ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
୩ ମିନିଟ ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୧୦ ମିନିଟ ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୨୩ ମିନିଟ ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୩୧ ମିନିଟ ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୪୧ ମିନିଟ ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା ୫୭ ମିନିଟ ପୂର୍ବେRoad construction India ranks second world: ରାସ୍ତା ନିର୍ମାଣରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଭାରତ ୧ ଘଣ୍ଟା ପୂର୍ବେBollywood actress Nora Fatehi ₹200 crore fraud case: ଅଡୁଆରେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହି! ₹୨୦୦ କୋଟି ଠକେଇ ମାମଲାରେ କୋର୍ଟରେ ହାଜର ୧ ଘଣ୍ଟା ପୂର୍ବେGaisima Health Awareness Camp: ଗାଇସୀମାରେ ଆୟୁଷ ସ୍ବାସ୍ଥ୍ୟ ସଚେତନତା ଶିବିର ୧ ଘଣ୍ଟା ପୂର୍ବେPanchapidha Women’s College Sexual Harassment Program: ପାଞ୍ଚପିଢ଼ ମହିଳା ମହାବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ନିରୋଧ ସଚେତନତା କାର୍ଯ୍ୟକ୍ରମ ୧ ଘଣ୍ଟା ପୂର୍ବେZero Casualties evacuation process intensified: ଜିରୋ କାଜୁଆଲିଟିକୁ ପ୍ରଶାସନ ଗୁରୁତ୍ୱ, ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନବରଙ୍ଗପୁର

Helpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ?

Helpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? – ସମୀକ୍ଷା ଖବର

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ /କେନ୍ଦୁଝର:

ପାଟଣା,୨୧/୧୧,ଲୋକଙ୍କ ସରକାର ତଥା ଲୋକପ୍ରିୟ ମୁଖମନ୍ତ୍ରୀ ଙ୍କ କେନ୍ଦୁଝର ଜିଲ୍ଲା ସ୍ଵାମପାଟଣା ବ୍ଲକ ବଡପାଟଣା ପଞ୍ଚାୟତର କୁଶ ଭୂମିଜ ଓ ସାବିତ୍ରୀ ଭୂମିଜ ଆଜି ରାଜରାସ୍ତା ଉପରେ ବଞ୍ଚି ରହିବା ପାଇଁ ସଂଘର୍ଷ କରୁଛନ୍ତି l ଏହି ପରି ଏକ ସମ୍ବେଦନଶୀଳ, ସ୍ପର୍ଶକାତର, ହୃଦୟବିଦାରକ ଦୃଶ୍ୟ ଆଜି ମୋବାଇଲ ର ଫେସବୁକ୍,ୱାଟସଫ ରେ ଘୁରିବୁଲୁଛି l ଅଥଚ ଜିଲ୍ଲା ପ୍ରଶାସନ କିମ୍ବା ସ୍ଥାନୀୟ ଲୋକପ୍ରିୟ ସରପଞ୍ଚ କିମ୍ବା ଲୋକପ୍ରତିନିଧି ଙ୍କ ଦୃଷ୍ଟିପଡୁନାହିଁ l ଗୋଟିଏ ପଟରେ ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ତଥା ଅସହାୟ ଦିନ ଦୁଃଖୀଙ୍କ ପାଇଁ ଯୋଜନା ପରେ ଯୋଜନା କରୁଥିବା ବେଳେ ଏସବୁ ଦେଖିଲେ ସବୁକିଛି ପ୍ରହସନ ଓ ପବ୍ଲିସିଟି ପରି ମନେହୁଏ l ସ୍ଵାମୀ କୁଶ ଭୂମିଜ ଘୁସୁରି ଘୁସୁରି ରାଜପଥ ଉପରେ ଯାଉଥିବା ବେଳେ ସ୍ତ୍ରୀ ସାବିତ୍ରୀ ତାର ଅଶା ବାଡ଼ି ଧରି ତାକୁ ଆଗେଇ ନେଉଛି l କୁଆଡେ ଯାଉଚି ସରକାରଙ୍କ ଯୋଜନା, ଆଉ କୁଆଡେ ଯାଉଛନ୍ତି ସରକାରୀ ବାବୁମାନେ l ବିକାଶର ଲଙ୍ଗଳା ଚିତ୍ର ଆଜି ସଭିଙ୍କୁ ଜଳଜଳ କରି ଦେଖାଯାଉଛି । ଏମାନଙ୍କ ଦୁଃଖ ଶୁଣିବାକୁ ଓ କହିବାକୁ ଆଜି କେହି ନାହିଁ l କେତେବେଳେ ଜୀବନର ଦୀପ କୋଉଠି ଲିଭିଯିବ l ତେବେ ବର୍ତ୍ତମାନ ବି ସମୟଅଛି ଏ ଅମୂଲ୍ୟ ରତ୍ନ ଦୁଇଟିକୁ ସରକାର ଦୃଷ୍ଟିଦିଅନ୍ତୁ l ଅନ୍ତତଃ ଯେତେଦିନ ବଞ୍ଚିବେ ଗଣ୍ଡେ ଖାଇ ସ୍ଵାମୀ ସ୍ତ୍ରୀ ଦୁହେଁ ମୁହଁ ଚାହାଁଚାହିଁ ହୋଇ ବଞ୍ଚି ରୁହନ୍ତୁ l

Helpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Baliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା