ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୭ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୭ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୭ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୭ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୭ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୭ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୭ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୮ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୮ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୮ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

ଦିନ ଦୁଇଟା ପର୍ଯ୍ୟନ୍ତ ଜିଲ୍ଲାପାଳ ଙ୍କ ଅଫିସ୍ ଘେରାଉ କଲେ କୃଷକ ସଂଙ୍ଗଠନ

ଦିନ ଦୁଇଟା ପର୍ଯ୍ୟନ୍ତ ଜିଲ୍ଲାପାଳ ଙ୍କ ଅଫିସ୍ ଘେରାଉ କଲେ କୃଷକ ସଂଙ୍ଗଠନ – ସମୀକ୍ଷା ଖବର

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:

ବରଗଡ଼,୨୮। ୧୦ ସଂଯୁକ୍ତ କୃଷକ ସଙ୍ଗଠନ ତରଫରୁ ଜିଲ୍ଲାପାଳଙ୍କୁ ବିଭିନ୍ନ ପ୍ରସଙ୍ଗରେ ଦାବିପତ୍ର ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ଅଫିସକୁ ଆସୁଥିବା ବେଳେ ପୋଲିସ ଅଟକାଇ ଦେବା କାରଣରୁ ଉତେଜନା ଏବଂ ପୋଲିସ ସହିତ ଧସ୍ତାଧସ୍ତି ପରିସ୍ଥିତି ଦେହିବାକୁ ମିଳିଥିଲା। ସଂଗଠନର କର୍ମୀମାନେ ତାଙ୍କ ଜିତରେ ଅଟଳ ରହି ଅଫିସ ଭିତରକୁ ପଶିବା ପାଇଁ ବାରମ୍ବାର ଚେଷ୍ଟା କରୁଥିଲେ ହେଲେ ପୋଲିସ ସେମାନଙ୍କୁ ନ ଛାଡିବାରୁ ତିନୋଟି ଗେଟ ସମ୍ମୁଖରେ ଚାଷୀମାନେ ଧାରଣାରେ ବସିଯାଇଥିଲେ ଏବଂ ନାରାବାଜି କରିଥିଲେ। ଯାହା ଅଫିସର ତିନୋଟି ଗେଟ ତିନୋଟିରେ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୋଟିଏ ପଟେ ବାଇଗଣର ଅଭାବୀ ବିକ୍ରି ପାଇଁ ବାଇଗଣ ରଖି ଧାରଣା ତ ଅନ୍ୟ ପଟେ କେନାଲ ପାଣି ଓ ଗେଟ ସମ୍ମୁଖରେ ମଲା ଧାନ ଗଛ ରଖି ବୋରିଂରେ ଲାଇନ ସଂଯୋଗ କରାଯିବା ଦାବୀ ନେଇ ବସିଥିଲେ। କିନ୍ତୁ କିଛି କର୍ମୀମାନେ ଭିତରକୁ ପଶିଯାଇ ଧାରଣା ରେ ବସିଥିଲେ। ଏଠାରେ ପ୍ରକାଶ ଥାଉକି କେନାଲ ପାଣି ଖରିଫ ଏବଂ ରବି ଋତୁ ପାଇଁ ୧୪୦ ଦିନ ନିରବ ଛିନ୍ନ ପାଣି ଧାର୍ଯ୍ୟ ହୋଇଥିଲେ ମଧ୍ୟ ମନଇଛା ପାଣି ବନ୍ଦ କରିଦେବା ଏବଂ ୨୩ ଅକ୍ଟୋବରରେ କେନାଲ ବନ୍ଦର ନୋଟିସ ପାଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ କେନାଲ ବିଭାଗର ଅଧିକାରୀ ଆସି ଜଳ ଯୋଗାଣ ବନ୍ଦ କରାଯିବ ନାହିଁ କି କାହାରୀ ଧାନ ମାରିବାକୁ ଦିଆ ଯିବ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି ଠିକ ସେହିପରି ବିଜୁ କୃଷକ କଲ୍ୟାଣ ଯୋଜନାରେ ହଜାର ହଜାର ବୋରିଂ ବରଗଡ଼ ଜିଲ୍ଲାରେ ଖୋଲା ହୋଇଅଛି ଏବଂ ଅନେକାଂଶ ବୋରିଂ ଠିକଠାକ ଚାଲୁଥିବା ବେଳେ କିଛି ବୋରିଂ ୨୦୨୨ ମସିହାରୁ ଖୋଲା ହୋଇଥିଲେ ମଧ୍ୟ ଲାଇନ ସଂଯୋଗ ହୋଇ ନାହିଁ।

ଦିନ ଦୁଇଟା ପର୍ଯ୍ୟନ୍ତ ଜିଲ୍ଲାପାଳ ଙ୍କ ଅଫିସ୍ ଘେରାଉ କଲେ କୃଷକ ସଂଙ୍ଗଠନ – ସମୀକ୍ଷା

ଚଳିତ ବର୍ଷ ବର୍ଷା ଅଭାବରୁ ଧାନ ଚାଷ ମରିବାକୁ ବସିଲାଣି ଲାଇନ ସଂଯୋଗ ହୋଇଗଲେ ଧାନ ଚାଷ ବଞ୍ଚିଯିବ ଆଶାରେ ବାରମ୍ବାର ଚାଷୀମାନେ ଅଫିସ ଅଫିସ ଦୌଡୁଛନ୍ତି ଲାଭନାହିଁ। ଆଜି ଜିଲ୍ଲାପାଳଙ୍କ ଦାବିପତ୍ର ଦେବା ପାଇଁ ଆସିଥିଲେ ହେଲେ ପୋଲିସ ସେମାନଙ୍କୁ ମଧ୍ୟ ଭିତରକୁ ଛାଡିଲାନାହିଁ। ଧାରଣାରେ ବସିବା ପରେ ଓ ଏଲ ଆଇ ସି ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁ ଏବଂ ଇଲେକ୍ଟ୍ରି କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୁଜିତ ବେହେରା ଆସି ଦୀର୍ଘ ସମୟ ଆଲୋଚନା ପରେ କାଲି ଠାରୁ ଶ୍ରୀଗୀଡା ଗ୍ରାମର ୯ ଟି କ୍ଲଜଷ୍ଟୋର ୪୮ ଗୋଟି ବୋରିଂରେ ଲାଇନ ସଂଯୋଗ କରାଯିବାର ପ୍ରତିଶୃତି ପରେ ଆନ୍ଦୋଳନରୁ ଚାଷୀମାନେ ଉଠିଥିଲେ। ବାଇଗଣ ଚାଷୀମାନେ ଅଭିନଵ ଭାବରେ ତାଙ୍କର ପ୍ରତିବାଦ ଜାରୀ ରଖିଥିଲେ ପ୍ରଥମେ ବାଇଗଣ ରଖି ଧାରଣା ପରେ ସେହି ବାଇଗଣ ବିଭିନ୍ନ ଅଫିସର ମାନଙ୍କୁ ମାଗଣା ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ଉତ୍ପନ୍ନ ଭୋଇ,ରମେଶ ମହାପାତ୍ର, ସୁଦାମ ପାତ୍ର, କାରଣ ସାହୁ, ତପନ ମିଶ୍ର, ଟେକରାଜ ପଧାନ, ଗୋପଳ ପଧାନ, ଭିଜନ ପାଢ଼ୀ, ନିରଞ୍ଜନ ପଧାନ, ପୂର୍ଣ୍ଣ ସାହୁ, ସୁରେଶ ନିକେଣ୍ଟି, କିଶୋର ସାହୁ, ରବିଶଙ୍କର ପଧାନ, ଶ୍ରୀଗୀଡାର ବୋରିଂ ଚାଷୀ ବିକାଶ ବାରିକ,ଦୟାନିଧି ସାହୁ, ପଦ୍ମଲୋଚନ ସାହୁ, ମାର୍କଣ୍ଢ ପଧାନ, ଦିଗପାଳ ସାହୁ, ରୋହିତ ମିଶ୍ର ଏବଂ ବାଇଗଣ ଚାଷୀ ତେଜରାଜ ସା, ବୁଦ୍ଧ ବାରିକ, ପଳାନ୍ତୁ ପାତ୍ର, ରୁପେଶ ପାତ୍ର ଏବଂ ଯୁଗଳ ପାତ୍ରଙ୍କ ସମେତ ଶହଶହ ଚାଷୀ ଆସିଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର କଠଉମାଲ ବଜାରଠାରେ ମା’ ପାଟଖଣ୍ଡା ପାଟମେଶ୍ରୀଙ୍କ ପ୍ରସିଦ୍ଧ ‘ବଇଲ ଯାତ୍ରା’ ଅନୁଷ୍ଠିତ