍ସାମୂଳକ ପ୍ରକ୍ରିୟା ନିଃଶୁଳ୍କ ଭାବେ ସମ୍ପନ୍ନ ହୋଇଥିଲା । ଚିକିତ୍ସିତ ହୋଇଥିବା ରୋଗୀ ମାନଙ୍କ ମଧ୍ୟରେ ୫୦୯ ଜଣ କୀଡୀନି , ୩୧୪ ଜଣ ହୃଦ,୬୮୧ ଜଣ ଚର୍ମ, ୩୬୯ ଜଣ ଦନ୍ତ, ୬୨୦ ଜଣ ଭେଷଜ, ୨୬୪୫ ଜଣ ଚକ୍ଷୁ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ବେଳେ ୩୦୦ରୁ ଊର୍ଦ୍ଧ୍ୱ ରୋଗୀଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଥିଲା। ବୁଧବାର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଏୟାର ମାର୍ଶାଲ ଶ୍ରୀ ସନ୍ଦୀପ ଥରେଜା, ମହାନିର୍ଦ୍ଦେଶକ, ଆର୍ମଡ୍ ଫୋର୍ସେସ୍ ମେଡିକାଲ୍ ସର୍ଭିସେସ୍ (DGAFMS) ଯୋଗଦେଇ ଗଣମାଧ୍ୟମ କୁ ଶିବିର ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିବା ଅବସରରେ ଏହି ମାନବିକ ସେବାମୂଳକ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ । ଏହି ଶିବିର ମାଧ୍ୟମରେ ଦୁର୍ଗମ ଓ ଅବହେଳିତ ଅଞ୍ଚଳର ଜନସାଧାରଣଙ୍କ ନିକଟରେ ଉନ୍ନତ ଚିକିତ୍ସା ସେବା ପହଞ୍ଚାଇବା ଏକ ମହତ୍ ଉଦ୍ୟମ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ଶିବିର ରାଇରଙ୍ଗପୁର ତଥା ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ପାଇଁ ଏକ ବିଶେଷ ସୁଯୋଗ ସୃଷ୍ଟି କରିବା ସହ ସଶସ୍ତ୍ର ବାହିନୀର ମାନବିକତା, ସେବା ଓ ଜନକଲ୍ୟାଣମୂଳକ ମନୋଭାବର ଏକ ଉତ୍କୃଷ୍ଟ ଉଦାହରଣ ପାଲଟିଛି ବୋଲି କହିଥିଲେ । ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ବିଭିନ୍ନ ବିଭାଗର ସମନ୍ୱୟରେ ଏହି ମେଗା ସ୍ୱାସ୍ଥ୍ୟ ଶିବିର ସୁଚାରୁ ରୂପେ ସମ୍ପାଦିତ ହୋଇଥିବା ଜଣାପଡିଛି ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ନଭେମ୍ବର ୧୫ରେ କୁଡୁମୀ ସେନାର ବାନ୍ଦନା ପରବ