ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୬ ମିନିଟ ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୨୩ ମିନିଟ ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୩୯ ମିନିଟ ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୫୦ ମିନିଟ ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୫୭ ମିନିଟ ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୧ ଘଣ୍ଟା ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ୧ ଘଣ୍ଟା ପୂର୍ବେPatana Launch of Firefighting Vehicle: ପାଟଣା ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେPatna MLA reaches disabled elderly couple: ଅସହାୟ ଭିନ୍ନକ୍ଷମ ବୃଦ୍ଧ ଦମ୍ପତିଙ୍କ ନିକଟରେ ପହଞ୍ଚିଲେ ପାଟଣା ବିଧାୟକ ୧ ଘଣ୍ଟା ପୂର୍ବେ‘Kanjipani’ tradition returns: ପୁଣି ଫେରିଲା ଶ୍ୟାମବାବାଙ୍କ ‘କାଞ୍ଜିପାଣି’ ପରମ୍ପରା ୧ ଘଣ୍ଟା ପୂର୍ବେNagabali development has not reached the other side: ନାଗାବଳୀ ଆରପାରିରେ ବିକାଶ ନପହଞ୍ଚାଇବା ଦୁଃଖ ଦାୟକ!
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା ନୂଆପଡ଼ା ବରଗଡ଼ କେନ୍ଦୁଝର

ବାରିପଦା: ରୋଟାରୀ କ୍ଲବର ସମୀକ୍ଷା ବୈଠକ

ବାରିପଦା: ରୋଟାରୀ କ୍ଲବର ସମୀକ୍ଷା ବୈଠକ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୪/୧୧/୨୬ – ସ୍ଥାନୀୟ ରୋଟାରୀ କ୍ଲବ ଠାରେ କ୍ଲବ ସମ୍ପାଦକ ସନ୍ଦୀପ କୁମାର ଚାନ୍ଦଙ୍କ ଅଧ୍ୟକ୍ଷତାରେ ରୋଟାରୀ ୨୦୨୫-୨୬ ବର୍ଷରେ ସମ୍ପାଦିତ ହୋଇ ଥିବା ବାର୍ଷିକ ପ୍ରକଳ୍ପ ଗୁଡିକର ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିବା ରୋଟାରୀ ଆନ୍ତର୍ଜାତିକ ମାନ୍ୟତାରେ ବାରିପଦା ରୋଟାରି କ୍ଲବ ବିଗତ ବର୍ଷ ୨୦୨୫-୨୬ ବର୍ଷର ରୋଟାରୀ କ୍ଳବ ପ୍ରକଳ୍ପ ଗୁଡିକ ଯଥାରୀତି ସମ୍ପନ୍ନ କରି ଆନ୍ତର୍ଜାତିକ ଜିଲ୍ଲାରେ ପ୍ଲାଟିନମ କ୍ଲବ ଉପାଧି ହାସଲ କରିଥିବା ପ୍ରସଙ୍ଗ ସମ୍ପର୍କରେ ସମୀକ୍ଷା ହୋଇଥିଲା । ଆନ୍ତର୍ଜାତିକ ଜିଲ୍ଲାର ୨୫-୨୬ ବର୍ଷରେ କୃତି ହାସଲ କରିଥିବା ଓ ସମ୍ମାନିତ ହୋଇଥିବା ସଦସ୍ୟ ସଦସ୍ୟାଙ୍କୁ ବର୍ତ୍ତମାନର କ୍ଲବ ସଭାପତି ଓ ସମ୍ପାଦକଙ୍କ ସମେତ କାର୍ଯ୍ୟକାରୀ ପରିଷଦର ସମସ୍ତ ସଦସ୍ୟ ସଦସ୍ୟା ଅଭିନନ୍ଦନ ଜଣାଇଥିଲେ । ଆନ୍ତର୍ଜାତିକ ଜିଲ୍ଲାରେ ପୁରସ୍କୃତ ହୋଇଥିବା ସଦସ୍ୟ ମାନଙ୍କ ମଧ୍ୟରେ ପ୍ଲାଟିନମ ସଭାପତି ରୋଟରିଆନ ଭବାନି ଶଙ୍କର ସାହୁ, ଗୋଲ୍ଡ ସମ୍ପାଦକ ରୋଟାରିଆନ ତିମିର କୁମାର ଘୋଷ, ସିଲଭର ଏ.ଜି ରୋଟାରିଆନ ଜ୍ୟୋତିରଞ୍ଜନ ସାହୁ, ଜୋନାଲ ଚେୟାର ରୋଟାରିଆନ ରାକେଶ ସିଂ, ଡି.ଜି ଆପ୍ରିସିଏସନ ବ୍ୟକ୍ତିତ୍ୱ ରୋଟାରିଆନ ମୋହନ ବର୍ଣ୍ଣୱାଲ ଓ କ୍ଲବର ବୃକ୍ଷ ରୋପଣ ପ୍ରକଳ୍ପକୁ ମେଗା ପ୍ଲାଣ୍ଟେସନ ପ୍ରୋଜେକ୍ଟ ଭାବରେ ମାନ୍ୟତା ସ୍ମାରକ ପ୍ରଦାନ କରାଯାଇଥିଲା । ଏଥିପାଇଁ ସମୀକ୍ଷା ବୈଠକରେ ୨୦୨୫-୨୬ ବର୍ଷର ୩୨୬୨ ଜିଲ୍ଲା ପ୍ରାକ୍ତନ ଗଭର୍ଣ୍ଣର ରୋଟାରିଆନ ମନୋଜ କୁମାର ତ୍ରିପାଠୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଶେଷରେ ସମ୍ପ୍ରତି ପରଲୋକ ଗମନ କରିଥିବା ଭୁବନେଶ୍ୱର ଏମ୍ସର ବହୁ ପ୍ରତିଷ୍ଠିତ ଅସ୍ଥିଶଲ୍ୟ ଚିକିତ୍ସକ ତଥା ଚିକିତ୍ସା କ୍ଷେତ୍ରରେ ଓଡ଼ିଶାର ପ୍ରକ୍ଷାତ ବ୍ୟକ୍ତିତ୍ୱ ପଦ୍ମଶ୍ରୀ ରୋଟାରିଆନ ଡାକ୍ତର ଅଶୋକ ମହାପାତ୍ରଙ୍କ ମହାନ ଆତ୍ମାଙ୍କ ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

ବାରିପଦା: ରୋଟାରୀ କ୍ଲବର ସମୀକ୍ଷା ବୈଠକ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ରାଇରଙ୍ଗପୁର: ଉପଖଣ୍ଡ ଚିକିତ୍ସାଳୟରେ ସଶସ୍ତ୍ର ବାହିନୀ ପକ୍ଷରୁ ମେଗା ବହୁବିଭାଗୀୟ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର