ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୬ ମିନିଟ ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୧୬ ମିନିଟ ପୂର୍ବେKashipur llegal sale of foreign liquor: କାଶୀପୁର-ବିଏର ପାର୍ଲର ନାଁରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ! ୩୯ ମିନିଟ ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୫୬ ମିନିଟ ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୧ ଘଣ୍ଟା ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୧ ଘଣ୍ଟା ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୧ ଘଣ୍ଟା ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୧ ଘଣ୍ଟା ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ୧ ଘଣ୍ଟା ପୂର୍ବେPatana Launch of Firefighting Vehicle: ପାଟଣା ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେPatna MLA reaches disabled elderly couple: ଅସହାୟ ଭିନ୍ନକ୍ଷମ ବୃଦ୍ଧ ଦମ୍ପତିଙ୍କ ନିକଟରେ ପହଞ୍ଚିଲେ ପାଟଣା ବିଧାୟକ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା ବରଗଡ଼ କେନ୍ଦୁଝର ନୂଆପଡ଼ା

ଆବାସିକ ବିଦ୍ୟାଳୟରେ ଛାତ୍ରୀ ପ୍ରସବ ଘଟଣା: ନବଜାତକ ମୃତ ଓ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ଆବାସିକ ବିଦ୍ୟାଳୟରେ ଛାତ୍ରୀ ପ୍ରସବ ଘଟଣା: ନବଜାତକ ମୃତ ଓ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୬/୧୧/୨୬ – ମୟୂରଭଞ୍ଜ ଜିଲ୍ଲାର ଏକ ଆବାସିକ ବିଦ୍ୟାଳୟର (କେଜିଭିବି) ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣା ନେଇ ଗତକାଲି ସରକାରଙ୍କ ପକ୍ଷରୁ ଠୋସ୍ ଓ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାନଗଲେ ସରକାରଙ୍କ ବିରୋଧରେ ଗଣତାନ୍ତ୍ରିକ ଆନ୍ଦୋଳନ ଆରମ୍ଭ କରିବ ବୋଲି ବିଜେଡି ଚେତାବନୀ ଦେଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ନବଜାତକର ମୃତ୍ୟୁ ନେଇ ପୁଣି ନ୍ୟାୟିକ ତଦନ୍ତ ଦାବି କରିଛି ବିଜେଡି । ଜଣେ ନାବାଳିକା ଛାତ୍ରୀ ଦୀର୍ଘ ମାସ ଧରି ଗର୍ଭବତୀ ଥିବା ସତ୍ତ୍ୱେ କର୍ତ୍ତୃପକ୍ଷ ଜାଣି ନ ପାରିବା ଆବାସିକ ବିଦ୍ୟାଳୟର ତଦାରଖ ଓ ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି ବୋଲି ଦଳ ଅଭିଯୋଗ କରିଛି । ତେବେ ଉକ୍ତ ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଜଣାପଡିଛି । ଛାତ୍ରୀମାନଙ୍କ ସୁରକ୍ଷା ଓ ଦାୟିତ୍ୱରେ ଚରମ ଅବହେଳା ଅଭିଯୋଗ ନେଇ ସମ୍ପୃକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନମିତା ମାଝୀଙ୍କୁ ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ବିଧି (ସିସିଏ) ନିୟମାବଳୀ ଆଧାରରେ ବ୍ଲକ ଶିକ୍ଷାଧିକାରୀ ତୁରନ୍ତ ଚାକିରିରୁ ନିଲମ୍ବନ କରିଛନ୍ତି । ବିଜେଡି ପକ୍ଷରୁ ଏକ ପ୍ରତିନିଧି ଦଳ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ସମ୍ପୃକ୍ତ କାର୍ଯ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି । ଘଟଣାକୁ ନେଇ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ଆବାସିକ ବିଦ୍ୟାଳୟରେ ଛାତ୍ରୀ ପ୍ରସବ ଘଟଣା: ନବଜାତକ ମୃତ ଓ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର PM USHA Cyber ​​Security: ପିଏମ୍ ଉଷା ପକ୍ଷରୁ ସାଇବର ସୁରକ୍ଷା ଏକ ଦିବସୀୟ ଅଲୋଚନା ଚକ୍ର