ଅଜିତ ପଣ୍ଡା /ଗଞ୍ଜାମ ସାମ୍ବାଦିକ /ସମୀକ୍ଷା ନ୍ୟୁଜ:
ଶେରଗଡ ୧୧/୧୧ ଶେରଗଡ ଷ୍ଟାର-୧୧ ଆନୁକୂଲ୍ୟରେ ଆସନ୍ତା ୨୦ ତାରିଖ ଦିନ ଶେରଗଡ ଠାରେ ଅନୁଷ୍ଠିତ ହେବାକୁ ଥିବା ଶେରଗଡ ପ୍ରିମିୟର ଲିଗ ର ଦ୍ଵିତୀୟ ସଂସ୍କରଣ ଲାଗି ଆଜି ଶେରଗଡ ପଞ୍ଚାୟତ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଖେଳାଳି ନିଲାମୀ ଶିବିର ଅନୁଷ୍ଠିତ ହୋଇଛି। ଶେରଗଡ ବ୍ଲକର ୧୨୦ ଜଣ ଖେଳାଳି ଏହି ନିଲାମୀ ଶିବିରରେ ଅଂଶଗ୍ରହଣ କରିଥିଲେ। ଏହି ଶେରଗଡ ପ୍ରିମିୟର ଲିଗ ରେ ୭ ଟି ଦଳ ଅଂଶଗ୍ରହଣ କରିଥିଲେ। ଏହି ୭ ଟି ଦଳ ହେଲେ ଗ୍ଲୋରିୟର୍ସ ଷ୍ଟ୍ରାଈକର, ମହାଦେବ-୧୧,ମା ଭୈରବୀ ଗ୍ରୁପ ,ମାଭେରିକ ଟାଈଟନ, ଚାଲେଞ୍ଜରସ, ବିଷ୍ଟ-୧୧, ରୟାଲ ଷ୍ଟାର ଏହି ନିଲାମୀ ସମୟରେ ଦଳର ମାଲିକ ଏବଂ ଅଧିନାୟକ ଉପସ୍ଥିତ ରହି ଖେଳାଳି ଙ୍କୁ ନିଜ ଦଳରେ ସାମିଲ କରିଥିଲେ। ଆସନ୍ତା ୨୦ ତାରିଖରୁ ଏହି ପ୍ରିମିୟର ଲିଗ ର ଉଦଘାଟନ ହେବ। ଦୀର୍ଘ ୧୧ ଦିନ ଧରି ଶେରଗଡ ମିନି ଷ୍ଟାଡିୟମରେ ଏହି କ୍ରିକେଟ ମହାକୁମ୍ଭ ଚାଲିବ। ଗତବର୍ଷ ତୁଳନାରେ ଚଳିତ ବର୍ଷ ଏହି ଟୁର୍ଣାମେଣ୍ଟ କୁ ଆହୁରି ଆକର୍ଷଣୀୟ କରିବା ଲାଗି ଷ୍ଟାର-୧୧ କ୍ରିକେଟ କ୍ଲବ ର ସଭାପତି ଜଗନ୍ନାଥ ଗୌଡ, ସମ୍ପାଦକ କାଳିଆ ମହାରଣା ଙ୍କ ସହ ଷ୍ଟାର-୧୧ ଦଳର ବରିଷ୍ଠ ସଦସ୍ୟ ଦେବାଶିଷ ସାହୁ, ଅଭି ମହାରଣା, ବନବାସ ବେହେରା,ଦିପୁନ ରାଉତ,କୃଷ୍ଣ ଗୌଡ(ଏଣ୍ଡା),ବିଶ୍ବଜିତ ମହାରଣା ଙ୍କ ସହ ଷ୍ଟାର-୧୧ ଦଳର ସମସ୍ତ ସଦସ୍ୟ ନିଲାମୀ ଶିବିର କୁ ପରିଚାଳନା କରିଛନ୍ତି।






