ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୧୦ ମିନିଟ ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୨୮ ମିନିଟ ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୪୪ ମିନିଟ ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୫୪ ମିନିଟ ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୧ ଘଣ୍ଟା ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୧ ଘଣ୍ଟା ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ୧ ଘଣ୍ଟା ପୂର୍ବେPatana Launch of Firefighting Vehicle: ପାଟଣା ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେPatna MLA reaches disabled elderly couple: ଅସହାୟ ଭିନ୍ନକ୍ଷମ ବୃଦ୍ଧ ଦମ୍ପତିଙ୍କ ନିକଟରେ ପହଞ୍ଚିଲେ ପାଟଣା ବିଧାୟକ ୧ ଘଣ୍ଟା ପୂର୍ବେ‘Kanjipani’ tradition returns: ପୁଣି ଫେରିଲା ଶ୍ୟାମବାବାଙ୍କ ‘କାଞ୍ଜିପାଣି’ ପରମ୍ପରା ୨ ଘଣ୍ଟା ପୂର୍ବେNagabali development has not reached the other side: ନାଗାବଳୀ ଆରପାରିରେ ବିକାଶ ନପହଞ୍ଚାଇବା ଦୁଃଖ ଦାୟକ!
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା ନୂଆପଡ଼ା ବରଗଡ଼ କେନ୍ଦୁଝର

Adivasi Sengel Abhiyan: ସାରନା ଧର୍ମ କୋଡ୍ ମାନ୍ୟତା ଦାବିରେ ଆଦିବାସୀ ସେଙ୍ଗେଲ ପକ୍ଷରୁ ସରହାୟ ପାରାବ ଜାଜଲେ ଜୁଲୁସ୍

Adivasi Sengel Abhiyan: ସାରନା ଧର୍ମ କୋଡ୍ ମାନ୍ୟତା ଦାବିରେ ଆଦିବାସୀ ସେଙ୍ଗେଲ ପକ୍ଷରୁ ସରହାୟ ପାରାବ ଜାଜଲେ ଜୁଲୁସ୍ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବାରିପଦା, ୧୪/୧୧/୨୬ – ଆଦିବାସୀ ସେଙ୍ଗେଲ ଅଭିଯାନର ରାଜ୍ୟ ସଭାପତି ନାରାନ ମୁର୍ମୁଙ୍କ ନେତୃତ୍ୱରେ ଆଦିବାସୀଙ୍କ ସରହାୟ ପାରାବ ଉପଲକ୍ଷେ ବାରିପଦା ସ୍ଥିତ ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ଠାରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସାର୍ନା ଧର୍ମ କୋଡ ମାନ୍ୟତା ଦାବିରେ ଜାଜଲେ ଜୁଲୁସ୍ ପ୍ରଦର୍ଶନ କରାଯାଇଛି । ଏଥିରେ ସେଙ୍ଗେଲ ଦିଶୋମ ପାର୍ଗାନା ସୁନାରାମ ସୋରେନ, ଝାରଖଣ୍ଡର ପ୍ରଦେଶ ପାର୍ଗାନା ଜୁନିଅର ମୁର୍ମୁ, ଓଡ଼ିଶା ପ୍ରଦେଶ ସଭାପତି ନରେନ୍ଦ୍ର ହେମ୍ବ୍ରମ ଓ ମାଝୀ ପାର୍ଗାନା ମାଡୱାର ରାଜ୍ୟ ସଭାପତି କାଳୁରାମ ମୁର୍ମୁ ଉପସ୍ଥିତ ରହି ପ୍ରକାଶ କରିଛନ୍ତି ଯେ, ଏହି ସରହାୟ ପାରାବ ହେଉଛି ଆଦିବାସୀମାନଙ୍କର ପରମ୍ପରା, ଅସ୍ମିତା ଓ ସଂସ୍କୃତିର ପରିଚୟ ଅଟେ । ଏହାକୁ ସାରନା ଧର୍ମାବଲମ୍ବୀ ଲୋକମାନେ ପାଞ୍ଚ ଦିନ ଧରି ପାଳନ କରଥାନ୍ତି ।

Adivasi Sengel Abhiyan: ସାରନା ଧର୍ମ କୋଡ୍ ମାନ୍ୟତା ଦାବିରେ ଆଦିବାସୀ ସେଙ୍ଗେଲ ପକ୍ଷରୁ ସରହାୟ ପାରାବ ଜାଜଲେ ଜୁଲୁସ୍ – ସମୀକ୍ଷା

ଏହି ପର୍ବର ବିଶେଷତା ହେଉଛି ଗୃହପାଳିତ ପଶୁମାନଙ୍କୁ ସେବା ଏବଂ ସମ୍ମାନ କରିବା । କିନ୍ତୁ ସାର୍ନା ଧର୍ମକୁ ସରକାରୀ ମାନ୍ୟତା ନଦିଆଯିବାରୁ ଆଦିବାସୀମାନଙ୍କର ପରିଚୟ, ପରମ୍ପରା ଏବଂ ସଂସ୍କୃତି ବିଲୁପ୍ତ ହେବାରେ ଲାଗିଛି । ଆଜି ପର୍ଯ୍ୟନ୍ତ ସାରନା ଧର୍ମ କୋଡ୍ ମାନ୍ୟତା ନମିଳିବା ଆଦିବାସୀଙ୍କ ପରିଚୟ ପ୍ରତି ଅବହେଳା କରାଯାଇଛି ବୋଲି କୁହାଯାଇଛି । ଅବିଳମ୍ବେ ପ୍ରକୃତି ପୂଜକ ଆଦିବାସୀମାନଙ୍କ ପାଇଁ ସାରନା ଧର୍ମ କୋଡ୍ ମାନ୍ୟତା ପ୍ରଦାନ କରାଯିବାକୁ ଏକ ଲିଖିତ ଦାବି କରାଯାଇଛି । ଏହି ଅବସରରେ ଝାରଖଣ୍ଡ ପ୍ରଦେଶ ପାର୍ଗାନା ଜୁନିଅର ମୁର୍ମୁ, ପୂର୍ବି ସିଂଭୁମ ମହିଳା ମୋର୍ଚ୍ଚା ସଭାପତି କାପୁରା ହେମ୍ବ୍ରମ, ବାରିପଦା ଜୋନାଲ ପାର୍ଗାନା ମାଧବ ଚନ୍ଦ୍ର ମୁର୍ମୁ, ସାରନା ଧର୍ମ ମାଡୱାର ବାରିପଦା ଜୋନାଲ ସଭାପତି ଶ୍ରୀ ଚୈତନ୍ୟ ହେମ୍ବ୍ରମ ମୟୁରଭଞ୍ଜ ଜିଲ୍ଲା ଯୁବା ସଭାପତି ଉଦୟନାଥ ହେମ୍ବ୍ରମ, ବାହାଦୁର ମୁର୍ମୁ, ବିକାଶ ଚନ୍ଦ୍ର ହେମ୍ବ୍ରମ ସହିତ କେନ୍ଦୁଝର ଜୋନାଲ କମିଟିରୁ ସଭାପତି କଲ୍ୟାଣ ବାସ୍କେ ସହିତ ରାଜାରାମ ମାଝୀ, ଗୁନାରାମ ମୁର୍ମୁ, ନନ୍ଦ କୁମାର ମାର୍ଣ୍ଡି,, ରାଇରଙ୍ଗପୁର ଜୋନାଲ କମିଟିରୁ ଶାଙ୍ଖାଇ ହେମ୍ବ୍ରମ, ମେଘ୍ରାୟ ସୋରେନ, ପାନମଣି ହେମ୍ବ୍ରମ, ରୂପଶ୍ରୀ ମୁର୍ମୁ ସମେତ ୮୦୦ ଶହରୁ ଉର୍ଦ୍ଧ୍ବ ମହିଳା ପୁରୁଷ ଉପସ୍ଥିତ ରହିଥିଲେ ବୋଲି ସୂଚନା ମିଳିଛି ।

Adivasi Sengel Abhiyan: ସାରନା ଧର୍ମ କୋଡ୍ ମାନ୍ୟତା ଦାବିରେ ଆଦିବାସୀ ସେଙ୍ଗେଲ ପକ୍ଷରୁ ସରହାୟ ପାରାବ ଜାଜଲେ ଜୁଲୁସ୍ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Annapurna Divas: ‘ଅନ୍ନପୂର୍ଣ୍ଣା ଦିବସ’ରେ ବୃଦ୍ଧଶ୍ରମରେ ଖାଦ୍ୟ ବଣ୍ଟନ