ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
୪ ମିନିଟ ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୧୩ ମିନିଟ ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୨୨ ମିନିଟ ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା ୩୯ ମିନିଟ ପୂର୍ବେRoad construction India ranks second world: ରାସ୍ତା ନିର୍ମାଣରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଭାରତ ୪୯ ମିନିଟ ପୂର୍ବେBollywood actress Nora Fatehi ₹200 crore fraud case: ଅଡୁଆରେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହି! ₹୨୦୦ କୋଟି ଠକେଇ ମାମଲାରେ କୋର୍ଟରେ ହାଜର ୫୫ ମିନିଟ ପୂର୍ବେGaisima Health Awareness Camp: ଗାଇସୀମାରେ ଆୟୁଷ ସ୍ବାସ୍ଥ୍ୟ ସଚେତନତା ଶିବିର ୧ ଘଣ୍ଟା ପୂର୍ବେPanchapidha Women’s College Sexual Harassment Program: ପାଞ୍ଚପିଢ଼ ମହିଳା ମହାବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ନିରୋଧ ସଚେତନତା କାର୍ଯ୍ୟକ୍ରମ ୧ ଘଣ୍ଟା ପୂର୍ବେZero Casualties evacuation process intensified: ଜିରୋ କାଜୁଆଲିଟିକୁ ପ୍ରଶାସନ ଗୁରୁତ୍ୱ, ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର ୧ ଘଣ୍ଟା ପୂର୍ବେCyclone Akvan Weather department issues: ବାତ୍ୟା ଅକଭାନ କୁ ନେଇ ପାଣିପାଗ ବିଭାଗର ସତର୍କ ସୂଚ଼ନା ୧ ଘଣ୍ଟା ପୂର୍ବେAkvan Breaks the farmers back: ଅକଭାନ ଭାଙ୍ଗିଦେଲା ଚାଷୀଙ୍କ ଅଣ୍ଟା! ପାଣିରେ ଭାସୁଛି ଶହ ଶହ ଏକର ଧାନ ଫସଲ
ଚର୍ଚ୍ଚାରେ ମୟୂରଭଞ୍ଜ ଖୋର୍ଦ୍ଧା ଜଗତସିଂହପୁର ମାଲକାନଗିରି କେନ୍ଦୁଝର ବରଗଡ଼ ନବରଙ୍ଗପୁର

A mother’s earnest plea to the District Collector: ସହିଦଙ୍କ ଘର ଫେରାଇବା ଓ ପରିବାରକୁ ସୁରକ୍ଷା ଯୋଗାଇବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ମା’ଙ୍କ ଆକୁଳ ନିବେଦନ

A mother’s earnest plea to the District Collector: ସହିଦଙ୍କ ଘର ଫେରାଇବା ଓ ପରିବାରକୁ ସୁରକ୍ଷା ଯୋଗାଇବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ମା’ଙ୍କ ଆକୁଳ ନିବେଦନ – ସମୀକ୍ଷା ଖବର

ଟଙ୍କଧର ପାତ୍ର/ ଯୋଡ଼ା/ ସମୀକ୍ଷା ନ୍ୟୁଜ :

ଯୋଡ଼ା/କେନ୍ଦୁଝର,୧୯/୧୧/୨୦୨୬: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଦାମୁ ହଟିଂଠାରେ ଅବସ୍ଥିତ ସହିଦ ବିଶ୍ୱମ୍ବର ପ୍ରଧାନଙ୍କ ପୈତୃକ ଘରକୁ ଫେରି ପାଇବା ଏବଂ ନିଜ ପରିବାରର ସୁରକ୍ଷା ପାଇଁ ତାଙ୍କ ମା’ ଏବେ ନ୍ୟାୟ ଅପେକ୍ଷାରେ ରହିଛନ୍ତି। ଅଭିଯୋଗ ଅନୁଯାୟୀ, ଦୀର୍ଘ ବର୍ଷ ଧରି ତାଙ୍କ ଘରକୁ ଅନ୍ୟ ବ୍ୟକ୍ତିମାନେ ଅକ୍ତିଆର କରି ରଖିଥିବାରୁ ସହିଦଙ୍କ ମା’ ଅତ୍ୟନ୍ତ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି। ନିଜ ଘର ଫେରି ପାଇବା ପାଇଁ ସେ ବିଭିନ୍ନ ସମୟରେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏଯାଏଁ କୌଣସି ସ୍ଥାୟୀ ସମାଧାନ ହୋଇପାରିନାହିଁ। ଶେଷରେ ନ୍ୟାୟ ପାଇବା ଆଶାରେ ସେ କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ବିଶାଲ ସିଂଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଏଥିସହିତ ଚମ୍ପୁଆ ଉପଜିଲ୍ଲାପାଳ, ବଡ଼ବିଲ ତହସିଲଦାର, ବଡ଼ବିଲ ଏସ୍‌ଡିପିଓ, ବଡ଼ବିଲ ଥାନା ଅଧିକାରୀ ଏବଂ ବଡ଼ବିଲ ନଗର ସଭାପତି ଶ୍ରୀ ପର୍ମିଲ ଚାଟାର୍ଜୀଙ୍କୁ ମଧ୍ୟ ଅଭିଯୋଗର ନକଲ ପ୍ରଦାନ କରିଛନ୍ତି। ଜଣେ ସହିଦଙ୍କ ପରିବାରକୁ ନ୍ୟାୟ ଓ ସୁରକ୍ଷା ଯୋଗାଇଦେବା ପ୍ରଶାସନର ନୈତିକ ଦାୟିତ୍ୱ। ତେଣୁ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ତଦନ୍ତ କରିବା ସହ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏବେ ସମସ୍ତଙ୍କ ନଜର ଜିଲ୍ଲା ପ୍ରଶାସନ ଉପରେ। ସହିଦ ବିଶ୍ୱମ୍ବର ପ୍ରଧାନଙ୍କ ମା’ଙ୍କୁ କେବେ ନ୍ୟାୟ ମିଳିବ ଏବଂ ସେ କେବେ ନିଜ ଘରକୁ ଫେରିପାଇବେ, ତାହା ଦେଖିବାକୁ ବାକି ରହିଲା।

A mother’s earnest plea to the District Collector: ସହିଦଙ୍କ ଘର ଫେରାଇବା ଓ ପରିବାରକୁ ସୁରକ୍ଷା ଯୋଗାଇବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ମା’ଙ୍କ ଆକୁଳ ନିବେଦନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Malkangiri Promotion of 19 teachers post of Headmaster: ମାଲକାନଗିରି ଜିଲ୍ଲାର ୧୯ ଜଣ ଶିକ୍ଷକଙ୍କୁ ପ୍ରଧାନ ଶିକ୍ଷକ ପଦବୀରେ ପଦୋନ୍ନତି