ଅଜିତ ପଣ୍ଡା /ଗଞ୍ଜାମ ସାମ୍ବାଦିକ /ସମୀକ୍ଷା ନ୍ୟୁଜ:
ଶେରଗଡ ୨୧/୧୧ ବାତ୍ୟା ‘ଅର୍ଣବ’ ରେ ସର୍ବସ୍ବାନ୍ତ ହୋଈଥିବା ଚାଷୀ ଏବଂ ସାଧାରଣ ଜନତା ଙ୍କ ଦୁଃଖ ନସରୁଣୁ ପୁଣି ଏକ ବାତ୍ୟା ‘ଅକ୍ବାନ’ ଶେରଗଡବାସୀ ଙ୍କ ଭୟ କୁ ଦ୍ବିଗୁଣିତ କରିଥିଲା। ଏହି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ତଳିଆ ଏବଂ ନଦୀ କୂଳିଆ ଅଞ୍ଚଳରେ ରହୁଥିବା ପରିବାର କୁ ବାତ୍ୟା ଆଶ୍ରୟ ସ୍ଥଳୀ କୁ ସ୍ଥାନାନ୍ତର କରାଯାଇଥିଲା। ଏଥିରେ ତହଁର ପଞ୍ଚାୟତ ର କାଞ୍ଜିଆମ୍ମା ଗ୍ରାମର ୬ ଟି ପରିବାର, ତହଁର ଗ୍ରାମର ୨ ଟି ପରିବାର, ବ୍ରାହ୍ମଣଛାଈ ର ୨ ଟି ପରିବାର ଏବଂ ଗୁଡିସର ଗ୍ରାମର ୧୦ ଟି ପରିବାର ସହ ବହୁ ପରିବାର ବାତ୍ୟା ଆଶ୍ରୟ ସ୍ଥଳୀରେ ଆଶ୍ରୟ ନେଈଥିଲେ। ଗତକାଲି ସ୍ଥିତି ରେ ପରିବର୍ତ୍ତନ ଆସିବା ପରେ ଏହି ୨୦ ଟି ପରିବାର ବ୍ୟତୀତ ଅନ୍ୟ ସମସ୍ତେ ଘରକୁ ଫେରି ଯାଈଥିଲେ। ଈତି ମଧ୍ୟରେ ପ୍ରତ୍ୟେକ ଦିନ ବାତ୍ୟା ଆଶ୍ରୟ ସ୍ଥଳୀ ରେ ସ୍ଥାନୀୟ ବିଡିଓ ସୁଶ୍ରୀ ତୃପ୍ତିମୟୀ ଜେନା ପହଞ୍ଚି ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରୁଥିଲେ। ସେଥିମଧ୍ୟରୁ ୪ ଟି ବାତ୍ୟା ଆଶ୍ରୟ ସ୍ଥଳୀରୁ ୨୦ ଟି ପରିବାର ଯେଉଁମାନଙ୍କ ର ନା ଥିଲା ପକ୍କା ଘର,ନା ଥିଲା ବାତ୍ୟା ସମୟରେ ପେଟକୁ ଦାନା। ସେହି ୨୦ ଟି ପରିବାର ମୁହଁ ରେ ହସ ଫୁଟାଇବା ଲାଗି ବିଡିଓ ସୁଶ୍ରୀ ତୃପ୍ତିମୟୀ ଜେନାଙ୍କ ଅନୁରୋଧ ରକ୍ଷା କରି ବ୍ଲକର ସମସ୍ତ କର୍ମଚାରୀ ମିଶି କିଛି ଅର୍ଥ ଦାନ କରିଥିଲେ। ସେହି ଅର୍ଥ ରେ ୨୦ ଟି ପରିବାର କୁ କମ୍ବଳ, ଶାଢୀ, ଲୁଙ୍ଗି, ଗାମୁଛା, ପଟି,ତେଲ,ସାବୁନ ସହିତ ୫ ଦିନ ଘ ଆବଶ୍ୟକ ମୁତାବକ ରାସନ ସାମଗ୍ରୀ ସହିତ ଚୁଡା ଗୁଡ ଏବଂ ଆବଶ୍ୟକ ସାମଗ୍ରୀ ପ୍ରଦାନ କରିଥିଲେ। ଏହି ସମୟରେ ବାତ୍ୟା ଆଶ୍ରୟ ସ୍ଥଳୀରୁ ବିଦାୟ ନେଉଥିବା ସମସ୍ତ ୨୦ ଟି ପରିବାର ର ଆଖିକୁ ଲୁହ ବାହାରି ଯାଈଥିଲା। ପ୍ରଶାସନ ର ଏଭଳି ଆନ୍ତରିକତା କୁ ନେଇ ୨୦ ଟି ପରିବାର ବିଡିଓ ମିସ ତୃପ୍ତିମୟୀ ଜେନା, ତହସିଲଦାର ତ୍ରିଦେବ ରଥ ଏବଂ ସମସ୍ତ ଅଧିକାରୀ ଙ୍କ ଦୀର୍ଘାୟୁ କାମନା କରି ଛଳ ଛଳ ନୟନ ରେ ଘରକୁ ଫେରିଥିଲେ। ଏହି ଅବସରରେ ବାତ୍ୟା ଆଶ୍ରୟ ସ୍ଥଳୀରେ ନୋଡାଲ ଅଫିସର, ସମସ୍ତ ନିର୍ବାଚିତ ପ୍ରତିନିଧି, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଗ୍ରାମ୍ୟ ଜଳଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ଶଶାଙ୍କ କୁମାର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ ପ୍ରଶାସନ ର ଏଭଳି କାର୍ଯ୍ୟ କୁ ଗ୍ରାମବାସୀ ଏବଂ ନିର୍ବାଚିତ, ସ୍ଥାନୀୟ ବୁଦ୍ଧିଜୀବି ପ୍ରଶଂସା କରିଥିଲେ।






