ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୧୫ ମିନିଟ ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୩୧ ମିନିଟ ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୪୨ ମିନିଟ ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୪୮ ମିନିଟ ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୫୬ ମିନିଟ ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ୧ ଘଣ୍ଟା ପୂର୍ବେPatana Launch of Firefighting Vehicle: ପାଟଣା ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେPatna MLA reaches disabled elderly couple: ଅସହାୟ ଭିନ୍ନକ୍ଷମ ବୃଦ୍ଧ ଦମ୍ପତିଙ୍କ ନିକଟରେ ପହଞ୍ଚିଲେ ପାଟଣା ବିଧାୟକ ୧ ଘଣ୍ଟା ପୂର୍ବେ‘Kanjipani’ tradition returns: ପୁଣି ଫେରିଲା ଶ୍ୟାମବାବାଙ୍କ ‘କାଞ୍ଜିପାଣି’ ପରମ୍ପରା ୧ ଘଣ୍ଟା ପୂର୍ବେNagabali development has not reached the other side: ନାଗାବଳୀ ଆରପାରିରେ ବିକାଶ ନପହଞ୍ଚାଇବା ଦୁଃଖ ଦାୟକ! ୧ ଘଣ୍ଟା ପୂର୍ବେRayagada Eviction drive: ଜବରଦଖଲକାରୀ ସାବଧାନ! ରାୟଗଡ଼ାରେ ଉଚ୍ଛେଦ ଅଭିଯାନ ଆରମ୍ଭ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା ନୂଆପଡ଼ା ବରଗଡ଼ କେନ୍ଦୁଝର

Mayurbhanj Living Heritage Festival: ନଭେମ୍ବର ୨୭ରୁ ମୟୂରଭଞ୍ଜ ଲିଭିଂ ହେରିଟେଜ ଫେଷ୍ଟିଭାଲ

Mayurbhanj Living Heritage Festival: ନଭେମ୍ବର ୨୭ରୁ ମୟୂରଭଞ୍ଜ ଲିଭିଂ ହେରିଟେଜ ଫେଷ୍ଟିଭାଲ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବାରିପଦା, ୨୦/୧୧/୨୬ – ବାରିପଦାସ୍ଥିତ ବେଲଗଡ଼ିଆ ପ୍ୟାଲେସ ଠାରେ ମୟୂରଭଞ୍ଜ ଜିଲ୍ଲାର ସମୃଦ୍ଧ ଐତିହ୍ୟ, ପାରମ୍ପରିକ କଳା, ସଂସ୍କୃତି ଓ ଲୋକ ଜୀବନକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ଲକ୍ଷ୍ୟରେ ଆସନ୍ତା ନଭେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ମୟୂରଭଞ୍ଜ ଲିଭିଂ ହେରିଟେଜ ଫେଷ୍ଟିଭାଲ-୨୦୨୬’ ଆୟୋଜିତ ହେବ । ବାଂଲାନାଟକ ଡଟ କମ ପକ୍ଷରୁ ଆୟୋଜିତ ଏହି ଉତ୍ସବକୁ ଆକ୍ସିସ ବ୍ୟାଙ୍କ ଫାଉଣ୍ଡେସନ ସହଯୋଗ କରୁଥିବା ବେଳେ ବେଲଗଡ଼ିଆ ପ୍ୟାଲେସ ଭେନ୍ୟୁ ପାର୍ଟନର ରହିଛି । ଐତିହ୍ୟ ମାଧ୍ୟମରେ ସ୍ଥାୟୀ ଜୀବିକା ନିର୍ମାଣ ବିଷୟବସ୍ତୁକୁ ନେଇ ଏହି ଉତ୍ସବ ଆୟୋଜନ କରାଯାଉଥିବା ବେଳେ ମୟୂରଭଞ୍ଜର ପାରମ୍ପରିକ କଳାକାର, ଶିଳ୍ପୀ, ବୁଣାକାର, କାରିଗର ଓ ସ୍ଥାନୀୟ ସମୁଦାୟ ମାନଙ୍କ କଳାକୃତି ଓ ଜୀବିକାର ସୁଯୋଗକୁ ପ୍ରୋତ୍ସାହନ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଉତ୍ସବରେ ମୟୂରଭଞ୍ଜର ସମୃଦ୍ଧ ଆଦିବାସୀ କଳା, ସଂସ୍କୃତି ସହିତ ସ୍ଥାନୀୟ ହସ୍ତଶିଳ୍ପ, ବୟନଶିଳ୍ପ, ପାରମ୍ପରିକ ଖାଦ୍ୟ ଓ ଗ୍ରାମୀଣ ଉତ୍ପାଦର ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଦେଶର ବିଭିନ୍ନ ଅଞ୍ଚଳର ଲୋକକଳା ଓ ପାରମ୍ପରିକ ସାଂସ୍କୃତିକ ଦଳଙ୍କ ସହ ସ୍ପେନର ‘ଲା ଫୁରିଆ ଦେ ଲୋସ ପାଜାରୋସ’ ସାଂସ୍କୃତିକ ଦଳ ଏବଂ ୟୁକ୍ରେନର ‘ଓଭାରିଆନା ଛଉ ନୃତ୍ୟ ପ୍ରତିନିଧି ଦଳ’ ଭଳି ବିଭିନ୍ନ ବିଦେଶୀ ସାଂସ୍କୃତିକ ଦଳ ଅଂଶଗ୍ରହଣ କରି ନିଜର ପାରମ୍ପରିକ କଳା ପରିବେଷଣ କରିବେ ବୋଲି ଆଜି ବେଲଗଡିଆ ପ୍ୟାଲେସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୟୂରଭଞ୍ଜ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ବାଙ୍ଗଲା ନାଟକ ଡ଼ଟକମ ଓ କଣ୍ଟାକ୍ଟବେଶର ପ୍ରକଳ୍ପ ନିର୍ଦେଶକ ସିଦ୍ଧାଞ୍ଚନ ରାୟ ଚୌଧୁରୀ, ମୁଖ୍ୟ ପ୍ରବନ୍ଧକ ପ୍ରବୀର ବାନର୍ଜୀ, ଅଭିପ୍ସା ଘୋଷ, ଛଉ ଗୁରୁ ଲୋକନାଥ ଦାସ ଏବଂ ଛଉ ଗବେଷକ ସୁଧୀର କୁମାର ନାୟକ ପ୍ରମୁଖ ଯୋଗ ଦେଇ ପ୍ରକାଶ କରିଛନ୍ତି । ୨୭ ତାରିଖ ଅପରାହ୍ନ ୩ଟାରେ ଉଦଘାଟନ ହେବାକୁ ଥିବା ଉକ୍ତ କାର୍ଯ୍ୟକ୍ରମ ୨୮ ଓ ୨୯ ତାରିଖରେ ସକାଳ ୧୦ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲୁରହିବ ବୋଲି ଜଣାପଡିଛି ।

Mayurbhanj Living Heritage Festival: ନଭେମ୍ବର ୨୭ରୁ ମୟୂରଭଞ୍ଜ ଲିଭିଂ ହେରିଟେଜ ଫେଷ୍ଟିଭାଲ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Maharaja Sriram Chandra Bhanja Deo University Free Eye Treatment Camp: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର