
ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି:
ଚିକିଟି -ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଗଞ୍ଜାମ ଜିଲ୍ଲାରେ ଘଟିଥିବା ପ୍ରଳୟଙ୍କାରୀ ବନ୍ୟା ଅର୍ଣ୍ଣବ୍ ର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ପ୍ରଭାବିତ ଅଞ୍ଚଳ ଗୁଡ଼ିକୁ ବିଜୁ ଜନତା ଦଳର ଏକ ରାଜ୍ୟସ୍ତରୀୟ ତଥ୍ଯ ଅନୁଧ୍ୟାନକାରୀ ଦଳ ପରିଦର୍ଶନରେ ସଦସ୍ୟ ମାନେ ଆସି ଚିକିଟି ନିର୍ବାଚନ ମଣ୍ଡଳୀରେ ପହଞ୍ଚି ବନ୍ୟା ପ୍ରଭାବିତ ଲୋକଙ୍କ ସହିତ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ଓ କ୍ଷୟକ୍ଷତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ବନ୍ୟା ଯୋଗୁଁ ଘରଦ୍ୱାର, ଚାଷଜମି, ରାସ୍ତାଘାଟ ସହ ଅନ୍ୟାନ୍ୟ ସମ୍ପତ୍ତିର କ୍ଷୟକ୍ଷତି ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରିବା ସହ ଲୋକଙ୍କ ସମସ୍ୟା ଓ ରିଲିଫ୍ ସହାୟତା ସମ୍ପର୍କରେ ମଧ୍ଯ ଆଲୋଚନା କରିଥିଲେ। ଏହି ଅନୁଧ୍ୟାନ ଗସ୍ତରୁ ସଂଗୃହିତ ତଥ୍ଯ ଓ ରିପୋର୍ଟ ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବା ସହ ବନ୍ୟା ପ୍ରଭାବିତ ଲୋକଙ୍କ ସମସ୍ୟା ଓ କ୍ଷତିଗ୍ରସ୍ତ ହୋଇଥିବା ପରିବାର ଗୁଡ଼ିକୁ ଉପଯୁକ୍ତ କ୍ଷତିପୂରଣ ଓ ଆବଶ୍ୟକ ସହାୟତା ଯୋଗାଇ ଦେବାରେ ଏହି ଅନୁଧ୍ୟାନ ରିପୋର୍ଟ ବିଶେଷ ଗୁରୁତ୍ବ ବହନ କରିବ ବୋଲି ଦଳ ପରିଦର୍ଶନରେ ମତ ପ୍ରକାଶ କରିଛନ୍ତି ।

ଚିକିଟି ଅନୁଧ୍ୟାନ ପରେ ଦଳର ସଦସ୍ୟ ମାନେ ଶେରଗଡ଼, ଆସିକା, ହିଞ୍ଜିଳି, ଓ ପୁରୁଷୋତ୍ତମପୁର ଆଦି ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ଛତ୍ରପୁର ଠାରେ ଜିଲ୍ଲାପାଳ ଙ୍କ ସହ ସାକ୍ଷାତ କରି ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କ ସମସ୍ୟା ଓ ବ୍ୟାପକ କ୍ଷୟକ୍ଷତି ର ସ୍ଥିତି ଏବଂ ଆବଶ୍ୟକ ସହାୟତା ସମ୍ପର୍କରେ ଆଲୋଚନା କରାଯିବ ବୋଲି ଦଳର ସଦସ୍ୟ ମାନେ ସୂଚନା ଦେଇଛନ୍ତି। ଏହି ଅନୁଧ୍ୟାନକାରୀ ଦଳ ପ୍ରଥମେ ଚିକିଟି, ସୁରଳ, ମହିସାନପୁର, କେଶରିପଡ଼ା , ବରଙ୍ଗ, ଖମ୍ବାରି ଗାଁ ଏବଂ ସାମନ୍ତିଆପଲ୍ଲୀ ଆଦି ଗ୍ରାମ ବୁଲି ଚାଷୀ ଓ ଲୋକଙ୍କ ପାଖରେ ପହଞ୍ଚି ବନ୍ୟା ର କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ। ଉକ୍ତ ଅନୁଧ୍ୟାନକାରୀ ପରିଦର୍ଶନରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ,ଶ୍ରୀ ପ୍ରତାପ ଜେନା, ଶ୍ରୀମତୀ ପ୍ରମିଳା ମଲ୍ଲିକ, ଶ୍ରୀମତୀ ଟୁକୁନି ସାହୁ, ଶ୍ରୀ ଶ୍ରୀକାନ୍ତ ସାହୁ, ପୂର୍ବତନ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଶ୍ରୀମତୀ ଲତିକା ପ୍ରଧାନ, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଶ୍ରୀ ବିକ୍ରମ ପଣ୍ଡା, ଶ୍ରୀ ଭୃଗୁ ବକ୍ସିପାତ୍ର, ମନମଥ ରାଉତରାୟ, ଡକ୍ଟର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଶ୍ରୀମତୀ ରଞ୍ଜିତା ସାହୁ ଏବଂ ଚିକିଟି ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ, ବରିଷ୍ଟ ସଂଘଠକ ସୁରେନ୍ଦ୍ର ମଣ୍ଡଳ ଓ ଏନ୍ ଏ ସି ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ପ୍ରମୂଖ ଯୋଗ ଦେଇଥିଲେ। ଏହି ପରିଦର୍ଶନରେ ଚିକିଟି ଓ ପାତ୍ରପୁର ବ୍ଳକ ଏବଂ ଏନ୍ ଏ ସି ର ସମସ୍ତ ସାଂଗଠନିକ ଦାୟିତ୍ୱରେ ଥିବା ନେତୃବୃନ୍ଦ, ଦଳୀୟ ସରପଞ୍ଚ, ସମିତି,କାଉନସିଲର, ନେତା, କର୍ମୀ, ବୁଦ୍ଧିଜୀବୀ ଏବଂ ଯୁବପିଢୀ ବହୁ ମାତ୍ରାରେ ଯୋଗ ଦେଇଥିଲେ।





