ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୧୦ ମିନିଟ ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୨୮ ମିନିଟ ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୪୪ ମିନିଟ ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୫୪ ମିନିଟ ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୧ ଘଣ୍ଟା ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୧ ଘଣ୍ଟା ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ୧ ଘଣ୍ଟା ପୂର୍ବେPatana Launch of Firefighting Vehicle: ପାଟଣା ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେPatna MLA reaches disabled elderly couple: ଅସହାୟ ଭିନ୍ନକ୍ଷମ ବୃଦ୍ଧ ଦମ୍ପତିଙ୍କ ନିକଟରେ ପହଞ୍ଚିଲେ ପାଟଣା ବିଧାୟକ ୧ ଘଣ୍ଟା ପୂର୍ବେ‘Kanjipani’ tradition returns: ପୁଣି ଫେରିଲା ଶ୍ୟାମବାବାଙ୍କ ‘କାଞ୍ଜିପାଣି’ ପରମ୍ପରା ୨ ଘଣ୍ଟା ପୂର୍ବେNagabali development has not reached the other side: ନାଗାବଳୀ ଆରପାରିରେ ବିକାଶ ନପହଞ୍ଚାଇବା ଦୁଃଖ ଦାୟକ!
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା ନୂଆପଡ଼ା ବରଗଡ଼ କେନ୍ଦୁଝର

Sheragada Panchuka: ଶେରଗଡ,ପଞ୍ଚୁକରେ ଚଳଚଞ୍ଚଳ ଦେବାଳୟ

Sheragada Panchuka: ଶେରଗଡ,ପଞ୍ଚୁକରେ ଚଳଚଞ୍ଚଳ ଦେବାଳୟ – ସମୀକ୍ଷା ଖବର

ଅଜିତ ପଣ୍ଡା /ଗଞ୍ଜାମ ସାମ୍ବାଦିକ /ସମୀକ୍ଷା ନ୍ୟୁଜ:

ଶେରଗଡ ୨୧/୧୧ ଧର୍ମର ମାସ କାର୍ତ୍ତିକ। ଏକାଦଶୀ ରୁ ପଞ୍ଚୁକ ପର୍ବ ଆରମ୍ଭ ହେଉଛି। ପୂର୍ଣ୍ଣିମା ତିଥିରେ ପଞ୍ଚୁକ ପର୍ବ ସମାପନ ହେବ। ଚଳିତ ବର୍ଷ ୪ ଦିନ ପଞ୍ଚୁକ ପାଳନ ହେଉଛି। ଧର୍ମ ପରାୟମ ପୁରୁଷ ଏବଂ ମହିଳା ଈଶ୍ୱର କୃପା ଲାଭ କରିବା ଲାଗି ପଞ୍ଚୁକ ପାଳନ କରିଥାନ୍ତି। ପାଞ୍ଚ ଦିନ ମହିଳା ମାନେ ରୀତିନୀତି ଅନୁଯାୟୀ ପାଳନ କରିଥାନ୍ତି। ଏହି ଅବସରରେ ଶେରଗଡ ସହର ରେ ଥିବା ଶୈବ ପୀଠ ସହିତ ବିଭିନ୍ନ ଦେବାଳୟ ସମେତ ଆଖପାଖ ରେ ଥିବା ବିଭିନ୍ନ ଦେବାଳୟ ରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଶେରଗଡ ଦେଇ ପ୍ରବାହିତ ହୋଈଥିବା ନନ୍ଦିନୀ ନଦୀରେ ପ୍ରତ୍ୟୁଷରୁ ସ୍ନାନ କରି ବିଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗ ର ମୁରୁଜ ପକାଇ ବୃନ୍ଦାବତୀ ଙ୍କୁ ସ୍ଥାପନ କରି ପଞ୍ଚୁକ ବ୍ରତଧାରୀ ମାନେ ପୂଜାର୍ଚ୍ଚନା କରିଥାନ୍ତି। ମୁରୁଜ ରେ ତିଆରି ବିଭିନ୍ନ ଦେବାଦେବୀ ଙ୍କ ଚିତ୍ର ବେଶ ଚିତାକର୍ଷକ ହୋଇଛି। ଧୂପ, ଦୀପ,ଗଜାମୁଗ,ଉଖୁଡା, ବିଭିନ୍ନ ପ୍ରକାର ଫଳ ଭୋଗ କରି ପୂଜା କରିଥାନ୍ତି। ସାହିବସ୍ତି ରେ ଥିବା ବିଭିନ୍ନ ଧାର୍ମିକ ଅନୁଷ୍ଠାନ ପକ୍ଷରୁ ହେଉଥିବା ସଂକୀର୍ତ୍ତନ ବେଶ ହୃଦୟସ୍ପର୍ଶୀ ହେଉଛି। ଢୋଲ, ମୃଦଙ୍ଗ, ଗିନି,ଖଞ୍ଜଣୀ,ଶଙ୍ଖ ନାଦ ରେ ସଂକୀର୍ତ୍ତନ ମଣ୍ଡଳୀ ଗ୍ରାମ ସାସି ପରିକ୍ରମା କରିବା ସହିତ ବିଭିନ୍ନ ଦେବାଳୟ ର ବେଢା ପରିକ୍ରମା କରିଥାନ୍ତି। ଶେରଗଡ ସହର ମଧ୍ୟରେ ଥିବା ଶେରଗଡ ର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ, ପ୍ରଭୁ ବୁଦ୍ଧେଶ୍ବର ପୀଠରେ ଶ୍ରଦ୍ଧାଳୁ ଙ୍କ ଭିଡ ଦେଖାଦେଇଛି। ଶ୍ରଦ୍ଧାଳୁ ଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ମନ୍ଦିର କମିଟି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଈଥିବା ଜଣାପଡିଛି।

Sheragada Panchuka: ଶେରଗଡ,ପଞ୍ଚୁକରେ ଚଳଚଞ୍ଚଳ ଦେବାଳୟ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର The residents of the shelter returned home: ଅଶ୍ରୁଳ ନୟନରେ ଘରକୁ ଫେରିଲେ ଆଶ୍ରୟ ସ୍ଥଳୀର ଅନ୍ତେବାସୀ