ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ /କେନ୍ଦୁଝର:
ପାଟଣା,୩୧/୧୦: ପାଟଣା ମୁଖ୍ୟାଳୟ କୁମାର ଉତ୍ସଵ କମିଟି ତରଫରୁ ମା ଗଜଲକ୍ଷ୍ମୀ ପୂଜା ଧୂମଧାମରେ ପାଳନ ହେବା ପରେ ଆଜି ଭାଷାଣି ପର୍ଵ ଖୁବ ଆକର୍ଷଣୀୟ ହୋଇଥିଲା।ଛତିଶଗଡ଼ ଅବତାର ଗ୍ରୁପର କାଳି ତାଣ୍ଡବ ଓ ଶିବ ତାଣ୍ଡବ ନୃତ୍ୟ ତାଳେ ତାଳେ ଏକ ବିରାଟ ଶୋଭାଯାତ୍ରାରେ ପାଟଣା ବଜାର ପରିକ୍ରମା କରିବା ପରର ମା ଙ୍କ ମୃଣ୍ମୟୀ ମୂର୍ତ୍ତି କୁ ବୈତରଣୀ ନଦୀରେ ବିସର୍ଜନ କରାଯିଇଥିଲା। ପାଟଣା କୁମାର ଉତ୍ସଵ କମିଟିର ସଭାପତି ବିବେକାନନ୍ଦ ଦାଶ, ସମ୍ପାଦକ ଲିପକ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କମିଟି ପକ୍ଷରୁ ସର୍ବଶ୍ରୀ ପ୍ରିୟବ୍ରତ ମିଶ୍ର, ଅଭିଷେକ ଦାଶ, କମଳାକାନ୍ତ ପତି,ପ୍ରୀତମ ପଣ୍ଡା, ସୁଜିତ ମିଶ୍ର ଓ ସୌମ୍ୟରଂଜନ ଦାଶ ଙ୍କ ସହ ଅନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।କମିଟିର ଅନ୍ୟ ସଦସ୍ୟ ମାନେ ଭଷାଣୀ ଶୋଭାଯାତ୍ରାରେ ସହଯୋଗ କରିଥିଲେ।ଏହି ଭଷାଣୀ କାର୍ଯ୍ୟକ୍ରମ ରେ ହଜାର ହଜାର ଦର୍ଶକ ନୃସିଂହ ନୃତ୍ୟ, ଶିବ ତାଣ୍ଡବ ନୃତ୍ୟ ଓ କାଳି ତାଣ୍ଡବ ନୃତ୍ୟ କୁ ମନଭରି ଉପଭୋଗ କରିବା ସହିତ ମା ଗଜଲକ୍ଷ୍ମୀ ଙ୍କୁ ବିଦାୟ ଦେଇଥିଲେ।






