ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୨୩ ମିନିଟ ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୪୦ ମିନିଟ ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୫୬ ମିନିଟ ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୧ ଘଣ୍ଟା ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୧ ଘଣ୍ଟା ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୧ ଘଣ୍ଟା ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ୧ ଘଣ୍ଟା ପୂର୍ବେPatana Launch of Firefighting Vehicle: ପାଟଣା ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେPatna MLA reaches disabled elderly couple: ଅସହାୟ ଭିନ୍ନକ୍ଷମ ବୃଦ୍ଧ ଦମ୍ପତିଙ୍କ ନିକଟରେ ପହଞ୍ଚିଲେ ପାଟଣା ବିଧାୟକ ୧ ଘଣ୍ଟା ପୂର୍ବେ‘Kanjipani’ tradition returns: ପୁଣି ଫେରିଲା ଶ୍ୟାମବାବାଙ୍କ ‘କାଞ୍ଜିପାଣି’ ପରମ୍ପରା ୨ ଘଣ୍ଟା ପୂର୍ବେNagabali development has not reached the other side: ନାଗାବଳୀ ଆରପାରିରେ ବିକାଶ ନପହଞ୍ଚାଇବା ଦୁଃଖ ଦାୟକ!
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା ନୂଆପଡ଼ା ବରଗଡ଼ କେନ୍ଦୁଝର

Revenue Field Officers’ Association Conference: ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ସମ୍ମିଳନୀ କ୍ୟାଡର ପୁନର୍ଗଠନ ସହ ପଦୋନ୍ନତି ଦାବି

Revenue Field Officers’ Association Conference: ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ସମ୍ମିଳନୀ କ୍ୟାଡର ପୁନର୍ଗଠନ ସହ ପଦୋନ୍ନତି ଦାବି – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବାରିପଦା, ୧୪/୧୧/୨୬ – ରାଜସ୍ୱ ବିଭାଗର ତୃଣମୂଳ ସ୍ତରରେ କାର୍ଯ୍ୟରତ କର୍ମଚାରୀଙ୍କ ସମସ୍ୟାର ସମାଧାନ ସହ କ୍ୟାଡର ପୁନର୍ଗଠନ ଓ ପଦୋନ୍ନତି ଦାବି ନେଇ ମୟୂରଭଞ୍ଜ ଜିଲ୍ଲା ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ସାଧାରଣ ସମ୍ମିଳନୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବାରିପଦା ସ୍ଥିତ ପ୍ରୟାସ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ସମସ୍ତ ସଦସ୍ୟଙ୍କ ସହ ରାଜ୍ୟର ପ୍ରାୟ ୩୦ଟି ଜିଲ୍ଲାରୁ ସଂଘର ପ୍ରତିନିଧି ଓ କର୍ମକର୍ତ୍ତା ଯୋଗଦେଇ ବିଭିନ୍ନ ସମସ୍ୟା ଓ ଦାବି ଉପରେ ଆଲୋଚନା କରିଥିଲେ ।
ରାଜସ୍ୱ ବିଭାଗର ମୁଖ୍ୟ ଆଧାର ହେଉଛନ୍ତି ଆରଆଇ, ଏଆରଆଇ ଓ ସୁପରଭାଇଜର । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି କର୍ମଚାରୀମାନେ ଦିନରାତି ଏକ କରି କ୍ଷୟକ୍ଷତି ଆକଳନ, ପଲିଥିନ ବଣ୍ଟନ ସହ ଜନସାଧାରଣଙ୍କୁ ସେବା ଯୋଗାଇଥାନ୍ତି ।

Revenue Field Officers’ Association Conference: ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ସମ୍ମିଳନୀ କ୍ୟାଡର ପୁନର୍ଗଠନ ସହ ପଦୋନ୍ନତି ଦାବି – ସମୀକ୍ଷା

ମାତ୍ର ସେମାନଙ୍କ ଅବଦାନ ସତ୍ତ୍ୱେ ବିଭିନ୍ନ ସମୟରେ ଅଯଥା ସମାଲୋଚନାର ଶିକାର ହେବାକୁ ପଡୁଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ସେହିପରି ଅନ୍ୟ ବିଭାଗରେ ନିୟମିତ କ୍ୟାଡର ପୁନର୍ଗଠନ ହେଉଥିବା ବେଳେ ରାଜସ୍ୱ କ୍ଷେତ୍ର ଅଧିକାରୀଙ୍କ କ୍ଷେତ୍ରରେ ଏହା ହେଉନଥିବାରୁ ପଦୋନ୍ନତି ସମସ୍ୟା ଦେଖାଦେଇଛି । ବହୁ କର୍ମଚାରୀ ଦୀର୍ଘ ବର୍ଷ ଧରି ଗୋଟିଏ ପଦବୀରେ ରହିଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଓ ନୈରାଶ୍ୟ ବଢୁଛି। ତେଣୁ ତୁରନ୍ତ କ୍ୟାଡର ପୁନର୍ଗଠନ କରି ଉପର ପଦବୀକୁ ପଦୋନ୍ନତିର ସୁଯୋଗ ସୃଷ୍ଟି କରିବାକୁ ସରକାରଙ୍କ ନିକଟରେ ଦାବି ହୋଇଛି ।
ଅନ୍ୟପକ୍ଷରେ ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ମାମଲାରେ ନିଆଯାଉଥିବା ଆଇନଗତ ପଦକ୍ଷେପକୁ ସଂଘ ସ୍ୱାଗତ କରିଥିବା ବେଳେ କିଛି ବ୍ୟକ୍ତିଙ୍କ ଭୁଲ ପାଇଁ ସମଗ୍ର ଆରଆଇ କ୍ୟାଡରକୁ ଦୋଷୀ ଭାବେ ଚିତ୍ରଣ ନକରିବାକୁ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ଜିଲ୍ଲା ସଭାପତି ପଙ୍କଜ କୁମାର ନାଥ, ସମ୍ପାଦକ ବିଭିଷଣ ସାହୁ ପ୍ରମୁଖ ଅନୁରୋଧ କରିଛି । ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୋଗଦେଇଥିବା ପ୍ରତିନିଧିମାନେ ଏକଜୁଟ ହୋଇ କର୍ମଚାରୀଙ୍କ ନ୍ୟାୟୋଚିତ ଦାବି ସରକାରଙ୍କ ନିକଟରେ ଉପସ୍ଥାପନ ସହ ସମସ୍ୟାର ସମାଧାନ ପାଇଁ ଆଗାମୀ ଦିନରେ ଉଦ୍ୟମ ଜାରି ରଖିବାକୁ ସଂକଳ୍ପ ନେଇଥିଲେ ।

Revenue Field Officers’ Association Conference: ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ସମ୍ମିଳନୀ କ୍ୟାଡର ପୁନର୍ଗଠନ ସହ ପଦୋନ୍ନତି ଦାବି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Off-road motor sports competition in Baripada: ବାରିପଦାରେ ଅଫରୋଡ ମୋଟର ସ୍ପୋର୍ଟସ ପ୍ରତିଯୋଗିତା ବିଭିନ୍ନ ରାଜ୍ୟରୁ ସାମିଲ ହେଲେ ପ୍ରତିଯୋଗୀ