ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
୪ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୪ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୪ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୪ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୪ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୪ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୫ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୫ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୫ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୫ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

ଅର୍ଣ୍ଣବ ମାଡ଼ରେ ମକା ଚାଷ ଛାରଖାର, କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଚାଷୀ

ଅର୍ଣ୍ଣବ ମାଡ଼ରେ ମକା ଚାଷ ଛାରଖାର, କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଚାଷୀ – ସମୀକ୍ଷା ଖବର

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:

ବରଗଡ଼,୩୧।୧୦: ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ମକା ଚାଷ ନଷ୍ଟ ହେବାରୁ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଚାଷୀ। ବରଗଡ଼ ଜିଲ୍ଲା ଚକରକେନ୍ଦ ଗ୍ରାମ ପଞ୍ଚାୟତର ବୁଦ୍ଧିଆପାଲି ଗ୍ରାମର ଶତାଧିକ ମକା ଚାଷୀ ଶୁକ୍ରବାର ନଷ୍ଟ ହୋଇଥିବା ମକାଗଛ ଧରି ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ କ୍ଷୟକ୍ଷତି ଆକଳନ ସହ ଉଚିତ କ୍ଷତିପୂରଣ ପ୍ରଦାନ ପାଇଁ ଦାବିପତ୍ର ଦେଇଥିଲେ।ସୂଚନା ଅନୁଯାୟୀ, ବୁଦ୍ଧିଆପାଲି ଗ୍ରାମରେ ପ୍ରାୟ ୫୦ରୁ ୬୦ ଏକର ଜମିରେ ମକା ଚାଷ ହୋଇଥିଲା। ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ପ୍ରବଳ ପବନ ଯୋଗୁଁ ମକାଗଛଗୁଡ଼ିକ ଭାଙ୍ଗି ଭୂମିରେ ଲୋଟି ପଡ଼ିଛି। ମକାରେ ଫଳ ଧରିବା ସମୟରେ ଏଭଳି କ୍ଷତି ହୋଇଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ମକା ଗଛ ଭୂମିରେ ପଡ଼ିଯିବା ଫଳରେ ପରାଗସଙ୍ଗମ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସହ ଦାନାର ବିକାଶ ଓ ଉତ୍ପାଦନ ହ୍ରାସ ପାଇବା ଆଶଙ୍କା ରହିଛି। ଫଳରେ ଚାଷୀମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେବା ନିଶ୍ଚିତ ହୋଇଛି।ପ୍ରକାଶ ଥାଉକି, ଅର୍ଣ୍ଣବ ବାତ୍ୟା ପ୍ରଭାବରେ ବରଗଡ଼ ଜିଲ୍ଲାର ଧାନ ସମେତ ଅଣଧାନ ଫସଲ ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।

ଅର୍ଣ୍ଣବ ମାଡ଼ରେ ମକା ଚାଷ ଛାରଖାର, କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଚାଷୀ – ସମୀକ୍ଷା

ଜିଲ୍ଲା କୃଷି ବିଭାଗର ତଥ୍ୟ ଅନୁସାରେ, ଜିଲ୍ଲାରେ ପ୍ରାୟ ୨୫ ଶହ ହେକ୍ଟର ଅର୍ଥାତ୍ ୬ ହଜାର ୫ ଶହ ଏକର ଜମିରେ ମକା ଚାଷ ହୋଇଛି। ଏଭଳି ସ୍ଥିତିରେ ମକା ଚାଷୀଙ୍କ କ୍ଷତିର ଉପଯୁକ୍ତ ଆକଳନ କରି ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।ଏହି ଅବସରରେ ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର, ରବିଶଙ୍କର ପ୍ରଧାନ, ସୁରେଶ ନିକେଣ୍ଟି ଏବଂ କୋଶଳ ସେନାର ବୀରବଳ ମହାକୁଡ଼ ଉପସ୍ଥିତ ରହି ଚାଷୀଙ୍କ ଦାବିକୁ ସମର୍ଥନ କରିଥିଲେ। ସେମାନେ କହିଥିଲେ ଯେ, ସରକାର ଯଦି ଚାଷୀଙ୍କୁ ଅଣଧାନ ଫସଲ ଚାଷ ପାଇଁ ଉତ୍ସାହିତ କରୁଛନ୍ତି, ତେବେ ଏଥିପାଇଁ ସ୍ପଷ୍ଟ ମାର୍ଗଦର୍ଶିକା ଓ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ କରିବା ଆବଶ୍ୟକ। ଏଥିରେ ଉତ୍ପାଦନ, ବଜାର ମୂଲ୍ୟ, ନିଶ୍ଚିତ ବଜାର ବ୍ୟବସ୍ଥା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କ୍ଷତିପୂରଣ ବ୍ୟବସ୍ଥା ସ୍ପଷ୍ଟ ରହିବା ଦରକାର। ଏହାଦ୍ୱାରା ଚାଷୀ ଅଣଧାନ ଚାଷ ପ୍ରତି ଆଗ୍ରହୀ ହେବେ ବୋଲି ସେମାନେ ମତ ଦେଇଥିଲେ।ଏଥିରେ ଗ୍ରାମର ବିଶ୍ୱାମିତ୍ର ମେହେର, ଦୟାନିଧି ମେହେର, ଖତୁ ମେହେର, ବିନୋଦ ମେହେର, ଦାଶରଥି ମେହେର, ରାଧାଚରଣ ମେହେର, କୃଷ୍ଣ ମେହେର, ନେତ୍ରାନନ୍ଦ ସାହୁ, ମାଧବ ପ୍ରଧାନଙ୍କ ସମେତ ଶତାଧିକ ଚାଷୀ ସାମିଲ ହୋଇଥିଲେ।ଅନ୍ୟପକ୍ଷରେ ଚାଷୀଙ୍କ ଅଭିଯୋଗ ପରେ ଶୁକ୍ରବାର ସନ୍ଧ୍ୟାରେ ଜିଲ୍ଲା କୃଷି ଅଧିକାରିଣୀ ମମତା ତ୍ରିପାଠୀଙ୍କ ସମେତ ଅନ୍ୟ ଅଧିକାରୀମାନେ ବୁଦ୍ଧିଆପାଲି ଗ୍ରାମର କ୍ଷତିଗ୍ରସ୍ତ ମକା କ୍ଷେତ ପରିଦର୍ଶନ କରିଥିଲେ। କ୍ଷୟକ୍ଷତି ସମ୍ପର୍କରେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ରିପୋର୍ଟ ଦେବାକୁ କୁହାଯାଇଥିବା ଜଣାପଡ଼ିଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ନୀଳାଚ଼ଳ ସେବା ପ୍ରତିଷ୍ଠାନ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ସେବାର ସ୍ୱର୍ଗ