ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୧୮ ମିନିଟ ପୂର୍ବେNaveen & Pandian’s foreign visit: ନବୀନ ଓ ପାଣ୍ଡିଆନଙ୍କ ବିଦେଶ ଗସ୍ତ, ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ୪୬ ମିନିଟ ପୂର୍ବେPottangi Block Horrific accident: ପଟ୍ଟାଙ୍ଗି ବ୍ଲକ-ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ୧ ଘଣ୍ଟା ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୧ ଘଣ୍ଟା ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୨ ଘଣ୍ଟା ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୨ ଘଣ୍ଟା ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୨ ଘଣ୍ଟା ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୨ ଘଣ୍ଟା ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୨ ଘଣ୍ଟା ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ୨ ଘଣ୍ଟା ପୂର୍ବେPatana Launch of Firefighting Vehicle: ପାଟଣା ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା ବରଗଡ଼ କେନ୍ଦୁଝର ଖୋର୍ଦ୍ଧା

Mayurbhanj BJD demand : ମୟୂରଭଞ୍ଜର ଆବାସିକ ବିଦ୍ୟାଳୟରେ ନାବାଳିକା ଛାତ୍ରୀଙ୍କ ଗର୍ଭଧାରଣ ଓ ସନ୍ତାନ ପ୍ରସବ ଘଟଣାର ନ୍ୟାୟିକ ତଦନ୍ତ ଦାବି କଲା ବିଜେଡି

Mayurbhanj BJD demand : ମୟୂରଭଞ୍ଜର ଆବାସିକ ବିଦ୍ୟାଳୟରେ ନାବାଳିକା ଛାତ୍ରୀଙ୍କ ଗର୍ଭଧାରଣ ଓ ସନ୍ତାନ ପ୍ରସବ ଘଟଣାର ନ୍ୟାୟିକ ତଦନ୍ତ ଦାବି କଲା ବିଜେଡି – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୫/୧୧/୨୬ – ସ୍ୱାସ୍ଥ୍ୟ ପରୀକ୍ଷା ନେଇ ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା ରହିଥିଲେ ମଧ୍ୟ ମୟୂରଭଞ୍ଜ ଜିଲ୍ଲାର ଏକ ଆବାସିକ (କେଜିଭିବି) ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଆଦିବାସୀ ଛାତ୍ରୀ ଗର୍ଭବତୀ ହେବା ଏବଂ ପରବର୍ତ୍ତୀ ସମୟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେବା ଭଳି ଅତ୍ୟନ୍ତ ମର୍ମାହତ ଓ ଲଜ୍ଜାଜନକ ଘଟଣାକୁ ବିଜୁ ଜନତା ଦଳ ତରଫରୁ ତୀବ୍ର ନିନ୍ଦା କରାଯାଇଛି । ଏ ନିମିତ୍ତ ବିଭିନ୍ନ ଦାୟିତ୍ୱ ସମ୍ପନ୍ନ ସରକାରୀ କର୍ମଚାରୀ ଦୀର୍ଘ ମାସ ଧରି ଜାଣିନପାରିବା ଏହି ଘଟଣାର ଗମ୍ଭୀରତାକୁ ନିନ୍ଦା କରିବା ପାଇଁ ଯେତେ କଠୋର ଶବ୍ଦ ପ୍ରୟୋଗ କଲେ ମଧ୍ୟ ତାହା ଯଥେଷ୍ଟ ହେବ ନାହିଁ ବୋଲି ବିଜେଡି ଦଳ ପ୍ରକାଶ କରିଛି । ଏହି ଘଟଣା ଆବାସିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରୀମାନଙ୍କ ସୁରକ୍ଷା, ନିରାପତ୍ତା ଓ କଲ୍ୟାଣକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ “ବେଟି ବଚାଓ, ବେଟି ପଢ଼ାଓ’ ସ୍ଲୋଗାନର ବାସ୍ତବତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି । ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବାରମ୍ୱାର ହିଂସା, ନିର୍ଯାତନା ଓ ଚରମ ଅବହେଳାର ଘଟଣା ସାମ୍ନାକୁ ଆସୁଥିବା ବେଳେ ଏହି ସ୍ଲୋଗାନର ମୂଲ୍ୟବୋଧ ଅର୍ଥହୀନ ହୋଇପଡ଼ିଛି ବୋଲି ଦଳ ମତବ୍ୟକ୍ତ କରିଛି । ଘଟଣାକ୍ରମେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ପ୍ରାୟ ୭ ମାସ ଧରି ଗର୍ଭବତୀ ଥିବା ସତ୍ତ୍ୱେ ବିଦ୍ୟାଳୟ କର୍ତ୍ତୃପକ୍ଷ କିପରି ଏହା ଜାଣିପାରିଲେ ନାହିଁ, ତାହାକୁ ନେଇ ବିଜେଡି ଗଭୀର ଉଦବେଗ ପ୍ରକାଶ କରିଛି । ଏହା ଆନୁଷ୍ଠାନିକ ତଦାରଖ, ନିରୀକ୍ଷଣ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ତ୍ରୁଟି ଥିବାର ପ୍ରମାଣ ଦେଉଛି ।

Mayurbhanj BJD demand : ମୟୂରଭଞ୍ଜର ଆବାସିକ ବିଦ୍ୟାଳୟରେ ନାବାଳିକା ଛାତ୍ରୀଙ୍କ ଗର୍ଭଧାରଣ ଓ ସନ୍ତାନ ପ୍ରସବ ଘଟଣାର ନ୍ୟାୟିକ ତଦନ୍ତ ଦାବି କଲା ବିଜେଡି – ସମୀକ୍ଷା

ନବଜାତ ଶିଶୁଟିର ଉପଯୁକ୍ତ ଯତ୍ନ, ଚିକିତ୍ସା ସେବା ଓ ଆବଶ୍ୟକ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ କରାଯାଇଥିବା ନେଇ ଆସିଥିବା ଖବରକୁ ନେଇ ମଧ୍ୟ ଦଳ ଗଭୀର ଉଦବେଗ ପ୍ରକାଶ କରିଛି । ଛାତ୍ରୀ ଜଣକ କେଉଁ ପରିସ୍ଥିତିରେ ଗର୍ଭବତୀ ହେଲେ ଏବଂ ଶିଶୁର ଅଧିକାର ଓ ମର୍ଯ୍ୟାଦାର ଏହି ଗୁରୁତର ଉଲ୍ଲଂଘନ ପାଇଁ କେଉଁମାନେ ଦାୟୀ, ତାହା ନିର୍ଦ୍ଧାରଣ କରିବାକୁ ବିଜେଡି ସମଗ୍ର ଘଟଣାର ତୁରନ୍ତ ନ୍ୟାୟିକ ତଦନ୍ତ ଦାବି କରିଛି । ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବା, ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଛାତ୍ରୀ ଓ ତାଙ୍କ ନବଜାତ ଶିଶୁକୁ ପର୍ଯ୍ୟାପ୍ତ ଚିକିତ୍ସା ସେବା, ସୁରକ୍ଷା, ପରାମର୍ଶ ଓ ଥଇଥାନ ବ୍ୟବସ୍ଥା ଯୋଗାଇଦେବାକୁ ବିଜେଡି ଦାବି କରିଛି । ଠିକ୍ ସମୟରେ ଛାତ୍ରୀଙ୍କ ଗର୍ଭଧାରଣ ସମ୍ପର୍କରେ ଜାଣିବା ଓ ତାଙ୍କ ସୁରକ୍ଷା ତଥା ସୁସ୍ଥତା ନିଶ୍ଚିତ କରିବାରେ ବିଫଳ ହୋଇଥିବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉତ୍ତରଦାୟିତ୍ୱ ମଧ୍ୟ ନିର୍ଦ୍ଧାରଣ କରିବାକୁ ଦଳ ଦାବି କରିଛି । ଏନେଇ ଗୁରୁବାର ବିଜେଡିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ପ୍ରତିନିଧି ଦଳରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ପୂର୍ବତନ ବଡ଼ସାହି ବିଧାୟକ ଗଣେଶ୍ବର ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱନାଥ ହେମ୍ବ୍ରମ, ଧାନୀ କିସ୍କୁ, ସନ୍ତୋଷ ଜେନା, ଜ୍ୟୋତିକାନ୍ତ ସାମଲ, ସୁଶାନ୍ତ ବଳା, ରାଜୀବ ଲୋଚନ ସେନାପତି, ଚିତେଶ୍ୱର ବେହେରା ପ୍ରମୁଖ ସାମିଲ ଥିଲେ । ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରିବା ସହ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିନିଧି ଦଳ ଦାବି କରିଥିଲା । ଆସନ୍ତାକାଲି ସୁଦ୍ଧା ସରକାରଙ୍କ ପକ୍ଷରୁ ଠୋସ୍ ଓ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାନଗଲେ ବିଜେଡି ସରକାରଙ୍କ ବିରୋଧରେ ଗଣତାନ୍ତ୍ରିକ ଆନ୍ଦୋଳନ ଆରମ୍ଭ କରିବ ବୋଲି ଚେତାବନୀ ଦେଇଛି । ଅପରପକ୍ଷରେ ପ୍ରଶାସନ ପକ୍ଷରୁ ଏକ ତଦନ୍ତକାରୀ ଦଳ ମଧ୍ୟ ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି । ଅନ୍ୟପକ୍ଷେ ଏଭଳି ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କାରାଯାଉଛି ।

Mayurbhanj BJD demand : ମୟୂରଭଞ୍ଜର ଆବାସିକ ବିଦ୍ୟାଳୟରେ ନାବାଳିକା ଛାତ୍ରୀଙ୍କ ଗର୍ଭଧାରଣ ଓ ସନ୍ତାନ ପ୍ରସବ ଘଟଣାର ନ୍ୟାୟିକ ତଦନ୍ତ ଦାବି କଲା ବିଜେଡି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Cleanliness & Awareness Campaign: କେନ୍ଦ୍ରାପଡ଼ାର ଶାନ୍ତସାହିଠାରେ ସ୍ୱଚ୍ଛତା ଓ ସଚେତନତା ଅଭିଯାନ