ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧି/ବରଗଡ/ ସମୀକ୍ଷା ନ୍ୟୁଜ:
ବରଗଡ: ସହରର ଘୁଲିପାଲି ଛକ ଜାତୀୟ ରାଜପଥ ପାର୍ଶ୍ବରେ ଏକ କଳା ସଡକ ଯାଇଛି ଯାହାକି ଭାଟଲୀ ରୋଡ କୁ ସଂଯୋଗ କରୁଛି ଭଟଲି ରୋଡ ଅଞ୍ଚଳକୁ ଯିବାପାଇଁ ଏହା ଏକମାତ୍ର ସଟକଟ ରାସ୍ତା ହୋଇଥିବାରୁ ଅଞ୍ଚାଲବସୀଙ୍କ ବହୁଲ ଭାବେ ବ୍ୟବହାର ରେ ଆସିଥାଏ ଲୋକଙ୍କ ସୁବିଧା ପାଇଁ ପ୍ରଶାସନ ଏହି ରାସ୍ତା ବ୍ୟବସ୍ଥା କରିଛନ୍ତି ହେଲେ ରକ୍ଷଣାବେକ୍ଷଣ ପ୍ରତି କିଛି ଧ୍ୟାନ ଦେଉନାହାନ୍ତି ବିଗତ ବର୍ଷରେ ଏହି ରାସ୍ତାର ଗୋଟିଏ ଅଂଶ ଧୋଇ ହୋଇ ଘାଇ ସୃଷ୍ଟି ବିପପୂର୍ଣ୍ଣ ଅବସ୍ଥାରେ ରହିଛି ନିରାପଦମଣି ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ଉକ୍ତ ସ୍ଥଳ ମହାବିପଦ୍ ସୃଷ୍ଟି କରୁଛି ଦୁର୍ଘଟଣା ମଧ୍ୟ ଘଟୁଛି ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଆସୁମରାମତି ବ୍ୟବସ୍ଥା କରିବା ଆବଶ୍ୟକ ସେହିପରି ଘୁଲିପାଲି ଛକରେ ନିର୍ମାଣ ହେଉଥିବା ଫ୍ଲାଇଓଭରର କାମ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି ଏହି କାମ ଯୋଗୁଁ ଲୋକଙ୍କ ଯାତାୟତରେ ନାହିଁନଥିବା ଅସୁବିଧା ଭୋଗ କରିବାକୁ ପଡୁଛି ଫ୍ଲାଇଓଭର କାମ ଯଥାଶୀଘ୍ର ଶେଷ କରିବା ଦିଗରେ ନିର୍ମାଣକାରୀ ସଂସ୍ଥାକୁ ପ୍ରଶାସନ ନିର୍ଦ୍ଦେଶ ଦେବାକୁ ମଧ୍ୟ ଅଞ୍ଚଳବାସୀ ଦାବି ଜଣାନ୍ତି |






