ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୧୪/୧୧/୨୬ – ଶନିବାର ଅନ୍ନପୂର୍ଣ୍ଣା ଦିବସ ଅବସରରେ ବଡ଼ସାହି ବ୍ଳକର ଭୀମଦାଠାରେ ଥିବା ଜୀବନ ସାହାରା ସୋସାଇଟି ଦ୍ୱାରା ପରିଚାଳିତ ବୃଦ୍ଧାଶ୍ରମରେ ଅନ୍ତେବାସୀମାନଙ୍କୁ ରୋଟାରୀ କ୍ଲବ, ବେତନଟୀ ସହାୟତାରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିବା ଜଣାପଡିଛି । ରୋଟାରୀ କ୍ଲବ ସଭାପତି ରୋଟାରୀୟାନ ଶ୍ୟାମପ୍ରସାଦ ମଢୁଆଳଙ୍କ ତତ୍ତ୍ୱାବଧାନରେ ସଂପାଦକ ରୋଟାରୀ ୟାନ ସଂଜୟ କୁମାର ଭୂୟାଁ, ଉପସଭାପତି ରୋଟାରୀୟାନ ରବିନ୍ଦ୍ର କୁମାର ମିଶ୍ର, ଚାଟାର୍ଡ ସଭାପତି ରୋଟାରୀୟାନ ଶୈଲେନ୍ଦ୍ର କୁମାର ଖଣ୍ଡେଲୱାଲ, ପ୍ରାକ୍ତନ ସଭାପତି ଭଗିରଥ ପଣ୍ଡିତ, ରୋଟାରୀୟାନ ଗିରିଧାରୀ ସାହୁ, ସଦସ୍ୟ ସୁନୀଲ କୁମାର ଖଣ୍ଡେଲୱାଲ ପ୍ରମୁଖ ଉପସ୍ଥିତ ରହି ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କ ମଧ୍ୟରେ ସୁଖଦୁଃଖ ବାଣ୍ଟିବା ସହ ତାଙ୍କୁ ରନ୍ଧାଖାଦ୍ୟ ଖୁଆଇବାରେ ସମସ୍ତେ ଅତ୍ୟନ୍ତ ସନ୍ତୋଷ ଲାଭ କରିଥିଲେ । ଆଶ୍ରମର ପରିଚାଳକ ରାଜେଶ କୁମାର ଶତପଥୀ, ଗୀତାଞ୍ଜଳି ଭୂୟାଁ, ସୌଦାମିନୀ ପଣ୍ଡା, କବିତା ପଣ୍ଡିତ, ଗୀତାଞ୍ଜଳି ଶତପଥୀ ପ୍ରମୁଖ ଆୟୋଜନରେ ସହଯୋଗ କରିଥିଲେ । ଏଭଳି କାର୍ଯ୍ୟକ୍ରମ ଅଞ୍ଚଳରେ ପ୍ରଶଂସା ଭାଜନ ହୋଇପାରିଛି ।






